Categories
ଆଜିର ଖବର ଜାତୀୟ ଖବର

BUDGET 2024: ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବା ପାଇଁ ମୋଦୀ ସରକାର ଦେଲେ ନୂଆ ଉପହାର

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି। ଆଜି ସଂସଦରେ ବଜେଟ୍ ଉପସ୍ଥାପିତ ହେବ। ସମସ୍ତଙ୍କ ଆଖି ଏହି ବଜେଟ୍ ଉପରେ ରହିଛି। ଆଶା କରାଯାଉଛି ଯେ, ମୋଦୀ ସରକାର ଏଥର ବଜେଟରେ ଅନେକ ବଡ ଘୋଷଣା କରିପାରନ୍ତି।

ଏହି ପ୍ରରିପ୍ରେକ୍ଷୀରେ ଟିଡିପିକୁ ମୋଦୀ ସରକାର ଏକ ନୂଆ ଉପହାର ଦେଇଛନ୍ତି। ପ୍ରକାଶ ଯେ, ଏଥର ଲୋକସଭା ନିର୍ବାଚନରେ ​​ବିଜେପି ନିଜେ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। ଚନ୍ଦ୍ରବାବୁ ନାଇଡୁ ମୋଦୀ ସରକାର-୩ କୁ ସମର୍ଥନ କରିଛନ୍ତି। ୧୬ ଟିଡିପି ସାଂସଦ ବିଜେପିକୁ ସମର୍ଥନ କରିଛନ୍ତି। କେନ୍ଦ୍ର ସରକାରରେ ଟିଡିପି ଗୋଟିଏ କ୍ୟାବିନେଟ୍ ଏବଂ ଜଣେ ରାଜ୍ୟ ମନ୍ତ୍ରୀ ପାଇଛନ୍ତି।

ଟିଡିପିକୁ ଖୁସି ରଖିବା ପାଇଁ ମୋଦି ସରକାର କୌଣସି ସୁଯୋଗ କାଟ ଛଡା କରିବାକୁ ଚାହୁଁନାହାଁନ୍ତି। ସେପଟେ ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ସଂସଦ ଟିଭିରେ ସିଧା ପ୍ରସାରଣ ହେଉଛି। ବର୍ତ୍ତମାନ ଏହି ଟେଲିକାଷ୍ଟ ତେଲୁଗୁ ଭାଷାରେ ମଧ୍ୟ ଆରମ୍ଭ ହୋଇଛି।

ଗୃହରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହା ସହିତ ସଂସଦ ଟିଭି ମଧ୍ୟ ୟୁଟ୍ୟୁବରେ ତେଲୁଗୁ ଭାଷାରେ ସଂସଦର ପ୍ରକ୍ରିୟା ଦେଖାଇବା ଆରମ୍ଭ କରିଛି। ଏହା ବ୍ୟତୀତ ସଂସଦ ଟିଭିରେ ସୂଚନା ଦିଆଯାଇଛି ଯେ, ଦର୍ଶକମାନେ ସେଟ୍ ଟପ୍ ବକ୍ସରେ ଭାଷା ବିକଳ୍ପ ଚୟନ କରି ତେଲୁଗୁ ଭାଷାରେ ଟେଲିକାଷ୍ଟ ଦେଖିପାରିବେ ଏବଂ ଶୁଣିପାରିବେ। ଏହା ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାବାସୀଙ୍କୁ ଅଧିକ ପ୍ରଭାବିତ କରିବାକୁ ଯାଉଛି, ଯେଉଁଠାରେ ଅଧିକାଂଶ ତେଲୁଗୁ ଭାଷାଭାଷୀ ବାସ କରନ୍ତି।

ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ ପାଇଁ ଚାହିଦା ବଢୁଛି:

ବଜେଟ୍ ଅଧିବେଶନ ଆରମ୍ଭ ହେବା ମାତ୍ରେ ଆନ୍ଧ୍ରପ୍ରଦେଶ, ବିହାର ଏବଂ ଓଡିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଦାବି କରାଯାଉଛି। ରବିବାର ଦିନ ବିହାରର ଜେଡିୟୁ, ଆନ୍ଧ୍ରର ୱାଇଏସଆର କଂଗ୍ରେସ ଏବଂ ଓଡ଼ିଶାର ବିଜୁ ଜନତା ଦଳ ବିରୋଧୀ ଦଳ ବୈଠକରେ ଏହି ଦାବି ଉଠାଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆରେ କହିଛନ୍ତି ଯେ, ଟିଡିପି ଏହି ପ୍ରସଙ୍ଗରେ ନୀରବ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଦେଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ଜେପି ନଡ୍ଡା, ନିତିନ ଗଡକରୀ, ଏକନାଥ ସିନ୍ଦେଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

ପୱନ କଲ୍ୟାଣ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ନିଶ୍ଚିତ ଯେ, ସରକାରରେ ସେ ଉପ-ମୁଖ୍ୟମନ୍ତ୍ରୀ ହେବେ। ପୱନ କଲ୍ୟାଣ ୨୦୧୪ ରେ ଜନସେନା ପାର୍ଟି ଗଠନ କରିଥିଲେ। ଏଥର ସେ ବିଜେପି ଏବଂ ଟିଡିପି ସହିତ ମିଶି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଲ୍ୟାଣ ଦଳ ୨୧ ଜଣ ବିଧାନସଭା ଆସନ ଏବଂ ୨ ଟି ଲୋକସଭା ଆସନରେ ନିଜର ପ୍ରାର୍ଥୀ ରଖିଥିଲା, ଏହାର ପ୍ରାର୍ଥୀମାନେ ଏହି ସମସ୍ତ ଆସନ ଜିତିଛନ୍ତି।

