ପ୍ରେମିକାର ଘର ଆଗରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

Published: Jun 20, 2024, 4:10 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ସୁମଣ୍ଡଳ ଗ୍ରାମରେ ଏକ ଅଘଟଣ ଘଟି ଜଣେ ଯୁବକ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଥିବା ଜଣାପଡିଛି।
ଘଟଣାରୁ ଜଣାପଡିଛି ଯେ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଂସାମାରୀ ଗ୍ରାମର ସୁନୀଲ କୁମାର ସାହୁ ନାମକ ଜଣେ ଯୁବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ଜଣେ ୨୧ ବର୍ଷିୟା ଯୁବତୀକୁ ଏକତରଫା ଭଲପାଉଥଲା ଓ ଗତକାଲି ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ଦେଖା କରିବା ପାଇଁ କୋୖଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବାରୁ ଯୁବକ ଜଣକ ନିଜ ପକେଟ୍ ରେ ଧରିଥିବା ଏକ ଛୁରୀ ବାହାର କରି ନିଜ ପେଟର ଦୁଇଟି ସ୍ଥାନରେ ଭୁଷି ଅଚେତ ହୋଇଯାଇଥିଲା।

ଘଟଣାସ୍ଥଳରେ ପହଞ୍ଚି କିଛି ଲୋକ ସୁନୀଲ କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। କିନ୍ତୁ ଯୁବକର ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଖବର ପାଇ ପୋଲିସ ବଡ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts