Categories
ଆଜିର ଖବର ଜାତୀୟ ଖବର

ସଂରକ୍ଷଣକୁ ବିରୋଧ କରେ ଆରଏସଏସ?: ସ୍ପଷ୍ଟ କଲେ ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଆଜି ସଂରକ୍ଷଣ ସମ୍ବନ୍ଧରେ ଏକ ବଡ ବୟାନ ଦେଇଛନ୍ତି। ସଂରକ୍ଷଣକୁ ନେଇ ଆରଏସଏସ ର ଆଭିମୁଖ୍ୟ କ’ଣ ରହିଛି, ତାହା ସ୍ପଷ୍ଟ କରିଛନ୍ତି। ମୋହନ କହିଛନ୍ତି ଯେ, କେତେକ ବର୍ଗକୁ ସଂରକ୍ଷଣ ଦେବା ପାଇଁ ସଂଘ କେବେ ବି ବିରୋଧ କରି ନାହିଁ। ଏକ ଶିକ୍ଷାନୁଷ୍ଠାନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାଗବତ କହିଛନ୍ତି ଯେ, ସଂରକ୍ଷଣ ସେପର୍ଯ୍ୟନ୍ତ ଦିଆଯିବା ଉଚିତ, ଯେତେ ଦିନ ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଛି।

ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସଂରକ୍ଷଣ ସମ୍ପର୍କରେ କଂଗ୍ରେସ ମଧ୍ୟରେ ଶବ୍ଦ ଯୁଦ୍ଧ ପରେ ଭାଗବତ ଏହି ମନ୍ତବ୍ୟ ଦେଇଛନ୍ତି। ଗତ ବର୍ଷ ନାଗପୁରରେ ଆରଏସଏସ ମୁଖ୍ୟ ଭାଗବତ କହିଥିଲେ ଯେ, ଯେପର୍ଯ୍ୟନ୍ତ ସମାଜରେ ଭେଦଭାବ ଅଛି ସେ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯାଉ।

ସେ କହିଛନ୍ତି ଯେ, ଦୃଶ୍ୟମାନ ନଥିଲେ ମଧ୍ୟ ସମାଜରେ ଭେଦଭାବ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ମୁସଲମାନମାନଙ୍କୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କଲେ କର୍ଣ୍ଣାଟକ ସରକାର, ବର୍ତ୍ତମାନ ସେମାନେ କେଉଁ ସୁବିଧା ପାଇବେ?

ନୂଆଦିଲ୍ଲୀ: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ଣ୍ଣାଟକ ସରକାର ପଛୁଆ ବର୍ଗ (ଓବିସି) ରେ ମୁସଲମାନମାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଆଜି କର୍ଣ୍ଣାଟକ ସରକାରୀ ତଥ୍ୟକୁ ଦର୍ଶାଇ ଏନସିବିସି ଏହା ନିଶ୍ଚିତ କରିଛି।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ପଛୁଆ ବର୍ଗର ଜାତୀୟ ଆୟୋଗ କହିଛି ଯେ, କର୍ଣ୍ଣାଟକ ସରକାରଙ୍କ ତଥ୍ୟ ଅନୁଯାୟୀ କର୍ଣ୍ଣାଟକର ସମସ୍ତ ଜାତି ଏବଂ ସମ୍ପ୍ରଦାୟ ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ତଥା ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ଓବିସି ତାଲିକାରେ ମୁସଲମାନମାନେ ସ୍ଥାନ ପାଇଛନ୍ତି। ଦ୍ୱିତୀୟ ଶ୍ରେଣୀ-ବି ଅଧୀନରେ କର୍ଣ୍ଣାଟକ ରାଜ୍ୟର ସମସ୍ତ ମୁସଲମାନଙ୍କୁ ଓବିସି ଭାବେ ବିବେଚନା କରାଯାଏ। ଆୟୋଗ କହିଛି ଯେ, ବର୍ଗ -୧ ରେ ୧୭ ଟି ମୁସଲମାନ ସମ୍ପ୍ରଦାୟକୁ ଓବିସି ଭାବରେ ବିବେଚନା କରାଯାଉଥିବାବେଳେ ବର୍ଗ-୨ ଏରେ ୧୯ ଟି ମୁସଲମାନ ସମ୍ପ୍ରଦାୟକୁ ଓବିସି ଭାବରେ ବିବେଚନା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭାରେ ପାରିତ ହେଲା ମରାଠା ସଂରକ୍ଷଣ ବିଲ୍, ସିଏମ୍ ଏକନାଥ କହିଲେ, କାହା ପ୍ରତି କରାଯିବ ନାହିଁ ଅନ୍ୟାୟ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ଦ୍ୱାରା ମରାଠା ସଂରକ୍ଷଣ ବିଲ୍ କୁ ଅନୁମୋଦନ ମିଳିଛି। ଏହି ବିଲରେ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟକୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଏହା ଓବିସି ଭାଇ ହେଉ କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟ … ଆମେ କାହାର ସଂରକ୍ଷଣରେ ଅନ୍ୟାୟ ନକରି ମରାଠା ସମ୍ପ୍ରଦାୟ ପାଇଁ ଶିକ୍ଷାଗତ ତଥା ଚାକିରି ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ।