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟପକ୍ଷରେ, ଓଡିଶାରେ ଚାରିଥର ବିଧାୟକ ମୋହନ ମାଝୀ ଅପରାହ୍ନ ୫ ଟାରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ବିଜେପି କୁ ମିଳିଗଲା ବାଚସ୍ପତି ପ୍ରାର୍ଥୀ?: ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ଛାଡିବାକୁ ପଡ଼ିବ ଜିଦ୍‌, ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସରକାର ଗଠନ ହୋଇଛି, ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ ହୋଇଛି। ହେଲେ ଲୋକସଭାର ବାଚସ୍ପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସଂସଦର ସ୍ୱତନ୍ତ୍ର ଅଧିବେଶନ ଜୁନ୍ ୨୪ ତାରିଖରୁ ଆରମ୍ଭ ହୋଇପାରେ ଏବଂ ଏହା ସହିତ ବାଚସ୍ପତି ନିର୍ବାଚନ ବିଷୟରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି। ବାଚସ୍ପତି ପଦ ପାଇଁ ନିର୍ବାଚନ ଜୁନ୍ ୨୬ ତାରିଖରେ ହେବାର ସମ୍ଭାବନା ରହିଛି। ଏଥର ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିପାରି ନାହିଁ, ତେଣୁ ସହଯୋଗୀମାନଙ୍କ ସହ ଏନଡିଏ ସରକାର ଗଠନ କରିଛି। ବିଜେପି ପରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍)ମେଣ୍ଟର ସର୍ବବୃହତ ଦଳ ଭାବେ ଉଭା ହୋଇଛନ୍ତି, ତେଣୁ ବାଚସ୍ପତି ପଦ ପାଇଁ ଦ୍ୱନ୍ଦ୍ୱ ବହୁତ ବୃଦ୍ଧି ପାଉଛି।

ମନ୍ତ୍ରଣାଳୟର ବିଭାଜନ ପୂର୍ବରୁ ମଧ୍ୟ ଟିଡିପି ବାଚସ୍ପତି ପଦ ପାଇଁ ଦାବି କରିସାରିଛି। ଏଥି ସହ ଜେଡିୟୁ ମଧ୍ୟ ଏହି ପଦବୀ ପାଇଁ ଦାବି କରୁଛି। ଏହି ସମୟରେ ବିଜେପି ବାଚସ୍ପତି ପଦବୀ ନିଜ ହାତରେ ରଖିବ ବୋଲି କୁହାଯାଉଛି ଏବଂ ଏହି ଏହି ଦୌଡରେ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ନାମ ଆଗରେ ରହିଛି ବୋଲି ମଧ୍ୟ ଆଲୋଚନା ଚାଲିଛି। ଏଥର ପୁରନ୍ଦେଶ୍ୱରୀ ରାଜହମଣ୍ଡ୍ରି ଲୋକସଭା ଆସନରୁ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ସୂଚନାନୁସାରେ, ଦଳ ଅନୁଭବ କରୁଛି ଯେ, ଯଦି ପୁରନ୍ଦେଶ୍ୱରୀଙ୍କୁ ସ୍ପିକର କରାଯାଏ, ତେବେ ଟିଡିପି ଏବଂ ଚନ୍ଦ୍ରବାବୁ ନାଇଡୁ ଏହା ଉପରେ କୌଣସି ଆପତ୍ତି ଉଠାଇବେ ନାହିଁ। ଲୋକସଭା ନିର୍ବାଚନରେ ​​ରାଜ୍ୟରେ ଟିଡିପି ଏବଂ ଜନସେନାଙ୍କ ସହ ବିଜେପିର ମେଣ୍ଟରେ ଡଗୁବତୀ ପୁରନ୍ଦେଶ୍ୱରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଜନସାଧାରଣ ମଧ୍ୟ ଏହି ମେଣ୍ଟ ଉପରେ ଆସ୍ଥା ପ୍ରକଟ କରିଥିଲେ।

ଡଗୁବତୀ ପୁରନ୍ଦେଶ୍ୱରୀ କିଏ?:

ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କ ଝିଅ ତଥା ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ନାରା ଭୁବନେଶ୍ୱରୀଙ୍କ ଭଉଣୀ ଡଗୁବତୀ ପୁରନ୍ଦେଶ୍ୱରୀ। ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟ ହେବା ବ୍ୟତୀତ ସେ ତିନିଥର ସାଂସଦ ରହିଛନ୍ତି। ୨୦୦୪ ଏବଂ ୨୦୦୯ ରେ ସେ କଂଗ୍ରେସ ଟିକେଟ୍ ରେ ବାପତଲା ଏବଂ ବିଶାଖାପାଟନମ୍ ରୁ ନିର୍ବାଚନ ଲଢିଥିଲେ। କଂଗ୍ରେସରେ ଯୋଗଦେବା ପୂର୍ବରୁ ସେ ଏବଂ ତାଙ୍କ ସ୍ୱାମୀ ଡଗୁବତୀ ଭେଙ୍କଟେଶ୍ଵରା ରାଓ ପ୍ରଥମେ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଥିଲେ ଏବଂ ୧୯୯୬ ମସିହାରେ ଟିଡିପିରେ କ୍ଷମତା ବଦଳିବା ପରେ ଏନଟି ରାମା ରାଓଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ।

