ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଲୋକସଭାରେ ଦାବି କଲେ ସାଂସଦ ସମ୍ବିତ ପାତ୍ର

Published: Jul 22, 2024, 1:53 pm IST

ନୂଆଦିଲ୍ଲୀ: ସଂସଦର ଆଜି ପ୍ରଥମ ଦିବସରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି କଲେ ସାଂସଦ ସମ୍ବିତ ପାତ୍ର । ଗତ ମେ ମାସ ୨୯ ତାରିଖ ଦିନ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ହୋଇଥିଲା, ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୧୭ ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ଆହତ ହେଇଥିଲେ ଓ ଅନେକଙ୍କୁ ଉଚିତ ସମୟରେ ଚିକିତ୍ସା ସେବା ମିଳିପାରିନ’ଥିଲା। ଏହାର ମୁଖ୍ୟ କାରଣ ହେଉଛି ପୁରୀରେ ବର୍ନ ୟୁନିଟ ଚିକିତ୍ସା ସେବାର ଅନୁପଲବ୍ଧତା।

ଏହାର ନିରାକରଣ ପାଇଁ ତଥା ପୁରୀରେ ଏଭଳି ପରିସ୍ଥିତି ଆଉ ନ ଉପଜୁ ସେଥିପାଇଁ ଆଜି ସାଂସଦ ସମ୍ବିତ ପାତ୍ର ସଂସଦର ଜିରୋ ଆୱାରରେ କେନ୍ଦ୍ର ସରକାରଙ୍କୁ ପୁରୀର ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବର୍ନ ୟୁନିଟ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ।

Related posts