ଓଡିଶା ବିଧାନସଭାର ବାଚସ୍ପତି ହେବା ପରେ ରଣପୁର ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ସୁରମା ପାଢ଼ୀ

Published: Jun 22, 2024, 8:33 pm IST

ରଣପୁର: ଓଡିଶା ବିଧାନସଭାର ବାଚଷ୍ପତି ହେବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଏକ ଦିନିକିଆ ଗସ୍ତରେ ଆସିଛନ୍ତି ସୁରମା ପାଢ଼ୀ। ପ୍ରଥମେ ଚମ୍ପାଗଡ଼ ଠାରେ ସୁରମା ପାଢ଼ୀ ପହଞ୍ଚିବା ପରେ ଦଳୀୟ କର୍ମୀ ମାନେ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ବିରାଟ ପଟୁଆରରେ ସ୍ଥାନୀୟ ଜଣ ସାଧାରଣ ବାଚସ୍ପତିଙ୍କୁ ପାଛୋଟି ନେଇଥିଲେ।

ଏହା ପରେ ସୁରମା ପାଢ଼ୀଙ୍କୁ ଭେଟିବା ପାଇଁ ସ୍ଥାନିୟ ଅଂଚଳର ସହ ସହ ଜନ ସାଧାରଣ କଟକ ସହର, ବେଣ୍ଟ କନ୍ଧ ନୟାଗଡ଼ ଛକ ଠାରେ ଅପେକ୍ଷା କରିଥିଲେ। ସୁରମା ପାଢ଼ୀ ଗାଡିରୁ ଓହ୍ଲାଇ ସ୍ଥାନୀୟ ଜନ ସାଧାରଣଙ୍କୁ ଭେଟି ଥିଲେ। ଏହା ପରେ କନ୍ଧ ନୟାଗଡ଼ ହନୁମାନ ମନ୍ଦିରରେ ଶ୍ରୀ ହନୁମାନଙ୍କୁ ଦର୍ଶନ କରିବା ସହ ଦୀପ ଦାନ କରି ଓଡିଶା ବାସୀଙ୍କର ଶୁଭ ମନାସୀ ଥିଲେ।

ଏହା ପରେ ସେ ଚାନ୍ଦପୁର, କେରଣ୍ଡା ଟାଙ୍ଗୀ, ରାଇପଡା ଆଦି ଗ୍ରାମ ଗସ୍ତ କରିଥିଲେ। ଶହ ଶହ ଜନ ସାଧାରଣ ରାସ୍ତା ପାର୍ଶ୍ଵରେ ରହି ସୁରମା ପାଢ଼ିଙ୍କୁ ସ୍ୱାଗତ ଜଣାଇଥିଲେ। ଏହା ସହ ଖଣ୍ଡିଆ ବନ୍ଧ ଠାରେ ଅନୁଷ୍ଠିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ବାଚସ୍ପତି ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ର ରେ ବିଜେପି ନେତା ସୁବର୍ଣ୍ଣ ସିଂ, ପ୍ରଦୀପ ସେନାପତି, ଅମୁଲ୍ୟ ସାହୁ, ଗୋପାଳ ନାୟକ, ବେଣୁଧର ରଣା, ନିର୍ମଳ ମତ୍ତଗଜ ସିଂ, ପ୍ରମୁଖ ସହଯୋଗ କରିଥିଲେ।

Related posts