ଏହି ଘଟଣା ପରେ ଚନ୍ଦ୍ରବାବୁ ନାଇଡୁ ପୁରା ଟିଡିପିକୁ ତାଙ୍କ ଅଧୀନରେ ଆଣି ପୁରୁନ୍ଦେଶ୍ୱରୀ ଏବଂ ଭେଙ୍କଟେଶ୍ୱରାଙ୍କୁ ପୃଥକ କରିଥିଲେ। ଏହି ଘଟଣାରେ କ୍ରୋଧିତ ହୋଇ ପୁରନ୍ଦେଶ୍ୱରୀ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ କଂଗ୍ରେସରେ ଯୋଗ ଦେଇଥିଲେ। ସେ କଂଗ୍ରେସ ଟିକେଟରେ ଦୁଇଥର ସାଂସଦ ହୋଇଥିଲେ ଏବଂ ୟୁପିଏ ସରକାରରେ ମନମୋହନ ସିଂଙ୍କ କ୍ୟାବିନେଟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ତେବେ ଆନ୍ଧ୍ରପ୍ରଦେଶକୁ ବିଭାଜନ କରିବାକୁ କଂଗ୍ରେସ ସରକାରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ସେ ବିଜେପିରେ ଯୋଗ ଦେଇ ଦଳର ଜାତୀୟ ସାଧାରଣ ସମ୍ପାଦକ ହୋଇଥିଲେ। ପରେ ତାଙ୍କୁ ଦଳର ମହିଳା ଶାଖାର ଜାତୀୟ ସଭାପତି ମଧ୍ୟ କରାଯାଇଥିଲା।

ଯଦି ବିଜେପି ଡଗୁବତୀ ପୁରନ୍ଦେଶ୍ୱରୀଙ୍କୁ ବାଚସ୍ପତି କରେ, ତେବେ ଚନ୍ଦ୍ରବାବୁ ନାଇଡୁ ତାଙ୍କୁ ବିରୋଧ କରିବାର ସମ୍ଭାବନା କମ୍। ପ୍ରଥମତଃ ସେ ତାଙ୍କର ସମ୍ପର୍କୀୟ। ଯଦିଓ ସେ କେବେ ନାଇଡୁଙ୍କ ସମର୍ଥକ ହୋଇନାହାଁନ୍ତି, ସେ ଲୋକସଭା ଓ ବିଧାନସଭା ନିର୍ବାଚନରେ ​​ବିଜେପି-ଟିଡିପି ମେଣ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଥି ସହିତ ସେ ଏନଟି ରାମା ରାଓଙ୍କ ସରକାରକୁ ହଟାଇବା ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସମର୍ଥନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସଂସଦୀୟ ଦଳ ବୈଠକରେ ନାଇଡୁ ଏବଂ ନୀତୀଶଙ୍କୁ ନେଇ କ’ଣ କହିଲେ ନରେନ୍ଦ୍ର ମୋଦୀ?: ଜାଣନ୍ତୁ

ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ସଂସଦୀୟ ଦଳ ବୈଠକ ଆଜି ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ନରେନ୍ଦ୍ର ମୋଦୀ ଲୋକସଭାର ନେତା, ବିଜେପି ନେତା ତଥା ଏନଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ ହୋଇଛନ୍ତି।

ଏନଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ ହେବା ପରେ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କୁ ପ୍ରଶଂସା କରିଥିଲେ।

ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ବିଷୟରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ‘ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ହେଉ କିମ୍ବା ବିହାରର ନୀତୀଶ କୁମାର। ଗରିବଙ୍କ କଲ୍ୟାଣ ଆମ ସମସ୍ତଙ୍କ କେନ୍ଦ୍ରରେ ରହିଆସିଛି। ବିହାର ପାଇଁ ନୀତୀଶ କୁମାର ବହୁତ ସେବା କରିଛନ୍ତି।

ସେ କହିଛନ୍ତି ଯେ, “ଆମ ସମସ୍ତଙ୍କ ମଧ୍ୟରେ ବିଶ୍ୱାସର ସେତୁ ମଜବୁତ, ଏହି ଅବିସ୍ମରଣୀୟ ସମ୍ପର୍କ ବିଶ୍ଵାସର ଶକ୍ତିଶାଳୀ ମୂଳଦୁଆ ଉପରେ ଆଧାରିତ ଏବଂ ଏହା ହେଉଛି ସବୁଠାରୁ ବଡ ସମ୍ପତ୍ତି। ଏହି ମୂହୁର୍ତ୍ତଗୁଡିକ ମଧ୍ୟ ମୋ ପାଇଁ ଭାବପ୍ରବଣ ଅଟେ। ମୁଁ ସମସ୍ତଙ୍କୁ ଯେତେ ଧନ୍ୟବାଦ ଦେବି, ସେତେ କମ ହେବ।”

