ସମୀକ୍ଷା ବ୍ୟୁରୋ
ଲୋକସଭାରେ ବକ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ସାରା ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଚର୍ଚ୍ଚା ଲାଗି ରହିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଏହି ଚର୍ଚ୍ଚା ଉପରେ ତାଙ୍କର ମତ ରଖିଛନ୍ତି। ଏହି ଅବସରରେ ମୋଦି ୨.୦ ସରକାରର ଏଜେଣ୍ଡା ଉପରେ ଆଲୋକପାତ କରିଛନ୍ତି। ସାଧାରଣ ଜନତା ପ୍ରଚଣ୍ଡ ବହୁମତ ଦେଇ ପୁଣିଥରେ ତାଙ୍କୁ ସରକାରକୁ ଆଣିଥିବାରୁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନେକ ବର୍ଷ ପରେ ଦେଶ ଏକ ମଜବୁତ୍ ଜନାଦେଶ ଦେଇଛି ବୋଲି କହିଛନ୍ତି। ସେହିପରି ୫ ବର୍ଷର କଠିନ ପରିଶ୍ରମକୁ ଲୋକେ ଅନୁମୋଦନ କରିଛନ୍ତି। ବହୁ ପରୀକ୍ଷା ନିରୀକ୍ଷା ପରେ ଜନାଦେଶ ଆସିଛି। ଯାହାର କେହି ନାହିଁ, ତାଙ୍କ ପାଇଁ ସରକାର ବୋଲି ମୋଦି କହିଛନ୍ତି। ଏହି ଅବସରରେ ପ୍ରତାପଙ୍କ ସମେତ ଅନ୍ୟ ନେତାମାନଙ୍କର ଭାଷଣକୁ ପ୍ରଶଂସା କରିଛନ୍ତି। ନୂଆ ସଦସ୍ୟମାନେ ବହୁ ମର୍ମସ୍ପର୍ଶୀ ଯୁକ୍ତି ଉପସ୍ଥାପନ କରିଛନ୍ତି ବୋଲି କହିଛନ୍ତି ମୋଦି। ଅନେକ ବର୍ଷ ପରେ ଦେଶ ଏକ ମଜବୁତ୍ ଜନାଦେଶ ଦେଇଛି। ଗୋଟିଏ ସରକାରକୁ ଦ୍ବିତୀୟବାର ପ୍ରଚଣ୍ଡ ମତଦାନ ଦେଇ ସତ୍ତାକୁ ଆଣିଛନ୍ତି, ଏହା ଆମ ମତଦାତା ନିଜଠାରୁ ନିଜ ଦେଶକୁ ଅଧିକ ଭଲପାଉଥିବାର ପ୍ରମାଣ ଦେଉଛି। ସଶକ୍ତି, ସମୃଦ୍ଧ ତଥା ସମାବେଶୀ ଭାରତ ଆମର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆମ ସରକାର ଗରିବଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ମୋଦି। କିଏ ଜିତିଲା, କିଏ ହାରିଲା, ସେ ବିଷୟ ଛାଡ଼ିକୁ ଆଗକୁ ଚିନ୍ତା କରିବା ଦରକାର ବୋଲି କହିବା ସହିତ ସମସ୍ତେ ମିଳିମିଶି ଅଖଣ୍ଡ ଭାରତର ସ୍ବପ୍ନକୁ ପୂରା କରିବାକୁ ହେବ ବୋଲି କହିଛନ୍ତି ମୋଦି।