Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହିଳା ହତ୍ୟାକାଣ୍ଡ ମାମଲା: ଶାଶୁଙ୍କ ଗଳା କାଟି ହତ୍ୟା କରିଥିଲା ଜ୍ୱାଇଁ 
ଆଜିର ଖବର

ରଣପୁର ମହିଳା ହତ୍ୟାକାଣ୍ଡ ମାମଲା: ଶାଶୁଙ୍କ ଗଳା କାଟି ହତ୍ୟା କରିଥିଲା ଜ୍ୱାଇଁ 

June 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନା ଅଞ୍ଚଳରେ ସିଆରପିଏଫ ଜବାନଙ୍କ ପତ୍ନୀଙ୍କୁ ଗଳାକାଟି ହତ୍ୟା କରିବା ମାମଲାର ପର୍ଦ୍ଦାଫାସ କରିଛି ରଣପୁର ପୋଲିସ। ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଆଜି ରଣପୁର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଏହି ହତ୍ୟା କାଣ୍ଡର ପର୍ଦ୍ଦାଫାସ କରିଛନ୍ତି। ଗତକାଲି ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅଧିନସ୍ଥ କୋଟଣିଶିଳା ଗାଁରେ ନମିତା ବେହୁରାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ନମିତାଙ୍କ ପୁଅ ଶାଶ୍ୱତ ସାମନ୍ତରାୟ ଥାନାରେ ମାମଲା ଦାୟର କରିଥିଲେ। ଏଥି ସହିତ ବାହାରେ ରହୁଥିବା ସିଆରପିଏଫ ଜବାନ ତଥା ନମିତାଙ୍କ ସ୍ୱାମୀଙ୍କୁ ଶାଶ୍ୱତ ସୁଚନା ଦେଇଥିଲେ।

ଏହି ଘଟଣାରେ ରଣପୁର ପୁଲିସ ପକ୍ଷରୁ କେସ ନଂ-୨୧୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏଥି ସହ ଡିଏସପିଙ୍କ ନେତୃତ୍ୱରେ ୩ ଗୋଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ସାଇଣ୍ଟିଫିକ ଟିମ ସହ ବରିଷ୍ଠ ଅଧୀକାରୀ ମାନେ ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତରୁ ଉକ୍ତ ଗ୍ରାମର ଶରତ କୁମାର ସ୍ୱାଇଁ ଯିଏକି ମୃତ ନମିତାଙ୍କ ସାନ ଜ୍ୱାଇଁ ସେ ଏହି ହତ୍ୟା କାଣ୍ଡ କରିଥିବା ପ୍ରମାଣ ମିଳିଛି।

ଏହି ମାମଲାରେ ରଣପୁର ଆଇଆଇସି ନିହାର ରଞ୍ଜନ ମହାନ୍ତି ତଦନ୍ତକୁ ଜୋରଦାର କରିଥିଲେ। ବିଭିନ୍ନ ଦିଗରୁ ତଦନ୍ତ କରାଯାଇଥିଲା। ଏହି ମାମଲାରେ ଆଉ କେଉଁମାନେ ସାମିଲ ଅଛନ୍ତି ତଦନ୍ତ ଜାରି ରହିଛି। ଏକ ମାସ ମଧ୍ୟରେ କୋର୍ଟକୁ ଚାର୍ଜସିଟ ପ୍ରଦାନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି। ହତ୍ୟାକାରୀ ଔରଫ ଜ୍ୱାଇଁ ଶରତ କୁମାର ସ୍ୱାଇଁଙ୍କ ଠାରୁ ଏକ ଛୁରୀ ଜବତ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ହତ୍ୟା କାଣ୍ଡରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଖୁବ୍ କମ୍ ଦିନ ଭିତରେ ଏହାର ରହସ୍ୟ ଖୋଲିବ ବୋଲି ସୁଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ। ପ୍ରାଥମିକ ତଦନ୍ତରେ ଜ୍ୱାଇଁ ଶରତ ହତ୍ୟା କରିଥିବା ସୁଚନା ମିଳିଛି। ୩୦ ଦିନ ମଧ୍ୟରେ ଉକ୍ତ ହତ୍ୟା କାଣ୍ଡର ଚାର୍ଜସିଟ କୋର୍ଟରେ ଦାଖଲ କରାଯିବ ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି। ଏହି ସମୟରେ ଏସ.ଡି.ପି.ଓ ସୁଧୀର କୁମାର ସାହୁଙ୍କ ସମେତ ଦର୍ପନାରାୟଣପୁର ଫାଣ୍ଡି, ସୁନାଖଳା ଫାଣ୍ଡି ଅଧିକାରୀଙ୍କ ସମେତ ରଣପୁର ଥାନାର ସମସ୍ତ ପୋଲିସ ଉପସ୍ଥିତ ଥିଲେ।

ଗଳା କାଟି ହତ୍ୟା ରଣପୁର ହତ୍ୟାକାଣ୍ଡ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.