ସମସ୍ତଙ୍କୁ କୃତଜ୍ଞତା ଜଣାଇ ସେ କହିଛନ୍ତି ଯେ, “ମୁଁ ଆପଣ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ବିଜୟୀ ହୋଇଥିବା ସମସ୍ତ ବନ୍ଧୁଙ୍କୁ ଅଭିନନ୍ଦନ। ସୌଭାଗ୍ୟବଶତଃ ଆପଣ ସମସ୍ତେ ସର୍ବସମ୍ମତି କ୍ରମେ ମୋତେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ କରିଛନ୍ତି। ମୋତେ ଏକ ନୂତନ ଦାୟିତ୍ଵ ଦେଇଥିବାରୁ ମୁଁ କୃତଜ୍ଞ ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଏନଡିଏ ସଂସଦୀୟ ଦଳର ନେତା ମନୋନୀତ ହେଲେ ମୋଦୀ: ଜାଣନ୍ତୁ କ’ଣ କହିଲେ ଚନ୍ଦ୍ରବାବୁ ନାଇଡୁ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ନରେନ୍ଦ୍ର ମୋଦୀ ଏନଡିଏ ସଂସଦୀୟ ଦଳର ନେତା ଭାବେ ମନୋନୀତ ହୋଇଛନ୍ତି। ଆଜି ପୁରୁଣା ସଂସଦ ଗୃହରେ ଏନଡିଏ ସଂସଦୀୟ ଦଳର ବୈଠକରେ ରାଜନାଥ ସିଂ ଏହି ପ୍ରସ୍ତାବ ଦେଇଛନ୍ତି। ଏହି ସମୟରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି।

ଏହି ପ୍ରସ୍ତାବ ସମୟରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସମ୍ବୋଧନରେ ଏନଡିଏର ସହଯୋଗୀ ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ମୁଁ ଗତ କିଛି ଦଶନ୍ଧି ମଧ୍ୟରେ ଅନେକ ନେତାଙ୍କୁ ଦେଖିଛି। ତେଣୁ ମୁଁ କହିପାରେ ଯେ ପିଏମ ମୋଦୀ ଭାରତକୁ ସମଗ୍ର ବିଶ୍ୱରେ ଏକ ଭିନ୍ନ ପରିଚୟ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇଛି। ଏବଂ ବର୍ତ୍ତମାନ ଭାରତ ଏହି ଆଗାମୀ ଅବଧିରେ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ।

ନାଇଡୁ କହିଛନ୍ତି ଯେ, ‘ଆମେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛୁ କାରଣ ଆମେ ଏକ ସଂଖ୍ୟାଗରିଷ୍ଠତା ହାସଲ କରିଛୁ। ମୁଁ ନିର୍ବାଚନ ପ୍ରଚାର ସମୟରେ ଦେଖିଛି ଯେ, ପିଏମ ମୋଦୀ ୩ ମାସ ପର୍ଯ୍ୟନ୍ତ ବିଶ୍ରାମ ନେଇ ନାହାଁନ୍ତି। ସେ ଦିନରାତି ପ୍ରଚାର କରିଛନ୍ତି। ସେ ସମାନ ଭାବନା ସହିତ ଆରମ୍ଭ କରିଥିଲେ ଏବଂ ସମାନ ଭାବନା ସହିତ ଶେଷ କରିଥିଲେ। ଆନ୍ଧ୍ରପ୍ରଦେଶରେ ଆମେ ୩ ଟି ସାଧାରଣ ସଭା ଏବଂ ୧ ଟି ବଡ ରାଲି କରିଥିଲୁ। ଏହା ଆନ୍ଧ୍ରପ୍ରଦେଶରେ ନିର୍ବାଚନରେ ​​ଜିତିବାରେ ଏକ ବଡ଼ ପାର୍ଥକ୍ୟ ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ କାମ କରିବା ଉଚିତ, ତାଙ୍କ ପାଇଁ ଆମର ସମ୍ପୂର୍ଣ୍ଣ ସମର୍ଥନ ରହିଛି।

ଜେଡିୟୁ ପକ୍ଷରୁ ନୀତୀଶ କୁମାର ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିଥିଲେ। ସେ କହିଛନ୍ତି ଯେ, ‘ସେ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି। ପୁନର୍ବାର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ସମଗ୍ର ଦେଶ ପାଇଁ ସେବା ଏବଂ ମୋର ସମ୍ପୂର୍ଣ୍ଣ ଭରସା ଅଛି ଯେ, ଯାହା କିଛି ରାଜ୍ୟ ପାଇଁ ବାକି ଅଛି ଆଗାମୀ ଦିନରେ ସେ ସବୁ ପୂରଣ କରିବେ। ଆମେ ଦିନସାରା ତାଙ୍କ ସହିତ ରହିବୁ।

Categories
ଆଜିର ଖବର ଜାତୀୟ ଖବର

ଚୂଡାନ୍ତ ହେଲା ମୋଦୀ କ୍ୟାବିନେଟ୍, ଜଣେ ପ୍ରଧାନମନ୍ତ୍ରୀ ଏବଂ ଦୁଇ ଉପ- ପ୍ରଧାନମନ୍ତ୍ରୀ? ଜାଣନ୍ତୁ ଅନ୍ତିମ ଡିଲ୍

ନୂଆଦିଲ୍ଲୀ: ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ହେବା ପରେ ନୂତନ ସରକାର ଗଠନକୁ ନେଇ ନିରନ୍ତର ଆଲୋଚନା ହେଉଛି। ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ, ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି, ତାଙ୍କ କ୍ୟାବିନେଟ ସମ୍ପର୍କରେ ଆଲୋଚନା ତୀବ୍ର ହେବାରେ ଲାଗିଛି। ବାସ୍ତବରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ, କିନ୍ତୁ ଏନଡିଏ ସଂଖ୍ୟାଗରିଷ୍ଠ ସରକାର ଗଠନ କରିବାକୁ ଯାଉଛି। ତେଣୁ ଟିଡିପିର ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁ ନୀତୀଶ କୁମାରଙ୍କ ଭୂମିକାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି।

