Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଉପୁଜିଲା ୩ ଟି ବଡ ବିବାଦ: ହାର୍ଦ୍ଦିକ-ଗିଲଙ୍କୁ ନେଇ ବଢିଲା ଚିନ୍ତା
ଆଜିର ଖବର

ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଉପୁଜିଲା ୩ ଟି ବଡ ବିବାଦ: ହାର୍ଦ୍ଦିକ-ଗିଲଙ୍କୁ ନେଇ ବଢିଲା ଚିନ୍ତା

July 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶୁଭମନ ଗିଲ
ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପ ପରେ ଗୌତମ ଗମ୍ଭୀର ଭାରତୀୟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ତାଙ୍କ ସମ୍ମୁଖରେ ପ୍ରଥମ କାର୍ଯ୍ୟ ହେଉଛି ଶ୍ରୀଲଙ୍କା ଗସ୍ତ। ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଏଭଳି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି, ଯାହା ବୋଧହୁଏ କେହି ଆଶା କରି ନ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହୋଇନଥିବା ଯୋଗୁଁ ବହୁ ବିବାଦର ବିଷୟ ପାଲଟିଛି। ତେବେ ଆସନ୍ତୁ ଜାଣିବା ସେହି ୩ ଟି ବିବାଦ ବିଷୟରେ, ଯାହା ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଆରମ୍ଭ ହୋଇଛି।

୧. ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵ:

୨୦୨୪ ଆଇପିଏଲ୍ ରେ ଖରାପ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରୋଲ କରାଯାଇଥିଲା। ତଥାପି, ସେ ଟି -୨୦ ବିଶ୍ୱକପରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ସେ ବିଶ୍ୱକପରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଭାବରେ ମନୋନୀତ ହୋଇଥିଲେ ଏବଂ ସେ ଏହି ଦାୟିତ୍ଵ ତୁଲାଇଥିଲେ। କିନ୍ତୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ସୁର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକତ୍ୱ ମିଳିବା ଖବର କ୍ରିକେଟ୍ ଜଗତ ଦୁଇ ଦଳରେ ବିଭକ୍ତ ହୋଇଥିଲା। ହାର୍ଦ୍ଦିକଙ୍କର ଅଭିଜ୍ଞତା ଅଛି, ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଖେଳାଳିମାନଙ୍କ ମଧ୍ୟରୁ ସେ ଅନ୍ୟତମ। ତଥାପି, ଅଧିନାୟକ ନହେବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ବଢିଛି।

୨. ଶୁଭମାନ ଗିଲ ହେଲେ ଉପ-ଅଧିନାୟକ:

ଜିମ୍ବାୱେ ଗସ୍ତ ପାଇଁ ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ଶୁଭମାନ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସିରିଜରେ ଜିମ୍ବାୱେକୁ ୪-୧ରେ ପରାସ୍ତ କରିଛି। କିନ୍ତୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ତାଙ୍କର ଉପ-ଅଧିନାୟକ ହେବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଗିଲଙ୍କୁ ମାତ୍ର ୨୪ ବର୍ଷ ବୟସ ଏବଂ ଦଳରେ ତାଙ୍କ ଅପେକ୍ଷା ଅଧିକ ଅଭିଜ୍ଞ ଖେଳାଳି ଅଛନ୍ତି। ଯଦିଓ ଶ୍ରୀଲଙ୍କା ବିପକ୍ଷ ଟି -୨୦ ଦଳରେ ସୁର୍ଯ୍ୟକୁମାରଙ୍କୁ ଅଧିନାୟକ କରାଗଲା, ସେପଟେ ହାର୍ଦ୍ଦିକଙ୍କୁ ଉପ-ଅଧିନାୟକ କରାଯାଇ ପାରିଥାନ୍ତା।

୩. ରିତୁରାଜ ଏବଂ ଅଭିଷେକଙ୍କ ପାଇଁ କୌଣସି ସ୍ଥାନ ନାହିଁ:

ସର୍ବପ୍ରଥମେ, ଯଦି ଆମେ ରୁତୁରାଜ ଗାଇକ୍ଵାଡଙ୍କ ବିଷୟରେ କଥା ହେବା, ତାଙ୍କୁ ଅତି କମରେ ଟି -୨୦ ଦଳରେ ସ୍ଥାନ ଦିଆଯିବା ଉଚିତ୍। ଏପର୍ଯ୍ୟନ୍ତ ସେ ୩୯.୫ ହାରରେ ଟି -୨୦ ମ୍ୟାଚ୍ ର ୨୦ ଇନିଂସରେ ୬୩୩ ରନ୍ ସଂଗ୍ରହ କରିଛନ୍ତି। ଜିମ୍ବାୱେ ଗସ୍ତରେ ଥିବାବେଳେ ସେ ଦୁଇଟି ଭିନ୍ନ ଅର୍ଡରରେ ବ୍ୟାଟିଂ କରି ତିଟିନି ଇନିଂସରେ ୧୩୩ ରନ୍ ସଂଗ୍ରହ କରିଥିଲେ। ଯେଉଁଠାରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରୁଥିଲେ, ଗାଇକ୍ଵାଡ୍ କ୍ରମାଗତ ଭାବରେ ଭଲ ବ୍ୟାଟିଂ କରୁଥିଲେ। ଏହା ସତ୍ତ୍ୱେ ଗାଇକ୍ଵାଡଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ।

ଅନ୍ୟପକ୍ଷରେ ଜିମ୍ବାୱେ ବିପକ୍ଷ ସିରିଜରେ ଅଭିଷେକ ଶର୍ମା ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଯଦିଓ ସେ ପ୍ରଥମ ମ୍ୟାଚରେ ଶୂନ ପାଇଁ ଆଉଟ୍ ହୋଇଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚ୍ ରେ ସେ, ୪୭ ବଲରେ ୧୦୦ ରନ୍ ସ୍କୋର କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଅଭିଷେକ ଦର୍ଶାଇଛନ୍ତି ଯେ, ସେ ଅଭିଜ୍ଞତା ହାସଲ କରିବା ପରେ ବହୁତ ଭଲ ପ୍ରଦର୍ଶନ କରିପାରିବେ। ତଥାପି ସେ ଶ୍ରୀଲଙ୍କା ବିପକ୍ଷ ଦଳରେ ସ୍ଥାନ ପାଇ ନାହାଁନ୍ତି।

Cricket News hardik pandya IND VS SL India VS Sri Lanka Shubhman Gill
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.