Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଷୀଙ୍କ ସମସ୍ୟା ନେଇ ପ୍ରେକ୍ଷାଳୟରେ ‘ସୀତା’
ଆଜିର ଖବର

ଚାଷୀଙ୍କ ସମସ୍ୟା ନେଇ ପ୍ରେକ୍ଷାଳୟରେ ‘ସୀତା’

July 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଫ୍ରାଇଡେ ରିଲିଜ୍ ଅବସରରେ ପ୍ରେକ୍ଷାଳୟକୁ ଚାଷୀଙ୍କ ସମସ୍ୟା ନେଇ ଆସିଲା ଓଡ଼ିଆ ସିନେମା – ସଂଘର୍ଷର କାହାଣୀ ‘ସୀତା। ରାଜ୍ୟର ୧୦ଟି ହଲ୍‌ରେ ରିଲିଜ୍ ହେଇଥିବାବେଳେ ଭୁବନେଶ୍ଵରର ଏକ ମଲ୍ଟିପ୍ଲେକ୍ସରେ ଅପରାହ୍ଣ ୪ଟା ୧୫ରେ ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂରା ପ୍ରଯୋଜନା ଟିମ୍ ଓ କଳାକାରଙ୍କ ସହିତ ଇଣ୍ଡଷ୍ଟ୍ରିର ଅନେକ ନାମୀ ଦାମୀ ପ୍ରଯୋଜକ, ନିର୍ଦ୍ଦେଶକ, ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ଦର୍ଶକଙ୍କ ଗହଣରେ ସିନେମା ଦେଖିଥିଲେ। ସିନେମାଟି କୃଷି ଉପରେ ପର୍ଯ୍ୟବେଶିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ।

ରାଜନୈତିକ ନିଚ୍ଛକ କଥା ଉପରେ ଥିବାରୁ ସିନେମାର ରିଲିଜ୍ ପାଇଁ କିଛିଟା ପ୍ରତିବନ୍ଧକ ଥିଲା। ଏବେ ସରକାର ବଦଳିଲା ପରେ ରିଲିଜ୍ ପାଇଁ ସୁଯୋଗ ମିଳିଲା। ୟୁଟ୍ୟୁବ୍‌ରେ ସିନେମାର ଟିଜର୍‌ ଦର୍ଶକଙ୍କ ଭଲପାଇବା ସାଉଁଟି ଚାଲି ଥିଲାବେଳେ ସିନେମା ରିଲିଜ୍‌କୁ ସମସ୍ତଙ୍କ ଅପେକ୍ଷା ରହିଥିଲା। ଅଶ୍ୱିନ ତ୍ରିପାଠୀ ଫିଲ୍ମ ପ୍ରଯୋଜିତ ସୀତାର ମୁଖ୍ୟ ଭୂମିକାରେ ଦେବଜାନୀ, ସମରେଶ ,ଚୈ।ଧୁରୀ ବିକାଶ ଦାସ, ସୁଶାନ୍ତ ଆହୁରି ଅନେକ ନାମୀ କଳାକାର ରହିଛନ୍ତି। ଏହାର ସଂଳାପ ଡ. ରଜନୀ ରଞ୍ଜନ ଲେଖିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଜାପାନୀ। ଗୀତ ଲେଖିଛନ୍ତି ତପୁ ନାୟକ।

ଡିଓପିରେ ଅକ୍ଷୟ କୁମାର ନାୟକ ଦକ୍ଷତା ଦେଖାଇଥିବା ବେଳେ ସମ୍ପାଦନା କରିଛନ୍ତି ମାନସ କୁମାର ସାହୁ । ଏହାର ପ୍ରଯୋଜନା, କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଯୁବ ପ୍ରତିଭାବାନ ନିର୍ମାତା ଅଶ୍ୱିନ୍ ତ୍ରିପାଠୀ।

ତେବେ ଅଶ୍ୱିନ ତ୍ରିପାଠୀ ଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ଦର୍ଶକ ଯେପରି ଭଲ ପାଇବା ଦେଇଛନ୍ତି ସୀତା କୁ ସବୁଠୁ ବେଶୀ ଭଲ ପାଇବା ଦେବେ ବୋଲି ନିଜେ ପ୍ରକାଶ କରିଛନ୍ତି।

ପ୍ରିମିୟର ସୋ ରେ ସାସଂଦ ମୁନା ଖାଁ, ଅଭିନେତ୍ରୀ ଏଲିନା, ରିୟା, ନୈନା ଦାସ, ପ୍ରତିଭା ପଣ୍ଡା, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ପ୍ରିତିରାଜ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ତପନ ଦାସ, ଟୁଟୁ ନାଏକ, ଗଦାଧର ପୁଟ୍ଟୀ, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଆ ସିନେମା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.