ସୂଚନାନୁସାରେ, ଶପଥ ଗ୍ରହଣ ସମାରୋହର ତାରିଖ ଜୁନ୍ ୯ ତାରିଖରେ ସ୍ଥିର ହୋଇଥିବାବେଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସମାରୋହ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଅନେକ ବିଦେଶୀ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏସବୁ ମଧ୍ୟରେ ବିଜେପି ଚାହୁଁଛି ଯେ ସହଯୋଗୀମାନଙ୍କ ସହ ସବୁ ଜିନିଷ ଚୂଡାନ୍ତ ହେଉ। ବର୍ତ୍ତମାନ କେଉଁ ଜିନିଷଗୁଡ଼ିକ ଉପରେ ଆଲୋଚନା ହେଉଛି?

JDU ର ଦାବି:

ସରକାର ଗଠନରେ ସାହାଯ୍ୟ କରିଥିବା ଜେଡିୟୁ କେବଳ ବିହାର ରାଜ୍ୟ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଛି। ଏହା ସହିତ ଏହା ସହିତ ୩ କ୍ୟାବିନେଟ୍ ଏବଂ ୪ ଟି ରାଜ୍ୟ ମନ୍ତ୍ରୀ ମଧ୍ୟ ଦାବି କରିଛି।

TDP ର ଦାବି:

ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ୫ ଟି ମନ୍ତ୍ରଣାଳୟ ସହିତ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରୁଛି।

ଶିବସେନାର ଦାବି:

ଶିବସେନା (ସିନ୍ଦେ) ଦଳ ଦାବି କରିଛି ଯେ, ତାଙ୍କୁ ୩ କ୍ୟାବିନେଟ୍ ଏବଂ ୨ ରାଜ୍ୟ ମନ୍ତ୍ରୀ ପଦ ମିଳୁ। ଏଥି ସହ ଚିରାଗ ପାସୱାନଙ୍କ ଦଳ ଏଲଜେପି ୧ କ୍ୟାବିନେଟ ଏବଂ ୨ ଟି ରାଜ୍ୟ ମନ୍ତ୍ରୀ ପାଇଁ ଦାବି କରିଛି। ଜିତନ ରାମ ମାଞ୍ଝି ରାଜ୍ୟ ମନ୍ତ୍ରୀ ଦାବି କରିଚ୍ଚନତି ଏବଂ ସେହିପରି ଅନୁପ୍ରିୟା ପଟେଲ ଜଣେ ରାଜ୍ୟ ମନ୍ତ୍ରୀ ଦାବି କରିଛନ୍ତି।

କେଉଁ ଫର୍ମୁଲା ଉପରେ ବଣ୍ଟନ କରାଯିବ?:

ଗତ ସରକାରରେ ପ୍ରତି ୫ ସାଂସଦଙ୍କୁ ଗୋଟିଏ କ୍ୟାବିନେଟ୍ ପଦ ଦିଆଯାଇଥିଲା। ଏହି ସମୟରେ ସମାନ ସୂତ୍ର ମଧ୍ୟ ବ୍ୟବହୃତ ହେବ କାରଣ ଏଥର ସହଯୋଗୀଙ୍କ ସଂଖ୍ୟା ମଧ୍ୟ ଅଧିକ। ୪୧ ସାଂସଦ ସହଯୋଗୀ ଦଳର ଅଟନ୍ତି ଯାହାଙ୍କର ଭରସାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ। ଯଦି ତିନିଜଣ ସାଂସଦଙ୍କୁ ଗୋଟିଏ ମନ୍ତ୍ରୀ ପଦ ଦିଆଯାଏ ତେବେ ସହଯୋଗୀଙ୍କ ଦାବି ପୂରଣ ହୋଇପାରିବ। ଏବେ ଦେଖିବାକୁ ବାକି ରହିଲା ବିଜେପି କେଉଁ ଫର୍ମୁଲା ଗ୍ରହଣ କରିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଏଥର ମଧ୍ୟ ଏନଡିଏ ସରକାର!: ସସପେନ୍ସ ଶେଷ କଲେ ନୀତୀଶ ଏବଂ ଚନ୍ଦ୍ରବାବୁ, ଦେଲେ ସମର୍ଥନ ପତ୍ର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦିଲ୍ଲୀରେ ସରକାର ଗଠନ ପାଇଁ ଏନଡିଏ ବୈଠକ ଶେଷ ହୋଇଛି। ଏହି ସମୟରେ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ବିଷୟରେ ବଡ ଖବର ଆସୁଛି। ସୂଚନାନୁସାରେ, ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଏହି ବୈଠକରେ ସମର୍ଥନ ପତ୍ର ଦାଖଲ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସମ୍ଭବ ଯେ, ଏନଡିଏ ବୈଠକ ପରେ ସମସ୍ତ ନେତା ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ।

ସୂଚନାନୁସାରେ ଆଜି ନିଜେ ଏନଡିଏ ନେତାମାନେ ଏକ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଭବନକୁ ଯାଇପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏନଡିଏ ବୈଠକରେ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ସିଏମ ଏକନାଥ ସିନ୍ଦେ, ପୱନ କଲ୍ୟାଣ, ଜୟନ୍ତ ଚୌଦୁରୀ ମଧ୍ୟ ଉପସ୍ଥିତ ଥିଲେ।

