Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ୍ ୭ରୁ ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’, ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା
ଆଜିର ଖବର

ଜୁନ୍ ୭ରୁ ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’, ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା

June 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜୁନ୍ ୭ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହେବାକୁଯାଉଛି ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ (ବିଏଫ୍‌ଏଫ୍‌)। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକମାନଙ୍କ ଦୃଷ୍ଟି ପୁନଃଆକର୍ଷିତ କରିବା ପାଇଁ ଏହି ସ୍ୱତନ୍ତ୍ର ଉତ୍ସବ କରାଯାଉଛି।
ଏହି ତିନିଦିନିଆ ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଉତ୍ସବରେ ବିଭିନ୍ନ ସମୟର ୧୫ଟି କ୍ଲାସିକ୍ ଓଡ଼ିଆ ସିନେମାର ପ୍ରଦର୍ଶନ କରାଯିବ। ପ୍ରତିଦିନ ସକାଳ ୯ଟା ୩୦ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ। ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

ଜୁନ୍ ୭ ତାରିଖ ସନ୍ଧ୍ୟା ୭ଟାରେ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି। ଏଥିରେ ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ କେତନ ମେହଟ୍ଟା, ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଦୀପା ସାହି, ଓଡ଼ିଆ ଚଳଚ୍ଚିତ୍ରର ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ପ୍ରସିଦ୍ଧ ସିନେମାଟୋଗ୍ରାଫର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର୍ ଏବଂ ଅଭିନେତା ତଥା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେବେ।

ଏହି ଅବସରରେ ଓଡ଼ିଆ ସିନେମାର ନଅ ଦଶନ୍ଧିର ଯାତ୍ରାକୁ ନେଇ ଗବେଷଣାମୂଳକ ପୁସ୍ତକ ‘ଓଡ଼ିଆ ସିନେମା ଅ୯୦: ରିଦିମ୍‌ସ, ରେଣ୍ଡିସନ୍ସ ଆଣ୍ଡ୍ ରିଫ୍ଲେକ୍ସନ’ ଲୋକାର୍ପଣ କରାଯିବ। ଓଡ଼ିଆ ସିନେମାର ବିଶିଷ୍ଟ ବ୍ୟକ୍ତିତ୍ୱ ଓ କଳାକାରମାନଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧନା ମଧ୍ୟ ଦିଆଯିବ।

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ର ଅନ୍ୟତମ ଆକର୍ଷଣ ହେଉଛି ଚଳଚ୍ଚିତ୍ର ଅଭିନୟ ଓ ଚିତ୍ରନାଟ୍ୟ ରଚନା ଭଳି ଦୁଇଟି ବିଷୟକୁ ନେଇ ୨ଟି ମାଷ୍ଟରକ୍ଲାସ୍। ଏଥିରେ ବଲିଉଡ୍ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଏବଂ ନିର୍ଦ୍ଦେଶକ ଅମିତ ରାୟ ଯୋଗଦେଇ ଅଭିନୟ ଓ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଗ୍ରହ ରଖୁଥିବା ଯୁବ ପ୍ରତିଭାମାନଙ୍କୁ ବିଶେଷ ତାଲିମ ଓ ପରାମର୍ଶ ଦେବେ।

ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ, ଲେଖକ ଓ ବୈଷୟିକ କ୍ଷେତ୍ରରେ ଥିବା ପରିଚିତ ବ୍ୟକ୍ତିବିଶେଷମାନେ ଏକାଠି ହୋଇ ଏହି ନିଆରା ଉତ୍ସବର ଆୟୋଜନ କରୁଛନ୍ତି। ‘ଭୁବନେଶ୍ୱର ଫିଲ୍ମ ସର୍କଲ’ ବ୍ୟାନରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସହ ଯୋଡ଼ିହେବେ ଓଡ଼ିଆ ସିନେମା ସହ ଜଡ଼ିତ ଥିବା ସ୍ଥ୍‌ାନୀୟ ବ୍ୟକ୍ତିବିଶେଷ, କଳାକାର ଓ ଟେକ୍‌ନିସିଆନ, ସିନେମା ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ତଥା ସିନେପ୍ରେମୀ।

ଉତ୍ସବ ଅବସରରେ ବିଭିନ୍ନ କ୍ଲାସିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଓଡ଼ିଆ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ଏଥିରେ ସାମିଲ ରହିଛି ମାୟା ମିରିଗ, ଅହଲ୍ୟା, ଶୂନ୍ୟ ସ୍ୱରୂପ, ଛ’ ମାଣ ଆଠ ଗୁଣ୍ଠ, ଧଉଳି ଏକ୍ସପ୍ରେସ୍‌, ଶଲା ବୁଢ଼ାର ବଦ୍‌ଲା, ଭିଜାମାଟିର ସ୍ୱର୍ଗ, ତାରା, ଶେଷ ଦୃଷ୍ଟି, ହେଲୋ ଆର୍ସି, ଶୂକ ଆସୁଛି, ମୋକ୍ଷ, ରିମେମ୍ବରିଂ ପ୍ରମୋଦ ପତି, ଜିଅନ୍ତା ଭୂତ ଓ ମଲାଜହ୍ନ ପରି ସିନେମା।

bhubaneswar film festival
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026
Latest News

୨୦୧୪ରେ କେତୋଟି ରାଜ୍ୟରେ ଥିଲା ବିଜେପି?: ଜାଣନ୍ତୁ କିପରି ଆଧିପତ୍ୟ ବିସ୍ତାର କଲା ଗେରୁଆ ଦଳ

May 5, 2026

ବଙ୍ଗଳାରେ କିଏ ହେବ ମୁଖ୍ୟମନ୍ତ୍ରୀ?: ରେସରେ ରହିଛି ଏହିମାନଙ୍କ ନାମ

May 5, 2026

ପଶ୍ଚିମ ଏସିଆ ସଙ୍କଟ ପରେ ୮୪ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଲେ ସରକାର

May 5, 2026

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.