Categories
ଆଜିର ଖବର ଜାତୀୟ ଖବର

ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ପିଲାଙ୍କୁ ସଂରକ୍ଷଣ କୋଟା ମିଳିବ କି, ପ୍ରଶ୍ନ ପଚାରିଲେ ବିଚାରପତି

ନୂଆଦିଲ୍ଲୀ: ପଞ୍ଜାବ ସରକାର ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଛନ୍ତି ଯେ ପଛୁଆ ବର୍ଗମଧ୍ୟରେ ସବୁଠାରୁ ପଛୁଆ ସମ୍ପ୍ରଦାୟକୁ ଚିହ୍ନଟ କରାଯିବା ଉଚିତ ଏବଂ ସେମାନଙ୍କୁ ରୋଜଗାର ସୁଯୋଗ ପାଇବା ପାଇଁ ଉପାୟ ଯୋଗାଇ ଦିଆଯାଉ। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ଯେଉଁମାନେ ସରକାରୀ ଚାକିରିରେ ଅଧିକ ପ୍ରତିନିଧିତ୍ୱ ମାଧ୍ୟମରେ ଆଗକୁ ବଢ଼ିଛନ୍ତି ସେମାନେ ଅନୁସୂଚିତ ଜାତି (ଏସସି) ପରିସରରେ ଥିବା ଅବହେଳିତ ସମ୍ପ୍ରଦାୟପାଇଁ ରାସ୍ତା ତିଆରି କରିବା ଉଚିତ। ସରକାର କହିଛନ୍ତି ଯେ ବାଲ୍ମିକି ଏବଂ ମାଝାବି (ଶିଖ୍) ଭଳି ପଛୁଆ ବର୍ଗର ଅତି ପଛୁଆ ବର୍ଗଙ୍କୁ ପୃଥକ୍‍ଭାବେ ଚିହ୍ନଟ କରାଯିବା ଉଚିତ ଏବଂ ସେମାନଙ୍କୁ ସଂରକ୍ଷଣର ସୁବିଧା ଦିଆଯିବା ଉଚିତ। ତାଙ୍କ କହିବା ଅନୁଯାୟୀ, ଅନୁସୂଚିତ ଜାତି ସମ୍ପ୍ରଦାୟର ୪୩% ଲୋକ ରାଜ୍ୟ ସରକାରଙ୍କ ୮୧% ଅନୁସୂଚିତ ଜାତି ପଦବୀରେ ଅଛନ୍ତି।