ଏହି ଲୋକସଭା ନିର୍ବାଚନରେ ​​ବିଜେପି ସଂଖ୍ୟାଗରିଷ୍ଠତାର ଅତିକ୍ରମ କରିପାରିବ ନାହିଁ। ଏହି କାରଣରୁ ଜେଡିଏର ନୀତୀଶ କୁମାର ଏବଂ ଟିଡିପିର ଏନ ଚନ୍ଦ୍ରବାବୁ ନାଇଡୁ ଏନଡିଏ ସରକାର ଗଠନରେ କିଙ୍ଗମେକରଙ୍କ ଭୂମିକା ଗ୍ରହଣ କରୁଛନ୍ତି। ଏନଡିଏ ବୈଠକରେ ପ୍ରତ୍ୟେକ ଦିଗ ଉପରେ ଆଲୋଚନା ହେଉଛି।

ଏହି ଲୋକସଭା ନିର୍ବାଚନରେ ​​ବିଜେପି ୨୪୦ ଟି ଆସନ ଜିତିଛି, ଯାହା ସଂଖ୍ୟାଗରିଷ୍ଠତା ଠାରୁ ୩୨ କମ୍ ଅଟେ। ଟିଡିପି ଏବଂ ଜେଡିୟୁରେ ମୋଟ ୨୮ ଟି ସିଟ୍ ରହିଛି। ବିଜେପିର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଏନଡିଏ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି ଏବଂ ଜନସେନାଙ୍କ ମଧ୍ୟରେ ହେବ ମେଣ୍ଟ!, ଜାଣନ୍ତୁ ଆସନ ବୁଝାମଣା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଭାରତୀୟ ଜନତା ପାର୍ଟି ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟରେ ମେଣ୍ଟ ପ୍ରାୟ ନିଶ୍ଚିତ ହୋଇଛି ଏବଂ ଏଥିପାଇଁ ସିଟ୍ ବାଣ୍ଟିବା ସୂତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି। ଟିଡିପି ସହ ବିଜେପି ଏକ ଚୁକ୍ତି କରିଛି। ଏହି ସମୟରେ ବିଜେପି ସଭାପତି ଜେପି ନଡ୍ଡା, ଟିଡିପି ସଭାପତି ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ସଭାପତି ପୱନ କଲ୍ୟାଣ ଶେଷ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘରେ ପହଞ୍ଚିଛନ୍ତି। ଏହା ପରେ ମେଣ୍ଟ ଘୋଷଣା କରାଯାଇପାରେ।

ବିଜେପି ଏବଂ ଜନସେନା ମିଳିତ ଭାବେ ୮ ଟି ଲୋକସଭା ଆସନରେ ନିର୍ବାଚନ ଲଢିବେ ଏବଂ ୩୦ ଟି ବିଧାନସଭା ଆସନ ଉପରେ ମଧ୍ୟ ଆଲୋଚନା ଶେଷ ହୋଇଛି। ବିଜେପି ଏହାର ପ୍ରତିନିଧୀଙ୍କୁ ଆନ୍ଧ୍ରପ୍ରଦେଶକୁ ପଠାଉଛି ଏବଂ ଏକ ତ୍ରି-ପକ୍ଷୀୟ ସାମ୍ବାଦିକ ସମ୍ମିଳନୀ କରାଯିବ। ବାସ୍ତବରେ ଚନ୍ଦ୍ରବାବୁ ନାଇଡୁ ଗତ ତିନି ଦିନ ଧରି ଦିଲ୍ଲୀରେ ରହିଥିଲେ। ଏହି ମାମଲା ଶେଷ ହେବା ପରେ ସେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟି ହାଇଦ୍ରାବାଦ ଫେରିବେ।

ଆସନ ବଣ୍ଟନ ଚୂଡାନ୍ତ ହୋଇଛି:

ଏହାପୂର୍ବରୁ ଗୁରୁବାର (୦୭ ମାର୍ଚ୍ଚ) ଟିଡିପିର ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନାର ପୱନ କଲ୍ୟାଣ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ମେଣ୍ଟ ଉପରେ ଆଲୋଚନା କରାଯାଇଥିଲା ଏବଂ ସିଟ୍ ବଣ୍ଟନ ସୂତ୍ର ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବର୍ତ୍ତମାନ କେବଳ ସିଟ୍ ବଣ୍ଟନ ଚୂଡାନ୍ତ ହୋଇ ରହିଛି, ଯାହା ପରେ ମେଣ୍ଟ ଘୋଷଣା କରାଯିବ।

ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଆସନ ବଣ୍ଟନରେ ବିଳମ୍ବ ହୋଇଥିଲା। ଏଥି ସହିତ କିଛି ଆସନ ଏବଂ ପ୍ରାର୍ଥୀଙ୍କ ସମ୍ପର୍କରେ ବିଜେପି ଏବଂ ଟିଡିପି ମଧ୍ୟରେ ପାର୍ଥକ୍ୟ ରହିଛି। ସୂଚନାନୁସାରେ, ବିଜେପି ୨୫ ଟି ମଧ୍ୟରୁ ୬ ଟି ସିଟ୍ ଦାବି କରୁଥିବାବେଳେ ଟିଡିପି ୪ ଟି ସିଟ୍ ଦେବାକୁ ପ୍ରସ୍ତୁତ ଥିଲା। ଏଭଳି ପରିସ୍ଥିତିରେ ଉଭୟ ବିଜେପି ଏବଂ ଜନସେନା ମିଳିତ ଭାବେ ୮ ଟି ଲୋକସଭା ଆସନ ଏବଂ ୩୦ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂତ୍ରରୁ ନିଷ୍ପତ୍ତି ନିଆଯାଇଛି।

