ଘରୋଇ କ୍ଷେତ୍ରରେ ସଂରକ୍ଷଣ ଦେବା ମାମଲା: ନିଷ୍ପତ୍ତି ଉପରେ ରୋକ ଲଗାଇଲେ କର୍ଣ୍ଣାଟକ ସରକାର

Published: Jul 18, 2024, 8:15 am IST

ନୂଆଦିଲ୍ଲୀ: କର୍ଣ୍ଣାଟକର ସିଦ୍ଧରମେୟା ସରକାରଙ୍କ କ୍ୟାବିନେଟ୍ ବୁଧବାର ଘରୋଇ କ୍ଷେତ୍ରର ସ୍ଥାନୀୟ ଲୋକଙ୍କୁ ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ନେଇଛି। ଏହି ପ୍ରସ୍ତାବ ପାରିତ ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ନେଇ ବିବାଦ ଉପୁଜିଥିଲା। ଅନେକ ଶିଳ୍ପପତି ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ। ଏହି ବିଲ୍ ସମାଲୋଚିତ ହେବା ପରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଏମ.ବି ପାଟିଲ କହିଛନ୍ତି ଯେ, ବିଲ୍ ପାରିତ ହେବା ପୂର୍ବରୁ ସମସ୍ତ ଦ୍ୱନ୍ଦ୍ୱ ଦୂର ହେବ।

କର୍ଣ୍ଣାଟକ ସରକାର ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ସଂରକ୍ଷଣ ବାଧ୍ୟତାମୂଳକ ବିଲ୍ କୁ ସ୍ଥଗିତ ରଖିଛନ୍ତି। ଏହି ବିଲ୍ ଅନୁଯାୟୀ, ଘରୋଇ ଶିଳ୍ପ, କାରଖାନା ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ପରିଚାଳନା ପଦବୀରେ ସ୍ଥାନୀୟ ଲୋକଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଏବଂ ଅଣ-ପରିଚାଳନା ପଦବୀରେ ୭୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ସରକାର ଏହି ବିଲ୍ ଉପରେ ପୁନର୍ବିଚାର କରିବେ:

କର୍ଣ୍ଣାଟକ ନିଯୁକ୍ତି ବିଲ୍ କୁ ନେଇ ସର୍ବଦଳୀୟ ବିବାଦ ପରେ କର୍ଣ୍ଣାଟକ ସରକାର ଏହି ବିଲ୍ କୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସରକାର ଆଗକୁ ବଢିବା ପୂର୍ବରୁ ଏହି ପ୍ରସଙ୍ଗରେ ପୁନର୍ବିଚାର କରିବେ ଏବଂ ବିଚାର କରିବେ। ଏହାପୂର୍ବରୁ କମ୍ପାନୀଗୁଡିକ ସରକାରଙ୍କୁ ଅଭିଯୋଗ କରିଥିଲେ ଯେ, ସେମାନଙ୍କୁ ଅନ୍ଧାକାରରେ ରଖାଯାଇଛି ଏବଂ କ୍ୟାବିନେଟ୍ ବିନା ପରାମର୍ଶରେ ଏହି ବିଲ୍ ପାସ୍ କରିଛନ୍ତି।

ଏଥି ସହିତ ପୂର୍ବତନ ଇନଫୋସିସ୍ ସିଏଫ୍ ମୋହନଦାସ ପାଏ ସରକାରଙ୍କ ଏହି ନିଷ୍ପତ୍ତିକୁ ‘ଅସମ୍ବିଧାନିକ’, ‘ଅନାବଶ୍ୟକ’ ଏବଂ ଏପରିକି ‘ଫାସିଷ୍ଟ’ ବୋଲି କହିଛନ୍ତି। ଗଣମାଧ୍ୟମ ସେ କହିଛନ୍ତି ଯେ, ଏହି ବିଲ୍ ଅସମ୍ବିଧାନିକ ଅଟେ। କାରଣ ଏହା ସମ୍ବିଧାନର ଧାରା ୧୯ ଅନୁଯାୟୀ ଭେଦଭାବ କରେ, ସେ କହିଛନ୍ତି ଯେ ହରିୟାଣା ସରକାର ମଧ୍ୟ ସମାନ କାର୍ଯ୍ୟ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି।

Related posts