ପଞ୍ଜାବ ସରକାରଙ୍କ ଏହି ଯୁକ୍ତି ଉପରେ ଜଷ୍ଟିସ ଗବାଇ ପ୍ରଶ୍ନ କରିଛନ୍ତି, ଏସସି/ଏସଟି ସମ୍ପ୍ରଦାୟର ଜଣେ ବ୍ୟକ୍ତି ଆଇଏଏସ୍ ଏବଂ ଆଇପିଏସ୍ ଭଳି କେନ୍ଦ୍ରୀୟ ସେବାରେ ଯୋଗ ଦେବାପରେ ଶ୍ରେଷ୍ଠ ସୁବିଧା ପାଇପାରିବେ। ତଥାପି ତାଙ୍କ ପିଲାମାନେ ସଂରକ୍ଷଣର ସୁବିଧା ପାଉଛନ୍ତି। ଯୁକ୍ତି ଜଟିଳ, କିନ୍ତୁ ସରଳ ଭାଷାରେ କହିବାକୁ ଗଲେ ପଞ୍ଜାବ ସରକାର ବିଶ୍ୱାସ କରନ୍ତି ଯେ ଯେଉଁମାନେ ସଂରକ୍ଷଣର ଲାଭ ଉଠାଇଛନ୍ତି ସେମାନଙ୍କୁ ଏବେ ବାଟ ଦିଆଯିବା ଉଚିତ, ଯାହାଦ୍ୱାରା ଅଳ୍ପ ଭାଗ୍ୟବାନମାନେ ମଧ୍ୟ ସୁଯୋଗ ପାଇପାରିବେ। ଜଷ୍ଟିସ୍ ଗବାଇଙ୍କ ପ୍ରଶ୍ନ ଉଠୁଛି, ଯେଉଁମାନେ ପୂର୍ବରୁ ଭଲ ଅବସ୍ଥାରେ ଅଛନ୍ତି ସେମାନଙ୍କ ପିଲାମାନଙ୍କୁ ମଧ୍ୟ ସଂରକ୍ଷଣ ଦିଆଯିବା ଉଚିତ କି? ଏବେବି ଯୁକ୍ତି ଚାଲିଛି ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ନିଷ୍ପତ୍ତି ନେବେ।

ଲୋକସଭା ନିର୍ବାଚନ ପୂର୍ବରୁ ସଂରକ୍ଷଣ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ

ଅନୁସୂଚିତ ଜାତି ଓ ଜନଜାତି ତଥା ଓବିସି ବର୍ଗ ପାଇଁ ରାଜ୍ୟରେ ଉପବର୍ଗରେ ସଂରକ୍ଷଣ ପ୍ରସଙ୍ଗରେ ଦୀର୍ଘ ଦିନ ଧରି ବିତର୍କ ଚାଲିଛି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତୀତରେ ରାଜ୍ୟ ସରକାରମାନେ ନିର୍ଦ୍ଦିଷ୍ଟ ବର୍ଗରୁ ବିଭିନ୍ନ ସମ୍ପ୍ରଦାୟକୁ ସଂରକ୍ଷଣ ସୀମା ବୃଦ୍ଧି କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ମାମଲାଗୁଡ଼ିକୁ ବିଭିନ୍ନ ସମୟରେ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପଦୋନ୍ନତିରେ ଆରକ୍ଷଣକୁ ବିରୋଧ : ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ : ପଦୋନ୍ନତିରେ ଆରକ୍ଷଣକୁ ବିରୋଧ କରି ସର୍ବୋଚ୍ଚ କୋର୍ଟ ପ୍ରଦାନ କରିଥିବା ରାୟକୁ ବିରୋଧ କରି ସଂସଦରେ ହଙ୍ଗାମା ହୋଇଛି । ବିଭିନ୍ନ ବିପକ୍ଷ ଦଳଙ୍କ ସମେତ ଏନ୍‌ଡିଏର ସହଯୋଗୀ ଅପ୍‌ନା ଦଳ ଏବଂ ଏଲ୍‌ଜେପି ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପଦୋନ୍ନତିରେ ଆରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଦେଶରୁ ଆରକ୍ଷଣ ବ୍ୟବସ୍ଥାକୁ କେବେବି ହଟାଯାଇପାରିବ ନାହିଁ ବୋଲି ଉଭୟ ମତ ଦେଇଛନ୍ତି । ଏହା ସହିତ ସହଯୋଗୀ ଦଳ ଅପ୍‌ନା ଦଳର ଅନୁପ୍ରିୟା ପଟେଲ ଏବଂ ଏଲଜେପିର ଚିରାଗ ପାଶ୍ବାନ ଏହାକୁ ବିରୋଧ କରିବା ସହିତ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପଛୁଆ ବର୍ଗ ସଂରକ୍ଷଣ କୋଟାକୁ ୨୭ ପ୍ରତିଶତକୁ ବୃଦ୍ଧି କଲେ ମଧ୍ୟପ୍ରଦେଶ ସରକାର