Categories
ବିଶେଷ ଖବର

କ୍ଷମତାର ଲଢେଇ ମଧ୍ୟରେ ସମ୍ପର୍କ ଫିକା : ଭାରତୀୟ ରାଜନୀତିରେ କ୍ଷମତା ବନାମ ପରିବାର

ସାଗରିକା

ଭାରତୀୟ ରାଜନୀତିରେ କ୍ଷମତା ପାଇଁ ବାପ-ପୁଅ, ଭାଇ –ଭାଇ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ। ରାଜତନ୍ତ୍ରଠାରୁ ଆରମ୍ଭକରି ଆଜିର ଗଣତନ୍ତ୍ର ପର୍ଯ୍ୟନ୍ତ ସବୁଠି କ୍ଷମତାର ମାୟାରେ ବାୟା। କ୍ଷମତା ପାଇଁ କେତେ ପରିବାର ଭାଙ୍ଗିଛି, ପୁଣି କେତେ ଶତ୍ରୁ ମିତ୍ର ହୋଇଛନ୍ତି, ତାହା ଆକଳନ କରିବା ଅସମ୍ଭବ। ତେବେ ନିକଟରେ ଚାଲିଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ କ୍ଷମତା ପାଇଁ ପରିବାର ଫାଟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେଇ ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ନିଜ ପରିବାର ବିରୋଧରେ ଯାଇଛନ୍ତି। ତେବେ ପ୍ରଥମଥର ପାଇଁ ଅଜିତ୍‌ ପାଓ୍ବାରା କ୍ଷମତା ପାଇଁ ପରିବାର ବିରୋଧରେ ଯାଇନାହାନ୍ତି। ରାଜନୀତିରେ ଏହି ମାହୋଲ୍‌ରେ ବହୁ ଖ୍ୟାତିସମ୍ପନ୍ନ ପରିବାର ମଧ୍ୟ କ୍ଷମତା ପାଇଁ ଭାଗବଣ୍ଟା ହୋଇଯାଇଛନ୍ତି। ରାଜନୀତିରେ କ୍ଷମତା ପାଇଁ ସମେସ୍ତ ନିଜ ନିଜ ବାଟକୁ ବାଛିନେଇଥା’ନ୍ତି।  ଭାରତୀୟ ରାଜନୀତିର ସବୁଠୁ ପ୍ରଭାବଶାଳୀ ତଥା ଚର୍ଚ୍ଚିତ ରାଜନୈତିକ ପରିବାର ହେଉଛି ଗାନ୍ଧି ପରିବାର। କ୍ଷମତା ଯୁଦ୍ଧରୁ ମଧ୍ୟ ଏହି ପରିବାର ମଧ୍ୟ ନିସ୍ତାର ପାଇନାହିଁ। ଗାନ୍ଧି ପରିବାର ଓ କଂଗ୍ରେସଠାରୁ ଅଲଗା ହୋଇଥିଲେ ସଞ୍ଜୟ ଗାନ୍ଧି। ସଞ୍ଜୟଙ୍କ ସ୍ତ୍ରୀ ମାନେକା ଓ ପୁଅ ବରୁଣ ଗାନ୍ଧି ଆଜି ବିଜେପିର ସାଂସଦ ରୂପେ ରହିଛନ୍ତି। ସେହିପରି ସିନ୍ଧିଆ ପରିବାରରେ ମଧ୍ୟ କ୍ଷମତାର ଯୁଦ୍ଧ ହୋଇଥିଲେ। ଗୋଟିଏ ପଟରେ ମାଧବରାଓ ସିନ୍ଧିଆଙ୍କ ଭଉଣୀ ତଥା ବସୁନ୍ଧରା ରାଜେ ବିଜେପିରେ ଥିବାବେଳେ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ରହିଛନ୍ତି। ଏମାନଙ୍କ ପରି ଅନେକ ପରିବାର ରାଜନୀତିର କ୍ଷମତା ଲଢେଇ ଭିତରେ ଭାଗ ଭାଗ ହୋଇଯାଇଛନ୍ତି। ସେହି ଭାଗ ହୋଇଯାଇଥିବା ପରିବାରଙ୍କ ମଧ୍ୟରେ ରହିଛନ୍ତି –

