ଓଡିଶା ବିଧାନସଭା ଫଳାଫଳ: ମ୍ୟାଜିକ ନମ୍ବର ଛୁଇଁଲା ବିଜେପି, ଜାଣନ୍ତୁ ବିଜେଡ଼ି ର ସ୍ଥିତି

Published: Jun 4, 2024, 11:38 am IST

ଭୁବନେଶ୍ଵର: ଓଡିଶା ବିଧାନସଭାର ନିର୍ବାଚନ ଫଳାଫଳ ପାଇଁ ଗଣତି ଜାରି ରହିଛି। ତେବେ ଚଳିତ ନିର୍ବାଚନ ଏକ ଆଶ୍ଚର୍ଯ୍ୟଜନକ ସଂକେତ ଦେଇଛି। ଏଥର ନିର୍ବାଚନ ଫଳାଫଳରେ ବିଜେପି ଏକ ଦମଦାର ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଏପର୍ଯ୍ୟନ୍ତ ଗଣତିରେ ବିଜେପି ମ୍ୟାଜିକ ନମ୍ବର ଅତିକ୍ରମ କରିଛି।

ଓଡିଶା ବିଧାନସଭାରେ ୧୪୬ ଟି ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ୧୩୮ ଟି ଆସନର ଟ୍ରେଣ୍ଡ ମିଳିଛି। ଏହି ୧୩୮ ଟି ଆସନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଟ୍ରେଣ୍ଡରେ ଜଣାପଡୁଛି। ବିଜେପି ଏପର୍ଯ୍ୟନ୍ତ ୭୬ ଟି ଆସନରେ ଅଗ୍ରଣୀ ହାସଲ କରୁଥିବା ବେଳେ ବିଜେଡ଼ି ଙ୍କୁ ୫୩ ଟି ଆସନ ଏବଂ କଂଗ୍ରେସ ୧୨ ଟି ଆସନରେ ଆଗୁଆ ରହିଛି।

ସେହିଭଳି ଲୋକସଭା ନିର୍ବାଚନରେ ବିଜେପି ୧୭ ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡ଼ି ୩ ଟି ଏବଂ କଂଗ୍ରେସ ୧ ଟି ଆସନରେ ଅଗ୍ରଣୀ ହାସଲ କରୁଛି।

Related posts