ମଧ୍ୟପ୍ରଦେଶ ସରକାର ଅନ୍ୟ ପଛୁଆ ବର୍ଗ (ଓବିସି) ସଂରକ୍ଷଣର ବର୍ତ୍ତମାନର କୋଟାକୁ ବଢାଇ ଦେଇଛନ୍ତି। କମଲନାଥଙ୍କ ସରକାର ଓବିସି ସଂରକ୍ଷଣକୁ ୧୪ ରୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁମତି ଦେଇଦେଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି। ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବକୁ ପାରିତ କରାଯିବ ବୋଲି ସୂଚନା ମିଳିଛି। ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ପିସି ଶର୍ମା କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ। ଏହି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଆସନ୍ତା ବିଧାନସଭା ଅଧିବେଶନରେ ଏହାକୁ ପାରିତ କରାଯାଇ ଆଇନ ଅଣାଯିବ।

Categories
ଆଜିର ଖବର

ସବର୍ଣ୍ଣ ଆର୍ଥିକ ପଛୁଆ ବର୍ଗଙ୍କ ୧୦ ପ୍ରତିଶତ ଆରକ୍ଷଣ ଉପରେ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ

ଆର୍ଥିକ ରୂପରେ ସବର୍ଣ୍ଣ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ଉପରେ ଦିଲ୍ଲୀ ସରକାର ବିଚାର କରିଛନ୍ତି। ଏବେ ଦିଲ୍ଲୀରେ ଏହି ଆରକ୍ଷଣର ଲାଭ ମିଳିବ। ଦିଲ୍ଲୀର ଉପ ସଚିବ ଏକ ସର୍କୁଲାର ଜାରୀ କରିଛନ୍ତି। ଫଳରେ ଦିଲ୍ଲୀରେ ଏବେ ନାଗରିକ ପଦ ଏବଂ ଚାକିରୀରେ ସିଧାସଲଖ ଭାବରେ ଭର୍ତ୍ତି ପାଇଁ ଇଡବ୍ଲ୍ୟୁଏସ୍ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ଆରକ୍ଷଣ ମିଳିବ। ଚଳିତ ବର୍ଷ ଏବଂ ଏହା ପରଠାରୁ ସମସ୍ତ ସରକାରୀ କ୍ଷେତ୍ରରେ ନିଯୁକ୍ତି ଭର୍ତ୍ତିରେ ଏହି ଯୋଜନା ଲାଗୁ ହେବ। ଏହା ଦ୍ୱାରା ଗରିବ ସବର୍ଣ୍ଣମାନେ ସିଧା ସଳଖ ଭାବରେ ଉପକୃତ ହେବେ। ସରକାରୀ ଚାକିରି ଓ ଶୈକ୍ଷଣୀୟ ସଂସ୍ଥାନରେ ଆର୍ଥିକ ପଛୁଆ ସବର୍ଣ୍ଣଙ୍କ କ୍ଷେତ୍ରରେ ୧୦ ପ୍ରତିଶତର ଆରକ୍ଷଣ ପାଇଁ କେନ୍ଦ୍ରୀ ମନ୍ତ୍ରିମଣ୍ଡଳ ଜାନୁଆରୀ ୭ ତାରିଖରେ ମୋହର ଲଗାଇଥିଲେ। ଏହା ପରେ ଏହି ବ୍ୟବସ୍ଥାକୁ ଜାନୁଆରୀ ୮ ତାରିଖରେ ଲୋକସଭାରେ ସମ୍ବିଧାନର ୧୨ ସଂଶୋଧନ ବିଧେୟକ ୨୦୧୯ ପେସ୍‌ କରାଯାଇଥିଲା। ପରେ ଏହି ବିଧେୟକଟି ଲୋକସଭାରେ ପାରିତ ହୋଇଥିଲା। ଦୁଇ ସଂସଦର ମଂଜୁରୀ ପରେ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ମଞ୍ଜୁରୀପ୍ରଦାନ କରିଥିଲେ।

