Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଇକେଲରେ ବିଧାନସଭା ଆସିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଜାଣନ୍ତୁ କାହିଁକି ?
ଆଜିର ଖବର

ସାଇକେଲରେ ବିଧାନସଭା ଆସିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଜାଣନ୍ତୁ କାହିଁକି ?

July 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାଇକେଲରେ ବିଧାନସଭା ଆସିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଜାଣନ୍ତୁ କାହିଁକି ?

ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ ଆରମ୍ଭ ହୋଇଛି। ଏଥିରେ ରାଜ୍ୟପାଳ ରଘୁବର ଦାସ ନିଜର ଅଭିଭାଷଣ ରଖିଛନ୍ତି। ନୂଆ ସରକାରର ନୂଆ ଅଧିବେସନ ହୋଇଥିବାରୁ ବିଧାୟକଙ୍କ ମନରେ ବେଶ ଉତ୍ସାହ ଦେଖା ଦେଇଛି। କେତେକ ବିଧାୟକ ବିଧାନସଭା ଭିତରକୁ ପ୍ରବେଶ ପୂର୍ବରୁ ମୁଣ୍ଡିଆ ମାରୁଥିବାର ମଧ୍ୟ ପରିଲକ୍ଷିତ ହୋଇଛି।

ତେବେ ସମସ୍ତଙ୍କଠାରୁ ନିଆରା ଥିଲେ ବିଜେପିର ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେ ଏକ ଭିନ୍ନ ଢଙ୍ଗରେ ଓଡିଶା ବିଧାନସଭାକୁ ପ୍ରବେଶ କରିଥିଲେ। ସେ ଏକ ଦାମୀ ସାଇକେଲରେ ଆଜି ବିଧାନସଭାକୁ ପ୍ରବେଶ କରିଥିଲେ। ମୁଣ୍ଡର ହେଲମେଟ ପିନ୍ଧି ସେ ବିଧାନସଭା ପରିସରକୁ ଆସିବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତେବେ ଆଜି ନୁହେଁ ଶପଥ ନେବା ବେଳେ ମଧ୍ୟ ସିଦ୍ଧାନ୍ତ ସେହି ସାଇକେଲର ବିଧାନସଭା ଆସିଥିଲେ। ସେତେବେଳେ ତାଙ୍କୁ ସାଇକେଲରେ କାହିଁକି ଆସୁଛନ୍ତି ବୋଲି ପଚରା ଯାଇଥିଲା। ସେତେବେଳେ ସେ କହିଥିଲେ ଯେ, ମୋ ଘର ବିଧାନସଭାରୁ ମାତ୍ର ଅଳ୍ପ ଦୂରରେ ଅଛି। ଏହି କମ ରାସ୍ତା ପାଇଁ କାହିଁକି କାର ଆଣିବି ବୋଲି ଭାବି ସାଇକେଲରେ ଆସିଛି। ଅନ୍ୟପକ୍ଷରେ ସାଇକେଲ ଚଲାଇବା ଦ୍ବାରା ପରିବେଷ ସୁରକ୍ଷିତ ରହିବା ସହିତ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ବୋଲି ସିଦ୍ଧାନ୍ତ କହିଛନ୍ତି।

siddhant mahapatra ସିଦ୍ଧାନ୍ତ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026

ନେପାଳରେ ରାଜନୈତିକ ଉତ୍ତେଜନା!: ବାଲେନ ଶାହ ଶପଥ ନେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026
Latest News

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026

ନେପାଳରେ ରାଜନୈତିକ ଉତ୍ତେଜନା!: ବାଲେନ ଶାହ ଶପଥ ନେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026

ଅଟଳ ବିହାରୀ ବାଜପେୟୀ ଦୁଃସାହସିକ କ୍ରୀଡ଼ା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.