BUDGET 2024: ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବା ପାଇଁ ମୋଦୀ ସରକାର ଦେଲେ ନୂଆ ଉପହାର

Published: Jul 23, 2024, 10:54 am IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି। ଆଜି ସଂସଦରେ ବଜେଟ୍ ଉପସ୍ଥାପିତ ହେବ। ସମସ୍ତଙ୍କ ଆଖି ଏହି ବଜେଟ୍ ଉପରେ ରହିଛି। ଆଶା କରାଯାଉଛି ଯେ, ମୋଦୀ ସରକାର ଏଥର ବଜେଟରେ ଅନେକ ବଡ ଘୋଷଣା କରିପାରନ୍ତି।

ଏହି ପ୍ରରିପ୍ରେକ୍ଷୀରେ ଟିଡିପିକୁ ମୋଦୀ ସରକାର ଏକ ନୂଆ ଉପହାର ଦେଇଛନ୍ତି। ପ୍ରକାଶ ଯେ, ଏଥର ଲୋକସଭା ନିର୍ବାଚନରେ ​​ବିଜେପି ନିଜେ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। ଚନ୍ଦ୍ରବାବୁ ନାଇଡୁ ମୋଦୀ ସରକାର-୩ କୁ ସମର୍ଥନ କରିଛନ୍ତି। ୧୬ ଟିଡିପି ସାଂସଦ ବିଜେପିକୁ ସମର୍ଥନ କରିଛନ୍ତି। କେନ୍ଦ୍ର ସରକାରରେ ଟିଡିପି ଗୋଟିଏ କ୍ୟାବିନେଟ୍ ଏବଂ ଜଣେ ରାଜ୍ୟ ମନ୍ତ୍ରୀ ପାଇଛନ୍ତି।

ଟିଡିପିକୁ ଖୁସି ରଖିବା ପାଇଁ ମୋଦି ସରକାର କୌଣସି ସୁଯୋଗ କାଟ ଛଡା କରିବାକୁ ଚାହୁଁନାହାଁନ୍ତି। ସେପଟେ ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ସଂସଦ ଟିଭିରେ ସିଧା ପ୍ରସାରଣ ହେଉଛି। ବର୍ତ୍ତମାନ ଏହି ଟେଲିକାଷ୍ଟ ତେଲୁଗୁ ଭାଷାରେ ମଧ୍ୟ ଆରମ୍ଭ ହୋଇଛି।

ଗୃହରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହା ସହିତ ସଂସଦ ଟିଭି ମଧ୍ୟ ୟୁଟ୍ୟୁବରେ ତେଲୁଗୁ ଭାଷାରେ ସଂସଦର ପ୍ରକ୍ରିୟା ଦେଖାଇବା ଆରମ୍ଭ କରିଛି। ଏହା ବ୍ୟତୀତ ସଂସଦ ଟିଭିରେ ସୂଚନା ଦିଆଯାଇଛି ଯେ, ଦର୍ଶକମାନେ ସେଟ୍ ଟପ୍ ବକ୍ସରେ ଭାଷା ବିକଳ୍ପ ଚୟନ କରି ତେଲୁଗୁ ଭାଷାରେ ଟେଲିକାଷ୍ଟ ଦେଖିପାରିବେ ଏବଂ ଶୁଣିପାରିବେ। ଏହା ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାବାସୀଙ୍କୁ ଅଧିକ ପ୍ରଭାବିତ କରିବାକୁ ଯାଉଛି, ଯେଉଁଠାରେ ଅଧିକାଂଶ ତେଲୁଗୁ ଭାଷାଭାଷୀ ବାସ କରନ୍ତି।

ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ ପାଇଁ ଚାହିଦା ବଢୁଛି:

ବଜେଟ୍ ଅଧିବେଶନ ଆରମ୍ଭ ହେବା ମାତ୍ରେ ଆନ୍ଧ୍ରପ୍ରଦେଶ, ବିହାର ଏବଂ ଓଡିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଦାବି କରାଯାଉଛି। ରବିବାର ଦିନ ବିହାରର ଜେଡିୟୁ, ଆନ୍ଧ୍ରର ୱାଇଏସଆର କଂଗ୍ରେସ ଏବଂ ଓଡ଼ିଶାର ବିଜୁ ଜନତା ଦଳ ବିରୋଧୀ ଦଳ ବୈଠକରେ ଏହି ଦାବି ଉଠାଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆରେ କହିଛନ୍ତି ଯେ, ଟିଡିପି ଏହି ପ୍ରସଙ୍ଗରେ ନୀରବ ରହିଛି।

Related posts