Categories
ବିଶେଷ ଖବର ମତାମତ

ଅର୍ଥ ଅନର୍ଥ-୦୧, କର୍ମ ନିଯୁକ୍ତିର ଏକ ହ୍ୟାଣ୍ଡବିଲ୍

ଜ୍ୟୋତି ନନ୍ଦ

ପ୍ରଥମମରୁ କହିଦେବା ଉଚିତ ହେବ ଯେ ଏହି ଆଇଡିଆଟି ଆଦୌ ମୌଳିକ ନୁହଁ।

ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ ଙ୍କର ପ୍ରିୟତମ  “ପକୁଡି ପ୍ରସ୍ତୁତି” ଭଳି ଉଚ୍ଚ ପ୍ରଯୁକ୍ତି ସଂପନ୍ନ କର୍ମନିଯୁକ୍ତିର  ଉଚ୍ଚ ବିଚାର ସହ ନିମ୍ନସ୍ଥ ଆଇଡିଆ ଟି ସମକକ୍ଷ ହୋଇପାରିବ ବୋଲି ବିଶ୍ୱାସ ରଖୁଛି।

ଅବଶ୍ୟ ଆମେ ଅନାଗତ ସଂତାନର ନାଆଁ ଗୋପାଳ ରଖିବା ଭଳି ଅନାଗତ କର୍ମନିଯୁକ୍ତି ରେ ଶତକଡା ଦଶ ଆରକ୍ଷଣ ରଖିପାରିବାର ବ୍ୟବସ୍ଥା କରିପାରୁ ।ଆଉ ଏହି ଅନାଗତଟି କେମିତି ସମସ୍ତ ଆଗତ(ଗତ ସତୁରୀ ବର୍ଷର ଯେତେବେଳେ ଆଗତ ଅଛି) ଠାରୁ ଶ୍ରେଷ୍ଠ ସେହିକଥା ଭାରତବର୍ଷରେ କେବଳ ଜଣେ କହିପାରନ୍ତି।ଆମର ପ୍ରଧାନ ସେବକ ପୋଷାକପ୍ରିୟ ହେଲେ ସେହେଉଛନ୍ତି ଏକମାତ୍ର ତର୍କପ୍ରିୟ ଭାରତୀୟ।ସେ ଅର୍ଥାତ୍ ଆମର ମାନନୀୟ ଅର୍ଥମନ୍ତ୍ରୀ।ସେ ଯେକୌଣସି ଅନର୍ଥକୁ ଅର୍ଥଯୁକ୍ତ କରିପାରନ୍ତି।

କହିବା କଥା ହେଉଛି ଉଣେଇଶର  ନିର୍ବାଚନ ଯାଏଁ ଆପଣମାନେ  ଯଥାକ୍ରମେ ଏହି ପୋଷାକ ଆଉ ତର୍କ ପ୍ରିୟ ଦୁଇଜଣଙ୍କର ମୁଖ ନିଃସୃତ ଅନାଗତ ମାନଙ୍କ ଆଗତ ର ଅନେକ ଉଚ୍ଚକୋଟିର ଉପସ୍ଥାପନା ଶୁଣିପାରିବେ।

ତାହାପୂର୍ବରୁ ଏହି ଆଗତଟି ଆପଣମାନଙ୍କ ପାଇଁ।

ଏହି ନିମ୍ନସ୍ଥ ନିଶ୍ଚିତ କର୍ମନିଯୁକ୍ତି ର ସଫଳତା କାମନା ସହ ଏହି ଆଇଡିଆ ର ସୃଷ୍ଟିକର୍ତ୍ତା,ପ୍ରସାରକର୍ତ୍ତାଙ୍କୁ ଉପସ୍ଥିତ ଅପହରଣକର୍ତ୍ତାର  ଯଥାମାନ୍ୟ।ଅପହରଣକାରୀ ବୋଲି କହିବାର କାରଣ ଏହି ପ୍ରକଳ୍ପଟି ଉପସ୍ଥିତ ଲେଖକ ତାହାର ହ୍ୱାଟସ୍ ଅପ୍ ରୂପକ ଶକ୍ତିଶାଳୀ ଏବଂ ସଂପ୍ରତି ମହାନ ବିଶ୍ୱକୋଷରୁ ପ୍ରାପ୍ତ ହୋଇ ଅଛି।

