Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର କୋର୍ଟର ବିଚାରପତିଙ୍କ ଉଦ୍ୟମକ୍ରମେ ମୃତକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା
ଆଜିର ଖବର

ବାଣପୁର କୋର୍ଟର ବିଚାରପତିଙ୍କ ଉଦ୍ୟମକ୍ରମେ ମୃତକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

July 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବାଣପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଉଦ୍ୟମକ୍ରମେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ମୃତ କଣ୍ଡୁରୀ ବେହେରାଙ୍କ ପରିବାର ସରକାରୀ ସହାୟତା ପାଇଛନ୍ତି। ସୂଚନା ମୁତାବକ ଗତ ମାସ ୨୦ତାରିଖ ଗୁରୁବାରେ ବାଲୁଗାଁ ପାଟଣା ସାହିର କଣ୍ଡୁରୀ ବେହେରା (୭୦) ଙ୍କ ଚିଲିକା ଜେଟି ରେ ପାଦ ଖସିଯିବାରୁ ସେ ଚିଲିକାରେ ବୁଡିଯାଇ ମୃତ୍ୟୁ ବରଣ କରିଥିଲେ। ମୃତ କଣ୍ଡୁରୀ ସ୍ଥାନୀୟ ମାଛ ଗୋଦାମରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ବେଳେ ପରିବାରଟି ଗରିବ ଶ୍ରେଣୀର ହୋଇଥିବାରୁ ବହୁ କଷ୍ଟରେ ଜୀବନ ଯାପନ କରୁଥିଲେ।

ତେବେ ଘଟଣାର କୋଡିଏ ଦିନ ପରେ ମଧ୍ୟ ମୃତ କଣ୍ଡୁରିଙ୍କ ପରିବାରକୁ କୈାଣସି ସରକାରୀ ସହାୟତା ମିଳି ପାରିନଥିଲା। ଆଜିକାଲି କହି ବିଭିନ୍ନ ସରକାରୀ ଅଧିକାରୀମାନେ ସମୟ ଗଡାଇ ଚାଲିଥିଲେ। ତେବେ ଏ ନେଇ ନିକଟରେ ଏକ ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶିତ ହୋଇଥିଲା।

ତେବେ ଉକ୍ତ ଖବର ବିଷୟରେ ଅବଗତ ହେଲା ପରେ ବାଣପୁର କୋର୍ଟରେ ନୂତନ ଭାବେ ଯୋଗଦେଇଥିବା ବରିଷ୍ଠ ଦେୱାନୀ ବିଚାରପତି ତଥା ତାଲୁକା ଆଇନ ସହାୟତା କମିଟିର ଅଧ୍ୟକ୍ଷ ଅମରେଶ ମହାପାତ୍ର ମୃତକଙ୍କ ପରିବାରବର୍ଗକୁ କିପରି ସରକାରୀ ସହାୟତା ମିଳିପାରିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ।

ସେ ତାଲୁକା ଆଇନ ସହାୟତା କମିଟିର ସ୍ୱେଚ୍ଛାସେବୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ମୃତକ ପରିବାରକୁ ସରକାରୀ ସହାୟତା ମିଳିନଥିବାରୁ ଦୁଃଖ ପ୍ରକାଶ କରିବା ସହ କିପରି ଦୁଃଖୀ ପରିବାରକୁ ସହାୟତା ମିଳିବ ସେନେଇ ତ୍ୱରୀତ ପଦକ୍ଷେପ ନେବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ବିଚାରପତିଙ୍କ ନିର୍ଦ୍ଦେଶମତେ ତାଲୁକ ଆଇନ ସ୍ୱେଚ୍ଛାସେବୀ ଅମିତାଭ ପଟ୍ଟଯୋଶୀ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଚିଲିକା ତହସିଲଦାରଙ୍କ ସହିତ ଯୋଗାଯୋଗ କରି ତ୍ୱରୀତ ପଦକ୍ଷେପ ନେବାକୁ ଅନୁରୋଧ କରିବା ସହ ବିଚାରପତି ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମୃତକଙ୍କ ପରିବାରବର୍ଗ ଆଜି ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ସହାୟତା ପାଇଛନ୍ତି।

ତତ୍‌ସହିତ ଆଇନ ସହାୟତା କମିଟି ପକ୍ଷରୁ ରେଡକ୍ରସ ଏବଂ ଅନୁକମ୍ପାମୂଳକ ସହାୟତା ରାଶି ତୁରନ୍ତ ମଞ୍ଜୁର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ମୃତକ କଣ୍ଡୁରୀଙ୍କ ପରିବାର ବିଚାରପତି ଶ୍ରୀ ମହାପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ବିଚାରପତି ଶ୍ରୀ ମହାପାତ୍ରଙ୍କ ଉକ୍ତ ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ଭୂୟସୀ ପ୍ରଶଂସା କରିଛନ୍ତି।

ବାଣପୁର କୋର୍ଟ ସରକାରୀ ସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026
Latest News

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.