Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ “ଭର୍ଟିକାଲ ଟ୍ରାନ୍ସପୋର୍ଟେସନ”ରେ ତାଲିମ ପାଠ୍ୟକ୍ରମ
ଆଜିର ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ “ଭର୍ଟିକାଲ ଟ୍ରାନ୍ସପୋର୍ଟେସନ”ରେ ତାଲିମ ପାଠ୍ୟକ୍ରମ

July 5, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ବଡ଼ ବଡ଼ ସହରରେ ଆପାର୍ଟମେଣ୍ଟ ସହିତ ଆଧୁନିକ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ମଲ୍ ଆଦି ନିର୍ମାଣ ହେଉଛି। ଏଠାରେ ଲୋକଙ୍କ ଯିବାଆସିବା ଓ ଜିନିଷପତ୍ର ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥିପାଇଁ ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲେଟର ଆଦିର ଚାହିଦା ବଢ଼ିବାରେ ଲାଗିଛି। ତେଣୁ ଏସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ “ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌” (ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲେଟର ଟେକ୍ନୋଲୋଜି) ଉପରେ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ୨୦୨୪-୨୫ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନରେ ଏହି ପାଠ୍ୟକ୍ରମରେ ନାମଲେଖା ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାର ଆଗ୍ରହୀ ଯୁବ ପ୍ରାର୍ଥୀମାନେ ଏହି ବିଷୟରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଆବେଦନ କରିପାରିବେ।

୨୦୨୩-୨୪ ଶିକ୍ଷାବର୍ଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ “ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌” (ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲେଟର ଟେକ୍ନୋଲୋଜି) ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ତାଲିମ ନେଉଛନ୍ତି।

“ଲିଫ୍ଟ ଟେକନିସିଆନ୍ ହେବାକୁ ମୋର ଲକ୍ଷ୍ୟ ଥିଲା। ତେଣୁ ମୁଁ ଏବେ ବିଶ୍ୱ ଦକ୍ଷତା କେନ୍ଦ୍ରର ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ପାଠ୍ୟକ୍ରମରେ ତାଲିମ ନେଉଛି। ଏଠାରେ ମୁଁ ପ୍ୟାନେଲ ୱୟାରିଂ ଓ ଲିଫ୍ଟ ୱୟାରିଂ ଆଦି ବିଷୟରେ ଶିଖିବାକୁ ପାଉଛି। ଏଠାରେ ହ୍ୟାଣ୍ଡସ୍‌-ଅନ୍‌-ପ୍ରାକ୍ଟିସର ସୁବିଧା ରହିଛି। ଆଗାମୀ ଦିନରେ ମୁଁ ମୋ’ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି”, କହିଛନ୍ତି ବାଲେଶ୍ୱରରୁ ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ଛାତ୍ର ଅରୁଣ ମହାନ୍ତି।

“ଅନ୍ତର୍ଜାତୀୟ ସ୍ତରରେ ଲିଫ୍ଟ ଟେକ୍ନୋଜିର ଭଲ ଚାହିଦା ରହିଛି। ତେଣୁ ମୁଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏସ୍କାଲେଟର, ଟ୍ରାଭେଲେଟର ଏବଂ ଏଲିଭେଟରର ସ୍ଥାପନା, ମରାମତି ଓ ରକ୍ଷଣା ବେକ୍ଷଣ ଆଦି ବିଷୟରେ ଶିଖିବାକୁ ପାଉଛି। ତାଲିମ ଶେଷ କରିବା ପରେ ମୁଁ ଲିଫ୍ଟ ଟେକନିସିଆନ ଭାବେ କ୍ୟାରିୟର ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି”, କହିଛନ୍ତି ମୟୂରଭଞ୍ଜରୁ ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ଛାତ୍ରୀ ପଦ୍ମାବତୀ ହାଁସଦା।

ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନର (ଆଇଟିଇ) ତତ୍ତ୍ୱାବଧାନରେ ଏହି ପାଠ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ ବିଷୟରେ ଆବଶ୍ୟକ ବୈଷୟିକ ଶିକ୍ଷା ଓ ତାଲିମ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ପାଠ୍ୟକ୍ରମର ଅବଧି ରହିଛି ୧ ବର୍ଷ। ଶିଳ୍ପ ତାଲିମ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ କିମ୍ବା ୩ ବର୍ଷିଆ ପଲିଟେକନିକ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିରେ ଆବେଦନ କରିପାରିବେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ବିଷୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ପାଇଁ ଅତ୍ୟାଧୁନିକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି। ଫଳରେ ଏହା ଏସ୍କାଲେଟର, ଏଲିଭେଟର ଏବଂ ଅନୁରୂପ ଯନ୍ତ୍ରର ସ୍ଥାପନା ଓ କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ବିଷୟରେ ତାଲିମ ଦେବାରେ ବିଶେଷ ସହାୟକ ହେଉଛି।

ବୈଷୟିକ ପାଠ୍ୟକ୍ରମ ସହିତ ଏଠାରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ବିକାଶ, ଡିଜାଇନ୍ ଥିଙ୍କିଙ୍ଗ୍‌, ଉଦ୍ୟୋଗ ବିକାଶ ଆଦି ବିଷୟକୁ ନେଇ ଜୀବନ କୌଶଳ ତାଲିମ ମଧ୍ୟ ଦିଆଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ମାଗଣାରେ ଦିଆଯାଉଛି।

ସେହିପରି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ ପ୍ରୋଗ୍ରାମ” ଏବଂ “ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ” ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇ ସିଙ୍ଗାପୁର ଭଳି ଅନ୍ତର୍ଜାତୀୟ ସ୍ତରରେ ତାଲିମ ଓ କାମ କରିବାର ସୁଯୋଗ ଦେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର। ଫଳରେ ବିଶ୍ୱସ୍ତରୀୟ ଅଭିଜ୍ଞତା ହାସଲ କରି ସେମାନେ ନିଜ କ୍ୟାରିୟରକୁ ନୂଆ ଦିଗ ଦେଇପାରୁଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏବେ “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ଓ “ସ୍କୁଲ ଅଫ୍ ସର୍ଭିସେସ୍‌” ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରାର୍ଥୀମାନେ କେନ୍ଦ୍ରର ୱେବସାଇଟରେ www.worldskillcenter.org ପ୍ରଥମେ ପଞ୍ଜୀକରଣ କରିବା ପରେ ଆବେଦନ କରିପାରିବେ। ନାମଲେଖା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀ ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିପାରିବେ।

ତାଲିମ ପାଠ୍ୟକ୍ରମ ବିଶ୍ୱ ଦକ୍ଷତା କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

‘ମୁଁ ନେହେରୁଙ୍କ ବଡ଼ ପ୍ରଶଂସକ, କିନ୍ତୁ ସମସ୍ତ ନୀତିକୁ ସମର୍ଥନ କରେ ନାହିଁ’: କଂଗ୍ରେସ ସାଂସଦ ଶଶି ଥରୁର

January 9, 2026
Latest News

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

‘ମୁଁ ନେହେରୁଙ୍କ ବଡ଼ ପ୍ରଶଂସକ, କିନ୍ତୁ ସମସ୍ତ ନୀତିକୁ ସମର୍ଥନ କରେ ନାହିଁ’: କଂଗ୍ରେସ ସାଂସଦ ଶଶି ଥରୁର

January 9, 2026

‘ଚାକିରି ବଦଳରେ ଜମି’ ମାମଲା: ଲାଲୁ ଯାଦବଙ୍କ ପରିବାରକୁ ବଡ଼ ଝଟକା ଦେଲେ କୋର୍ଟ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.