ଆଉ ଅଧିକ ଭୂମିକା ପ୍ରଦାନ ନକରି ସିଧା ସଳଖ ଏହି ନିଶ୍ଚିତ କର୍ମ ନିଯୁକ୍ତି ର ଖସଡା ଭିତରକୁ ଯିବା।ଆପଣମାନେ ଏହି ଖସଡାଟିକୁ ଗୋଟିଏ ହାଣ୍ଡବିଲ୍ ରୁ ସହଜରେ ବୁଝିଯିବେ।ଆପଣମାନେ ଚାହିଁଲେ ଏହି ହାଣ୍ଡବିଲ୍ କୁ ବ୍ୟବହାର କରିପାରନ୍ତି।

ହାଣ୍ଡବିଲ୍ ର ହେଡିଙ୍ଗ୍ କୁ ଆପଣମାନେ ୨୦ ଫଣ୍ଟ୍ ରେ ଲେଖିପାରନ୍ତି।ତାହା ହେଉଛି:

ଯଦି ଆପଣ କୌଣସି ନେତା,ମନ୍ତ୍ରୀ ବା ସରକାରଙ୍କ କୁଶପୁତ୍ତଳିକା ଦାହ କରିବାକୁ ଚାହୁଁଛନ୍ତି ତେବେ ଆମ୍ଭର ସେବା ଗ୍ରହଣ କରିବାକୁ ବିନମ୍ର ଅନୁରୋଧ।

ତାହାପରେ ପାଠ ୧୮ଫଣ୍ଟ୍ ରେ ହେଲେ ଚଳିବ।ହାଣ୍ଡବିଲ୍ ର ପୂରା ପାଠ ଏହିଭଳି:

ଆମ୍ଭର ଏଠାରେ ଅଭାବୀଚାଷୀ ଯିଏ ଆତ୍ମହତ୍ୟା କରିଛି ତାହାର କ୍ଷେତର ନଡା ତଥା ରୁଗ୍ଣ ତନ୍ତୁବାୟ ସମିତିର ବିକ୍ରୀ ହୋଇପାରୁନଥିବା ଖଦଡରେ ପ୍ରସ୍ତୁତ ବିଶୁଦ୍ଧ କୁଶପୁତ୍ତଳିକା ପୂର୍ଣ୍ଣ ନିର୍ମାଣ ଅବସ୍ଥାରେ ଉପଲବ୍ଧ।ଅବ୍ୟବହୃତ ଜୋତା ତଥା ଚପଲ ଏବଂ ସତେଜ ପଦ୍ମଫୁଲର  ମାଳା ସଂପୃକ୍ତ କୁଶପୁତ୍ତଳିକା ସହିତ ସଂପୂର୍ଣ୍ଣ ଫ୍ରି।ଏହା ସହିତ ଆମ୍ଭର ସଂସ୍ଥାରୁ କୁଶପୁତ୍ତଳିକା ସହିତ ଭିନ୍ନ ଭିନ୍ନ ରଂଗର ଟୋପି ଆପଣମାନେ ଆପଣଙ୍କ ଇଚ୍ଛାନୁସାରେ ପାଇ ପାରିବେ।ସେଥିପାଇଁ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ।ଯେହେତୁ ଆମର ଷ୍ଟକ୍ ରେ ଯଥେଷ୍ଟ ଗେରୁଆ ରଂଗର ଟୋପି ମହଜୁଦ ଅଛି ତେଣୁ କ୍ଲିଅରାନ୍ସ ସେଲ୍ ହିସାବରେ ସେଥିରେ ଶତକଡା ପଚାଶ ରିହାତି ଦିଆଯିବ।ଆମ୍ଭର ସଂସ୍ଥା ଆପଣମାନେ ନେଇଥିବା କୁଶପୁତ୍ତଳିକାଟି ଯେପରି ବିନାବାଧାରେ ଆଉ ଅତି  ସହଜରେ ଦାହ କରାଯାଇପାରେ ସେଥିପାଇଁ ଆବଶ୍ୟକ କିରୋସିନି ତେଲକୁ ଆମ୍ଭେ କଂଟ୍ରୋଲ୍ ମୂଲ୍ୟରେ ଯୋଗାଇଦେଇ ପାରିବୁ।ଏହା ସହିତ ଆପଣମାନଙ୍କର ସୁବିଧାକୁ ଆଖିଆଗରେ ରଖି ଆମ୍ଭେ ଆମ୍ଭର ସଂସ୍ଥା ତରଫରୁ ସ୍ୱଖର୍ଚ୍ଚରେ ଆପଣଙ୍କ ପସନ୍ଦର କୁଶପୁତ୍ତଳିକାକୁ ଆପଣ ଯେଉଁ ସ୍ଥାନରେ ଉକ୍ତ କୁଶପୁତ୍ତଳିକାକୁ ଦହନ କରିବାକୁ ଚାହୁଁଛନ୍ତି ସେହି ସ୍ଥାନକୁ ସରବରାହ କରିବୁ।ମାତ୍ର କୁଶପୁତ୍ତଳିକା ରେ ଯେଉଁ ନାଆଁ ଲେଖାଯିବ ତଥା ଆବଶ୍ୟକ ପୋଷ୍ଟର ଆଦି ବ୍ୟବହାର କରାଯିବ ସେଥି ପାଇଁ ଆମର ସଂସ୍ଥାର ଆର୍ଟିଷ୍ଟ ଙ୍କ ସେବା ଗ୍ରହଣ କରିବା ବାଧ୍ୟତାମୂଳକ।ସେଥିପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ଯାହା ଆମର ପ୍ରଚଳିତ ବଜାରମୂଲ୍ୟ ଠାରୁ ଯଥେଷ୍ଟ ସୁଲଭ।

