Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଈଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦଶାହ ଉପଲକ୍ଷେ ବିନ୍ଦୁ ସାଗରରେ ମୁଣ୍ଡନ ଓ ତିଳତର୍ପଣ ଦାନ
ଆଜିର ଖବର

ଈଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦଶାହ ଉପଲକ୍ଷେ ବିନ୍ଦୁ ସାଗରରେ ମୁଣ୍ଡନ ଓ ତିଳତର୍ପଣ ଦାନ

June 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ଗଣମାଧ୍ୟମର ପ୍ରଥିତଯଶା, ଅତି ପରିଚିତ ବ୍ୟକ୍ତିତ୍ୱ, ରାମୋଜୀ ଗ୍ରୁପ୍‌ର ଅଧ୍ୟକ୍ଷ, ଓଡିଆ ସାମ୍ବାଦିକ ଗଢିବାର କାରଖାନା, ଈଟିଭି ଓଡିଆ ସହ ଈଟିଭି ନେଟୱାର୍କର ପ୍ରତିଷ୍ଠାତା ପଦ୍ମ ବିଭୂଷଣ ସ୍ୱର୍ଗତ ରାମୋଜୀ ରାଓଙ୍କ ଦଶାହ ଅବସରରେ ଆଜି ବିନ୍ଦୁସାଗରରେ ମୁଣ୍ଡନ ଓ ତିଳତର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁଦ୍ଧିକ୍ରିୟା ନୀତି ମୁତାବକ ଆଜି ପୂର୍ବାହ୍ନରେ ବିନ୍ଦୁସାଗର କୂଳରେ ମୁଣ୍ଡନ ଏବଂ ତିଳତର୍ପଣ ଆଦି କୂଳିନ ବ୍ରାହ୍ମଣଙ୍କ ଦ୍ୱାରା କର୍ମକର୍ମାଣୀ କରାଯାଇଥିଲା। ଈଟିଭି ନ୍ୟୁଜ୍‌ର ପୂର୍ବତନ କର୍ମଚାରୀ ପ୍ରଭାକର ଦଳାଇ, ପୂର୍ବତନ କ୍ୟାମେରା ମ୍ୟାନ୍ ଦୀନଭଂଜନ ପଣ୍ଡା ମୁଣ୍ଡନ ହେବା ସହ ତିଳତର୍ପଣ ଅର୍ପଣ ପୂର୍ବକ ସ୍ୱର୍ଗତ ରାମୋଜୀ ରାଓଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ସ୍ୱର୍ଗତ ରାମୋଜୀ ରାଓ ଥିଲେ ଅତ୍ୟାଧୁନିକ ଗଣ ଯୋଗାଯୋଗର (ଟେଲିଭିଜନ, ଡିଜିଟାଲ) ପ୍ରମୁଖ ବ୍ୟକ୍ତିତ୍ୱ। ୧୩ଟି ଭାଷାରେ ଈଟିଭି ନେଟୱାର୍କ ପ୍ରତିଷ୍ଠା କରି ସାମ୍ବାଦିକ ଓ କଳାକାର ଗଢିବାର ଏକ କାରଖାନା ଥିଲେ ରାମୋଜୀ ରାଓ। ସମ୍ବାଦ ଓ ମନୋରଂଜନ ଜଗତର ସେ ଥିଲେ ଅପ୍ରତିଦ୍ଵନ୍ଦୀ ଏବଂ ଅଦିତୀୟ ବ୍ୟକ୍ତିତ୍ୱ। ସେହି ଦେବ ପ୍ରତିମ ବ୍ୟକ୍ତିତ୍ୱଙ୍କ ବିୟୋଗରେ ସାରା ଦେଶର ଗଣମାଧ୍ୟମ, ସାମ୍ବାଦିକ, କଳାକାର, ନିର୍ଦେଶକ, ପ୍ରଯୋଜକ ଆଦି ସବୁ ବର୍ଗର ଲୋକେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭାକର ଦଳାଇ।

ସ୍ୱର୍ଗତ ରାମୋଜୀ ରାଓ ଓଡିଶାରେ ପ୍ରଥମ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଈଟିଭି ଓଡିଆ ପ୍ରତିଷ୍ଠା କରି ଓଡିଶାର ସମ୍ବାଦ ଓ ସାମ୍ବାଦିକତାକୁ ନୂତନ ଦିଗଦର୍ଶ ଦେଇଯାଇଛନ୍ତି। କେବଳ ସାମ୍ବାଦିକତା ନୂହେଁ, ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ସାହିତ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଈଟିଭି ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏପରିକି କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ  କାର୍ଯ୍ୟକ୍ରମ ପରିବେଷଣ କରିବାକୁ ପ୍ରେରଣା ଦେଇଥିଲେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ପେଡାପାରୁପୁଡି ବାସିନ୍ଦା ସ୍ୱର୍ଗତ ଚେରାକୁରୀ ରାମୋଜୀ ରାଓ। ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ରମୋଜୀ ରାଓ, ମାର୍ଗଦର୍ଶୀ ଚିଟ୍ ଫଣ୍ଡ, ବହୁ ପ୍ରସାରିତ ଈନାଡୁ ଖବର କାଗଜ, ୧୩ଟି ଭାଷାରେ ଈ-ଟିଭି ବା ଈନାଡୁ ଟିଭି ନାମରେ ଏକ ନେଟୱାର୍କ, ରମାଦେବୀ ପବ୍ଲିକ ସ୍କୁଲ, ପ୍ରିୟା ପିକ୍ଲ୍‌, କଳାଞ୍ଜଳି, ଡଲଫିନ୍ ଗୃପ୍ ଅଫ୍ ହୋଟେଲ୍‌ସ, ଉଷାକିରଣ ମୁଭିଜ୍‌, ବିଶ୍ୱର ଅନ୍ୟତମ ବଡ ଏବଂ ଶ୍ରେଷ୍ଠ ଫିଲ୍ମ ଟିସି-ରାମୋଜୀ ଫିଲ୍ମ ସିଟି ଆଦି ପ୍ରତିଷ୍ଠା କରି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଦେଇଛନ୍ତି।

ସେହି ଦେବ ପ୍ରତୀମ, ଶାନ୍ତ, ସରଳ, ଅମାୟିକ, ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ପଦ୍ମ ବିଭୂଷଣ ସ୍ୱର୍ଗତ ରାଓଙ୍କ ଅବର୍ତ୍ତମାନରେ ସମଗ୍ର ଦେଶରେ ଗଣ ଯୋଗାଯୋଗ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ସେହି ମହାନ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ମଙ୍ଗଳବାର ସଂଧ୍ୟା ସାଢେ ୬ଟାରେ ଈଟିଭିର ସମସ୍ତ ପୂର୍ବତନ ସାମ୍ବାଦିକ, କର୍ମଚାରୀ, କଳାକାର, ନିର୍ଦେଶକ, ପ୍ରଯୋଜକ, କାର୍ଯ୍ୟନିର୍ବାହୀ ଆଦି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ବ୍ୟକ୍ତିଙ୍କ ସହ ଓଡିଶା ମିଡିଆ ପରିବାର ପକ୍ଷରୁ ଜୟଦେବ ଭବନଠାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେଉଛି।

ବିନ୍ଦୁ ସାଗର ରାମୋଜୀ ରାଓ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

June 10, 2026
Latest News

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.