Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାହିତ୍ୟ ମାସିକୀ: ରାଜ୍ୟ ବାଲ୍‌ ସାହିତ୍ୟ ପୁରସ୍କାର ବିଜେତା ମାନସ ରଞ୍ଜନ ସାମଲଙ୍କୁ ସମ୍ବର୍ଦ୍ଧନା
ଆଜିର ଖବର

ସାହିତ୍ୟ ମାସିକୀ: ରାଜ୍ୟ ବାଲ୍‌ ସାହିତ୍ୟ ପୁରସ୍କାର ବିଜେତା ମାନସ ରଞ୍ଜନ ସାମଲଙ୍କୁ ସମ୍ବର୍ଦ୍ଧନା

June 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାହିତ୍ୟ ମାସିକୀ: ରାଜ୍ୟ ବାଲ୍‌ ସାହିତ୍ୟ ପୁରସ୍କାର ବିଜେତା ମାନସ ରଞ୍ଜନ ସାମଲଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଶିଶୁ ସାହିତ୍ୟ କ୍ଷେତ୍ରରେ ନୂତନ ପ୍ରତିଭାମାନଙ୍କ ପ୍ରୋତ୍ସାହନ, ପ୍ରକାଶକମାନଙ୍କ ଦିଗ୍‌ଦର୍ଶନ ନେଇ ଶିଶୁ ସାହିତ୍ୟିକ ମାନସ ରଂଜନ ସାମଲ ଗୁରୁତ୍ୱ ଆରୋପ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ବାଲ୍‌ ସାହିତ୍ୟ ପୁରସ୍କାର ବିଜେତା ଶ୍ରୀ ସାମଲ ‘ମୋ ଜୀବନ: ମୋ ସୃଜନ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ତାଙ୍କର ଲେଖକୀୟ ଜୀବନର ପ୍ରେରଣା, ପ୍ରଥମ ଲେଖା ପ୍ରକାଶନ, ପତ୍ରିକା ସଂପାଦନା ଓ ପ୍ରକାଶନରେ ସମସ୍ୟା ତଥା ପାଠକୀୟତା ବୃଦ୍ଧି ପାଇଁ ଉଦ୍ୟମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ।

ସେ ତାଙ୍କ ସଂପାଦିତ ‘ଝୁମୁକା’ ଶିଶୁ ପତ୍ରିକାର ବିଭିନ୍ନ ଦିଗ ଉପରେ ମଧ୍ୟ ଉଲ୍ଲେଖ କରିଥିଲେ। ବିଶିଷ୍ଟ ସାହିତି୍ୟକମାନେ ଶିଶୁ ସାହିତ୍ୟ କ୍ଷେତ୍ରରେ ମନୋନିବେଶ କରି ଭବିଷ୍ୟତ ନାଗରିକଙ୍କ ସୃଜନ କୃତିତ୍ୱକୁ ଉତ୍ସାହ ଦେବାକୁ ସେ ଅନୁରୋଧ କରିଥିଲେ।

ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମଲଙ୍କୁ ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପୌରୋହିତ୍ୟ କରିଥିବା ବେଳେ ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡା. ଜୀବନକୃଷ୍ଣ ମିଶ୍ର ବେଦପାଠ କରିଥିଲାବେଳେ ‘ଏ ମାସର କବି’ ଭାବରେ ସ୍ୱାଗତିକା ମିଶ୍ର ସ୍ୱରଚିତ କବିତା ପାଠ କରିଥିଲେ।

ପରେ ଅଭୟ ନାରାୟଣ ନାୟକ ଓ ସ୍ନେହଲତା ଦାସ ଲେଙ୍କାଙ୍କ ଯୁଗ୍ମ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନନ୍ଦ କିଶୋର ବିଶ୍ୱାଳ, ମୌସୂମୀ ଦାସ, ଶ୍ରୁତକୀର୍ତ୍ତି ତ୍ରିପାଠୀ, ପ୍ରଦୀପ୍ତ ବାରିକ, ମହେନ୍ଦ୍ର କୁମାର ମଲ୍ଲିକ, ପ୍ରବୀଣା ପରିଡ଼ା, ସୁଷମା ଦାଶ, ସତ୍ୟନାରାୟଣ ସିଂହ, ଶୈଳେନ୍ଦ୍ର ଜେନା, ସତ୍ୟରଞ୍ଜନ ପ୍ରହରାଜ, ଚିନ୍ମୟୀ ଜେନା, ଆଭାସ ବରାଳ ଓ ନମିତା ପାଇକରାୟ ପ୍ରମୁଖ କବିତା ପାଠ କରିଥିଲେ। ଅନୁଷ୍ଠାନର ସଦସ୍ୟ ବିଧୁଭୂଷଣ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

କବି ରକ୍ଷକ ନାୟକ ରକ୍ଷକ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026

ଇରାନରୁ କଣ କିଣୁଛି ଭାରତ?: ଯୁଦ୍ଧ ହେଲେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇବ?

March 1, 2026

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026

୯୦ ଲକ୍ଷ ଭାରତୀୟଙ୍କୁ ସୁରକ୍ଷା ଦେବାର ଚ୍ୟାଲେଞ୍ଜ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ JNU ପ୍ରଫେସରଙ୍କ ବିବୃତ୍ତି

March 1, 2026
Latest News

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026

ଇରାନରୁ କଣ କିଣୁଛି ଭାରତ?: ଯୁଦ୍ଧ ହେଲେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇବ?

March 1, 2026

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026

୯୦ ଲକ୍ଷ ଭାରତୀୟଙ୍କୁ ସୁରକ୍ଷା ଦେବାର ଚ୍ୟାଲେଞ୍ଜ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ JNU ପ୍ରଫେସରଙ୍କ ବିବୃତ୍ତି

March 1, 2026

ତୈଳ ସଙ୍କଟ ବଢାଇବା କି ଇସ୍ରାଏଲ-ଇରାନ ଯୁଦ୍ଧ, ଜାଣନ୍ତୁ କ’ଣ ରହିଛି ଭାରତର ଯୋଜନା?

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.