ଏ ସଂକ୍ରାନ୍ତରେ ସମସ୍ତ ଦେୟ ପେଟିଏମ୍ ମାଧ୍ୟମରେ ଦେବାକୁ ଅନୁରୋଧ।

ଏହା ସହିତ ଆମ୍ଭର ସଂସ୍ଥା ଅନ୍ୟ କେତୋଟି ଅତିରିକ୍ତ ବ୍ୟବସ୍ଥା ର ପ୍ରବଂଧନ କରିଅଛି ଯାହା ପାଇଁ ସମସ୍ତ ଦେୟ ଅତିରିକ୍ତ।

୧•କୁଶପୁତ୍ତଳିକା ଦାହ ସମୟରେ ଭୀଡ ପାଇଁ ଲୋକ ଯୋଗାଣ

୨•ଆତ୍ମାହୁତିରୁ ସୁରକ୍ଷିତ ହୋଇ ଖସି ଆସିବା ନିମନ୍ତେ ସ୍ଵତନ୍ତ୍ର ପ୍ରଶିକ୍ଷିତ ଷ୍ଟଣ୍ଟମ୍ୟାନ ଙ୍କ ଦ୍ଵାରା ପ୍ରଶିକ୍ଷଣ।

ଏହାପରେ ହାଣ୍ଡବିଲ୍ ଶେଷରେ ଆପଣ କୌଣସି ରାଜନେତା ବା ଅଭିନେତାଙ୍କ ନାଆଁରେ ଅମୁକ ସର୍ଭିସ୍ ସେଣ୍ଟର ବୋଲି ଲେଖିପାରନ୍ତି।ଦୟାକରି କୌଣସି ପରମାର୍ଥିକ ନାଆଁ ଦେବେନାହିଁ।

ଶେଷରେ ଆମ ଗବେଷଣାରୁ ଜଣାଯାଇଛି ଯେ ପ୍ରାୟତଃ ନିର୍ବାଚନ ଯେତିକି ପାଖହୋଇ ଆସୁଥାଏ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ସେତେ ଅଧିକ ହୋଇଥାଏ।ତେଣୁ ଆପଣଙ୍କ ବେପାର ମାନ୍ଦା ହେବାର ସଂଭାବନା ନାହିଁ କହିଲେ ଚଳିବ।