ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

Published: Jul 6, 2024, 5:05 pm IST

ନୂଆଦିଲ୍ଲୀ: ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାତୃଭୂମି ପ୍ରତି ତାଙ୍କ ଭକ୍ତି ଓ ତ୍ୟାଗ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଆସୁଥିବ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ନିଜର ପ୍ରଖର ରାଷ୍ଟ୍ରବାଦୀ ବିଚାର ଦ୍ୱାରା ମା ଭାରତୀଙ୍କୁ ଗୌରବାନ୍ୱିତ କରିଥିବା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ମାତୃଭୂମି ପ୍ରତି ତାଙ୍କ ସମର୍ପଣ ଓ ତ୍ୟାଗ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଦେଇ ଆସୁଥିବ”।

Related posts