Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଏହା ଏକ ବଡ ମାମଲା’: ମୋଦୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି ଜେପିସି ତଦନ୍ତ ଦାବି କଲେ ରାହୁଲ
ଆଜିର ଖବର

‘ଏହା ଏକ ବଡ ମାମଲା’: ମୋଦୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି ଜେପିସି ତଦନ୍ତ ଦାବି କଲେ ରାହୁଲ

June 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କୁ ଷ୍ଟକ ମାର୍କେଟକୁ ନେଇ କଡ଼ା ଟାର୍ଗେଟ କରିଛନ୍ତି। ଜୁନ୍ ୧ ତାରିଖରେ ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ଷ୍ଟକ୍ ମାର୍କେଟ୍ ଜୁନ୍ ୩ ତାରିଖରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଜୁନ୍ ୪ ତାରିଖରେ ଫଳାଫଳ ଆସିବା ପରେ ଷ୍ଟକ୍ ମାର୍କେଟ୍ ଭୁଶୁଡି ପଡିଥିଲା। ଏ ସମ୍ପର୍କରେ ରାହୁଲ ଗାନ୍ଧୀ ବଡ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, “ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଷ୍ଟକ୍ ମାର୍କେଟ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଷ୍ଟକ୍ ମାର୍କେଟ୍ ଦ୍ରୁତ ଗତିରେ ବଢିବ ଏବଂ ଲୋକମାନେ ସେୟାର କିଣିବା ଉଚିତ୍। ଜୁନ୍ ୧ ତାରିଖରେ ଗଣମାଧ୍ୟମ ମିଥ୍ୟା ଏକଜିଟ୍ ପୋଲ୍ ପ୍ରକାଶ କରିଥିଲା। ଜୁନ୍ ୩ ତାରିଖରେ ଷ୍ଟକ୍ ମାର୍କେଟ୍ ସମସ୍ତ ରେକର୍ଡ ଭାଙ୍ଗିଥିଲା।

ପ୍ରଧାନମନ୍ତ୍ରୀ ନିବେଶ କରିବାକୁ କାହିଁକି ପରାମର୍ଶ ଦେଲେ?:

ରାହୁଲ ଗାନ୍ଧୀ ପ୍ରଶ୍ନ ପଚାରିଥିଲେ ଯେ, “ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଶ କରିବାକୁ କାହିଁକି ପରାମର୍ଶ ଦେଇଥିଲେ? ଅମିତ ଶାହା କାହିଁକି ଲୋକଙ୍କୁ ସେୟାର କିଣିବାକୁ କହିଥିଲେ? ଯଦି ବିଜେପି ଏବଂ ଏହି ବିଦେଶୀ ନିବେଶକଙ୍କ ମଧ୍ୟରେ କୌଣସି ସମ୍ପର୍କ ଅଛି, ତେବେ ଏହା କ’ଣ …. ଆମେ ଏହାର ଜେପିସି ତଦନ୍ତ ଦାବି କରୁଛୁ। ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ଭୂମିକା ଉପରେ ତଦନ୍ତ ହେଉ।

କଂଗ୍ରେସ ନେତା କହିଛନ୍ତି ଯେ, “ଏହା ଏକ ବଡ ମାମଲା। ଏହା ଆଦାନୀଙ୍କ ସହ ଜଡିତ, କିନ୍ତୁ ଏହା ବହୁତ ବଡ ପ୍ରସଙ୍ଗ। ଏହା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ। ବିଜେପିରେ ଉଚ୍ଚ ପଦବୀରେ ଅବସ୍ଥାପିତ ଲୋକମାନେ ଏହି ଦୁର୍ନୀତି କରିଛନ୍ତି। ବିଜେପି ଏବଂ ଯେଉଁମାନେ ଏକଜିଟ୍ ପୋଲ୍ କରିଥିଲେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ଆମେ ଜାଣିବାଜୁ ଚାହୁଁ। ଆମେ ଅନୁଭବ କରୁଛୁ ଯେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏଥିରେ ସିଧାସଳଖ ଜଡିତ ଅଛନ୍ତି, ତେଣୁ ଆମେ ଜେପିସି ତଦନ୍ତ ଚାହୁଁ। ”

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଏଥିରେ ବିଜେପିର ସବୁଠୁ ବଡ ନେତା ଖୁଚୁରା ନିବେଶକଙ୍କୁ ଏହି ବାର୍ତ୍ତା ଦେଇଥିଲେ ଯେ ଆପଣ ଷ୍ଟକ୍ କିଣିବା ଉଚିତ୍। ଏକଜିଟ୍ ପୋଲ୍ ଭୁଲ୍ ଏବଂ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ ନାହିଁ ବୋଲି ସେମାନେ ସୂଚନା ପାଇଥିଲେ, ତେଣୁ ସେମାନେ ଏଭଳି କାମ କରିଥିଲେ। ଶ୍ରୀ ଗାନ୍ଧୀ କହିଛନ୍ତି ଯେ, ୩୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ଏବଂ କ୍ଷମତାରେ ଥିବା ଲୋକମାନେ ଉପକୃତ ହୋଇଛନ୍ତି, ତେଣୁ ଆମେ ଜେପିସି ତଦନ୍ତ ଦାବି କରୁଛୁ।

amit shah Breaking News narendra modi rahul gandhi stock market
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025
Latest News

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.