Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଉତ୍କର୍ଷତାର ପ୍ରତୀକ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ
ଆଜିର ଖବର

ସୋଆ ଉତ୍କର୍ଷତାର ପ୍ରତୀକ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

July 18, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ ବୁଧବାର ଅନେକ ବିଶିଷ୍ଟ ଶିକ୍ଷାବିତ୍ ଉଚ୍ଚ ପ୍ରଶଂସା କରିବା ସହ ସମାଜ ପ୍ରତି ଏହି ଶିକ୍ଷାନୁଷ୍ଠାନର ବିଶାଳ ଅବଦାନ ରହିଛି ବୋଲି କହିଛନ୍ତି।

ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ ଦୁରଦର୍ଶୀ ନେତୃତ୍ୱ ଯୋଗୁ ସୋଆ ଉଚ୍ଚ ଶିଖରକୁ ପହଂଚିପାରିବା ସହ ଶିକ୍ଷା କ୍ଷେତ୍ରକୁ ଉଚ୍ଚସ୍ତରକୁ ନେଇପାରିଛି।

ପ୍ରଫେସର କର୍ମାଲକରଙ୍କ ସହିତ ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ବାବୁ ସିଂ, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକନୋଲୋଜି (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ ଟେକନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର)ର କୁଳପତି ବିଭୂତି ଭୂଷଣ ବିଶ୍ୱାଳ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

୧୮ ତମ ପ୍ରତିଷ୍ଠା ଦିବସ ଅବସରରେ ସୋଆକୁ ଶୁଭେଚ୍ଛା ଜଣାଇ ଅତିଥି ମାନେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚ ପ୍ରଶଂସା କରି ତାଙ୍କର ଦୂରଦର୍ଶୀ ନେତୃତ୍ୱ ଯୋଗୁ ହିଁ ଏହି ଶିକ୍ଷାନୁଷ୍ଠାନ ଖୁବ୍ କମ୍ ସମୟ ମଧ୍ୟରେ ଉଚ୍ଚକୁ ପହଂଚି ପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ।

ପ୍ରଫେସର କର୍ମାଲକର କହିଥିଲେ ଯେ ସୋଆ ନିରନ୍ତର ଭାବେ ଉତ୍କର୍ଷତା ହାସଲ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିବା ସହ ନିଜ ନାମର ପ୍ରତିପାଦନ କରିପାରିଛି ଯାହାର ପ୍ରକୃତ ଅର୍ଥ ହେଉଛି ଶିକ୍ଷା ଓ ଗବେଷଣା।

ସେ କହିଥିଲେ ଯେ ଶିକ୍ଷାର ଅର୍ଥ ନୁହେଁ କେବଳ ବିବିଧ ବିଷୟକୁ ନେଇ ଜ୍ଞାନ ଆହରଣ କରିବା ବରଂ ଏହାର ଅର୍ଥ ହେଉଛି ଏକ ବିଷୟକୁ ବିଭିନ୍ନ ଢ଼ଙ୍ଗରେ ଶିକ୍ଷା କରିବା। ଶିକ୍ଷକଙ୍କର ଲକ୍ଷ୍ୟ କେବଳ ପାଠ୍ୟକ୍ରମକୁ ଶେଷ କରିବା ନୁହେଁ ବରଂ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀ କିଭଳି ଜ୍ଞାନ ଆହରଣ କରିପାରିବେ ସେ ନେଇ ଶିକ୍ଷା ପ୍ରଦାନ କରିବା।

ପ୍ରଫେସର କର୍ମାଲକର କହିଥିଲେ ଯେ ଏକ ଜିଜ୍ଞାସୁ ମଣିଷ ଠାରୁ ହିଁ ଗବେଷଣାର ଉତ୍ସ ଆରମ୍ଭ ହୋଇଥାଏ ଏବଂ ସମସ୍ୟାକୁ ସମାଧାନ କରିବାରେ ଉତ୍ସୁକତା ରହିବା ଗବେଷକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ଇଲେକ୍ଟ୍ରିକ୍ ବଲବ୍‌ର ଉଦ୍ଭାବକ ଥୋମାସ ଆଲଭା ଏଡିସନ ବାରମ୍ବାର ବିଫଳ ହେବା ପରେ ସଫଳ ହୋଇଥିବା ବେଳେ ନାସା ପକ୍ଷରୁ ମହାକାଶକୁ ୨୮ ଥର ରକେଟ୍ ପଠେଇବାର ପ୍ରଚେଷ୍ଟା କରାଯାଇଥିବା ବେଳେ ୨୦ ଥର ବିଫଳତାର ସମ୍ମୁଖୀନ ହୋଇଥିଲା।

