Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ମାସରେ ଓଡ଼ିଶାରେ ସର୍ବାଧିକ ନୂଆ ମୋବାଇଲ ଗ୍ରାହକ ଯୋଡିଲା ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ
ଆଜିର ଖବର

ଏପ୍ରିଲ ମାସରେ ଓଡ଼ିଶାରେ ସର୍ବାଧିକ ନୂଆ ମୋବାଇଲ ଗ୍ରାହକ ଯୋଡିଲା ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ

June 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ଏପ୍ରିଲ ମାସରେ ଉଭୟ ଓୟାରଲେସ ଏବଂ ଓୟାରଲାଇନ କ୍ଷେତ୍ରରେ ରାଜ୍ୟରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୪ ଏପ୍ରିଲ ମାସରେ ଜିଓ ଓଡ଼ିଶାରେ ସର୍ବାଧିକ ୧୧୩୧୮୬ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡ଼ିଥିବା ବେଳେ ଏହାର ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲ୍‌‌ ଏହି ସମୟରେ ମାତ୍ର ୮୯୫୪ ମୋବାଇଲ ଉପଭୋକ୍ତା ଯୋଡ଼ିଛି।

ଅନ୍ୟପକ୍ଷରେ, ଭୋଡାଫୋନ୍ ଆଇଡିଆ (ୱି) ଓ ବିଏସ୍‌‌ଏନ୍‌‌ଏଲ୍ ଏପ୍ରିଲ ମାସରେ ଓଡ଼ିଶାରେ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ଏଥିସହିତ ୨୦୨୪ ଏପ୍ରିଲ ୩୦ ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୫୩ କୋଟିରୁ ଅଧିକ ହୋଇଛି। ଏପ୍ରିଲ ମାସରେ ଓଡ଼ିଶାରେ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୧୪୪୪୦ ବୃଦ୍ଧି ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଏପ୍ରିଲ ଶେଷ ସୁଦ୍ଧା ୩.୩୭ କୋଟିକୁ ବୃଦ୍ଧି ହୋଇଛି । ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ଓଡ଼ିଶା ଟେଲିକମ୍ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି ।

ଜାତୀୟ ସ୍ତରରେ ମଧ୍ୟ ଜିଓ ଏପ୍ରିଲ ମାସରେ ସର୍ବାଧିକ ୨୬.୮୭ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଡ଼ିଥିବା ଜଣାପଡ଼ିଛି। ଏଥିସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୭.୨୪ କୋଟିକୁ ବୃଦ୍ଧି ପାଇଛି ଏବଂ କଂପାନି ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ଦୂରସଂଚାର କ୍ଷେତ୍ରରେ ୪୫% ରୁ ଅଧିକ ଉପଭୋକ୍ତା ବଜାର ଅଂଶ ଏବଂ ୫୨% ରୁ ଅଧିକ ରାଜସ୍ୱ ବଜାର ଅଂଶ ସହିତ ରାଜ୍ୟର ଏକ ନମ୍ବର ଏବଂ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି। ସାରା ରାଜ୍ୟରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି, ଦୁର୍ଗମ ଅଂଚଳରେ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ମାତ୍ର ୯୯୯ ଟଙ୍କାରେ ଉପଲବ୍ଧ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ସୁଲଭ ଜିଓ ଭାରତ ୪ଜି ଫୋନ୍‌ର ବ୍ୟାପକ ଲୋକପ୍ରିୟତା ବଳରେ ରାଜ୍ୟରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓସିନେମା, ଜିଓଟିଭି, ଜିଓ ସାଭନ ଭଳି ପ୍ରିମିୟମ ଆପ୍ପ ଏବଂ ୟୁପିଆଇ ପେମେଂଟ ସୁବିଧା ଭଳି ଅନେକ ଆକର୍ଷଣୀୟ ଫିଚର ପାଇଁ ଜିଓ ଭାରତ ୪ଜି ଫୋନ୍ ରାଜ୍ୟର ଗ୍ରାମାଞ୍ଚଳ ଅଧିବାସୀ ତଥା ସୁଲଭ ମୂଲ୍ୟରେ ୪ଜି ଫୋନ ଅନ୍ୱେଷଣ କରୁଥିବା ଲୋକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଛି।

ଜିଓ ନିକଟରେ ଏହାର ଲୋକପ୍ରିୟ ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ହଜାର ହଜାର ଗ୍ରାମକୁ ସମ୍ପ୍ରସାରିତ କରିଛି । ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା । ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଏବଂ ନିକଟବର୍ତ୍ତୀ ହଜାର ହଜାର ଗାଁ ରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି।

jio
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.