ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବର୍ଷ ବର୍ଷ ଧରି ଚାଲିଆସୁଛି। ଆଇସିସି ଇଭେଣ୍ଟରେ, ଉଭୟ ଦଳ ସମାନ ଗ୍ରୁପରେ ରଖାଯାଏ କିମ୍ବା କାର୍ଯ୍ୟସୂଚୀ ଏପରି ଭାବରେ ପ୍ରସ୍ତୁତ ହୋଇଛି ଯେ, ଉଭୟ ପ୍ରତିଦ୍ୱନ୍ଦ୍ୱୀ ନିଶ୍ଚିତ ଭାବରେ ମୁହାଁମୁହିଁ ହେବେ। ବର୍ତ୍ତମାନ ଇଂଲଣ୍ଡର ପୂର୍ବତନ କ୍ରିକେଟର ଡେଭିଡ ଲଏଡ ଆଇସିସି ଉପରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। କ୍ରିକେଟ୍ ପ୍ରଶଂସକମାନେ ବର୍ଷ ବର୍ଷ ଧରି ଡେଭିଡ ଲଏଡଙ୍କୁ ଭାଷ୍ୟକାର ଭାବେ ଶୁଣୁଥିଲେ, କିନ୍ତୁ ବର୍ତ୍ତମାନ ସେ ଭାରତ-ପାକ ମ୍ୟାଚ୍ ସ୍ଥିର ହେଉଥିବା ନେଇ ଆନ୍ତର୍ଜାତୀୟ କ୍ରିକେଟ୍ ଆସୋସିଏସନ୍ (ଆଇସିସି) ଉପରେ ପ୍ରଶ୍ନ ଉଠାଇଛନ୍ତି।
ଡେଭିଡ ଲଏଡ ଏହା ମଧ୍ୟ କହିଛନ୍ତି ଯେ, ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଭାରତର କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରାଯାଇଛି। ଭାରତ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହି ଦଳର ସମସ୍ତ ଗ୍ରୁପ୍ ମ୍ୟାଚ୍ ଗୋଟିଏ ସ୍ଥାନରେ ଖେଳାଯାଇଥିଲା । ସମସ୍ତ ମ୍ୟାଚ୍ ଏପରି ସ୍ଥିର କରାଯାଇଥିଲା ଯେ, ସମସ୍ତ ମ୍ୟାଚ ରାତି ୮ ଟାରେ ଭାରତରେ ଟେଲିକାଷ୍ଟ ହୋଇଥିଲା। ଭାରତ ବ୍ୟତୀତ ଅନ୍ୟ ଦଳମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅନେକ ଥର ଯିବାକୁ ପଡିଲା ଏବଂ ସେମାନଙ୍କର ସମୟ ମଧ୍ୟ ବଦଳିବାକୁ ଲାଗିଲା।