ଗବେଷକ ନିଜର ପ୍ରଚେଷ୍ଟା ଜାରି ରଖିବା ଉଚିତ୍। ଏହାର ଅର୍ଥ ହେଉଛି ଅଦମନୀୟ ଇଚ୍ଛା ଶକ୍ତି ଏବଂ ନିଜ ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାର ମନୋଭାବ ରହିବା ଆବଶ୍ୟକ।
ଶ୍ରୀ ସିଂ କହିଥିଲେ ଯେ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୋଆ ଏକ ମାଇଲ୍‌ଖୁଂଟ ସୃଷ୍ଟି କରିଛି ଏବଂ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ପ୍ରଫେସର ନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଇଛଶକ୍ତି ଯୋଗୁ ଏହି ସଫଳତା ହାସଲ ହୋଇପାରିଛି। ତେଣୁ ସୋଆର ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି ସଫଳତାକୁ ଆହୁରି ଉଚ୍ଚକୁ ନିଅନ୍ତୁ ବୋଲି ସେ କହିଥିଲେ।

ପ୍ରଫେସର ବିଶ୍ୱାଳ ମଧ୍ୟ ପ୍ରଫେସର ନାୟକଙ୍କୁ ପ୍ରଶଂସାକରି କହିଥିଲେ ଯେ ତାଙ୍କ ଚିନ୍ତାଶକ୍ତି ଖୁବ୍ ଭିନ୍ନ। ସେ ଜଣେ ବିଚକ୍ଷଣ ଛାତ୍ର ଏବଂ ଶିକ୍ଷକ ଥିଲେ। ଆଜି ସେ ନିଜେ ଏକ ଅନୁଷ୍ଠାନରେ ପରିଣତ ହୋଇଛନ୍ତି ବୋଲି ସେ କହିଥିଲେ।

ସୋଆକୁ ନାକ୍ ପକ୍ଷରୁ ସର୍ବାଧିକ ଗ୍ରେଡ୍‌ରେ ପୁନଃ ସ୍ୱୀକୃତି ମିଳିଥିବା ବେଳେ ବିଶ୍ୱବିଦ୍ୟାଳୟ ସମାଜର ହିତ ଦିଗରେ ଉତମ କାର୍ଯ୍ୟକୁ ବଜାୟ ରଖିଛି। ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ର ଛାତ୍ରୀମାନେ ସାରା ବିଶ୍ୱରେ କାର୍ଯ୍ୟରତ ବୋଲି ସେ କହିଛନ୍ତି।

କୋଭିଡ୍ ମହାମାରୀ ସମୟରେ ସୋଆର ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରି ପ୍ରଫେସର ବିଶ୍ୱାଳ କହିଥିଲେ ଯେ ଏହି ମହାମାରୀ ସହିତ ଯୁଦ୍ଧ କରିବା ପାଇଁ ବିଶ୍ୱବିଦ୍ୟାଳୟ ତାର ସମସ୍ତ ସହଯୋଗର ହାତ ବଢ଼ାଇଥିବା ଯୋଗୁଁ ରାଜ୍ୟବାସୀ ଆସ୍ୱସ୍ତିି ପାଇପାରିଥିଲେ।

ପ୍ରଫେସର ରଥ ସୋଆକୁ ଏକ ସମ୍ପୂର୍ଣ୍ଣ ପୁସ୍ତକ ବୋଲି ଅଭିହିତ କରି ଏହାର ଅନେକ ପୃଷ୍ଠା ଲେଖିବା ବାକି ଅଛି ବୋଲି କହିଥିଲେ। ପ୍ରଫେସର ନାୟକଙ୍କର ଦୂରଦର୍ଶୀ ନେତୃତ୍ୱ ଏବଂ ସକରାତ୍ମକ ମନୋଭାବ ଯୋଗୁ ବିଶ୍ୱବିଦ୍ୟାଳୟ ଖୁବ୍ ଉଚ୍ଚକୁ ଯାଇପାରିଛି ବୋଲି ସେ କହିଥିଲେ।

ଜଣେ ବ୍ୟକ୍ତି ନିଜର କର୍ତବ୍ୟକୁ ବିନା ଦ୍ୱିଧାରେ ଓ ସଚ୍ଚୋଟତାର ସହ କରିପାରିଲେ ସଫଳତା ମିଳିପାରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଙ୍ଘମିତ୍ରା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.