ନିର୍ବାଚନ ପରେ ଏହି ରାଜ୍ୟରେ ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

Published: Jun 15, 2024, 5:39 pm IST

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ବିକ୍ରୟ ଟିକସ ବୃଦ୍ଧି କରିଛନ୍ତି। ଏହା ପରେ ଏହାର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲ ୩ ଟଙ୍କା ଏବଂ ଡିଜେଲରେ ୩.୨୦ ଟଙ୍କା ବ୍ୟୟବହୁଳ ହୋଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପେଟ୍ରୋଲ ଉପରେ ବିକ୍ରୟ କର ୨୫.୯୨% ରୁ ୨୯.୮୪% ଏବଂ ଡିଜେଲ ଉପରେ ୨୯.୮୪% ରୁ ୧୮.୪୪% କୁ ବୃଦ୍ଧି କରାଯାଇଛି।

ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ଉପରେ କର୍ଣ୍ଣାଟକ ବିକ୍ରୟ କର (KST) ୨୫.୯୨ ପ୍ରତିଶତରୁ ୨୯.୮୪ ପ୍ରତିଶତ ଏବଂ ଡିଜେଲରେ ୨୯.୮୪ ପ୍ରତିଶତରୁ ୧୮.୪୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଅର୍ଥ ବିଭାଗ ଦ୍ଵାରା ଜାରି ବିଜ୍ଞପ୍ତିରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ବର୍ତ୍ତମାନ ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୯୯.୮୪ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୮୫.୯୩ ଟଙ୍କାରେ ବିକ୍ରି ହେଉଛି।

୨୦୨୪-୨୫ ପାଇଁ ସିଦ୍ଧରମେୟାଙ୍କ ରାଜସ୍ୱ-ନିଅଣ୍ଟ ବଜେଟରେ ମୋଟ ରାଜସ୍ୱ ୩,୭୧,୩୮୩ କୋଟି ରହିଛି। ୨୭,୩୫୪ କୋଟି ଟଙ୍କା ନିଅଣ୍ଟ ସହିତ ଏହା ବୋଧହୁଏ ପ୍ରଥମ ଥର ଅଟେ ଯେ, ଆର୍ଥିକ ବର୍ଷରେ ବାର୍ଷିକ ଋଣ ୧ ଲକ୍ଷ କୋଟି ଅତିକ୍ରମ କରିଛି।

Related posts