ଦେବୀଲାଲ୍‌ 

୧୯୮୯ରେ ହରିୟାଣାର ବରିଷ୍ଠ ନେତା ଦେବୀଲାଲ୍‌ ବିପିସିଂ ସରକାରରେ ଯେତେବେଳେ ଉପ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ସେତେବେଳେ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ। ଦେବୀଲାଲ୍‌ ଉପପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ପରିବାର ଭାଗ ହୋଇଯାଇଥିଲା। ଦେବୀଲାଲ୍‌ଙ୍କ ପରେ ତାଙ୍କ ରାଜନୈତିକ କମାଣ ଓମ୍‌ ପ୍ରକାଶ ଚୌତାଲଙ୍କ ହାତରେ ରହିଥିଲା। କିନ୍ତୁ ତାଙ୍କର ଅନ୍ୟ ପୁତ୍ର ରଣଜୀତ ଚୌତାଲା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିଲେ। ରଣଜିତ୍‌ ଓମ୍‌ପ୍ରକାଶଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ ଦଳ ଛାଡ଼ି କଂଗ୍ରେସରେ ସାମିଲ୍‌ ହୋଇଥିଲେ।ରାଜନୀତି ପାଇଁ ଚୌତାଲା ପରିବାର ଭାଙ୍ଗିବା ଏତିକିରେ ସରିନଥିଲା। ଗତ ବର୍ଷ ଓମ୍‌ପ୍ରକାଶ ଚୌତାଲ୍‌ଙ୍କ ଦୁଇ ପୁଅ ମଧ୍ୟ କ୍ଷମତା ପାଇଁ ଅଲଗା ହୋଇଯାଇଛନ୍ତି। ଓମ୍‌ପ୍ରକାଶ ଅଭୟ ଚୌତାଲାଙ୍କ ହାତରେ ଆଇଏନ୍‌ଏଲ୍‌ର କମାଣ ରହିଥିବାବେଳେ ଦୁଷ୍ୟନ୍ତ ଅଲଗା ହୋଇ ଜେଜେପି ଦଳ ଗଠନ କରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ୧୦ଟି ଆସନ ଜିତି ବିଜେପି ସହ ମିଶି ସରକାରରେ ରହିଛନ୍ତି।

ଠାକ୍‌ରେ ପରିବାର

ମହାରାଷ୍ଟ୍ର ରାଜନୀତିରେ ସବୁଠୁ ପ୍ରଭାବଶାଳୀ ପରିବାର ହେଉଛନ୍ତି ଠାକ୍‌ରେ ପରିବାର। ବାଲାସାହେବ ଠାକ୍‌ରେଙ୍କ ‘ଶିବସେନା’ ଭାରତୀୟ ରାଜନୀତିରେ ଦବଦବା ରଖିଆସିଛି। ତେବେ ଏହି ପ୍ରଭାବଶାଳୀ ପରିବାରରେ ମଧ୍ୟ କ୍ଷମତା ଲଢେଇ ରହିଛି। ୧୫ ବର୍ଷ ପୂର୍ବେ ଏହି ପରିବାର କ୍ଷମତା ପାଇଁ ଭାଙ୍ଗିଯାଇଛି। ବାଲାଠାକେର୍‌ଙ୍କ ପୁତୁରାଙ୍କ ରାଜ୍‌ ଠାକ୍‌ରେ ନିଜ ଦାଦାଙ୍କ ପଦାଙ୍କ ଅନୁସରଣ କରିଥିଲେ। ପ୍ରାୟ ସମେସ୍ତ ଜାଣିଥିଲେ ଯେ, ଶିବସେନାର କମାଣ ପୁତୁରା ରାଜ୍‌ ଠାକ୍‌ରେଙ୍କ ହାତରେ ହିଁ ରହିବ। କିନ୍ତୁ କ୍ଷମତାର ଏହି ଲଢେଇ ଭିତରେ ବାଜି ମାରିନେଇଥିଲେ ବାଲ୍‌ ଠାକ୍‌ରେଙ୍କ ପୁତ୍ର ଉଦ୍ଧବ ଠାକ୍‌ରେ। ୨୦୦୪ ମସିହାରେ ବାଲ୍‌ଠାକ୍‌ରେ ଉଦ୍ଧବ ଠାକ୍‌ରେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି କରି ନିଜର ଉତ୍ତରାଧିକାରୀ ବାଛିନେଇଥିଲେ। ଏହାପରେ ରାଜ୍‌ ଠାକ୍‌ରେ ୨୦୦୫ରେ ଶିବସେନାରୁ ନିଜକୁ ଅଲଗା କରିଦେଇଥିଲେ। ୨୦୦୬ରେ ମହାରାଷ୍ଟ୍ରରେ ନବ ନିର୍ମାଣ ସେନା ନାମରେ ଏକ ନୂତନ ଦଳ ନିର୍ମାଣ କରିଥିଲେ।

ଚନ୍ଦବାବୁ ନାଇଡୁ ଓ ଏନ୍‌ଟି ରାମା ରାଓ

ଆନ୍ଧ୍ର ରାଜନୀତିରେ କିମ୍ବଦନ୍ତୀ ପୁରୁଷ ହେଉଛନ୍ତି ଏନ୍‌ଟି ରାମା ରାଓ । କ୍ଷମତାର ଲଢେଇ ଭିତରେ ଏହି ଶକ୍ତିଶାଳୀ ପରିବାର ମଧ୍ୟରେ ଝଡ ସୃଷ୍ଟି ହୋଇଛି । ୧୯୮୨ରେ ଅଭିନେତାରୁ ନେତା ହୋଇଥିବା ଏନ୍‌ଟି ରାମା ରାଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଜିତିଥିଲେ ।୧୯୯୪ରେ ତାଙ୍କ ଜ୍ବାଇ ଚନ୍ଦ୍ରବାବୁ ନାଇଡୁ ଏନ୍‌ଟି ରାଓଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ। ୧୯୯୫ରେ ପ୍ରଥମ ଥର ପାଇଁ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ତେବେ ଏହାକୁ ଗ୍ରହଣ କରିନଥିଲେ ଏନ୍‌ଟି ରାଓଙ୍କ ସ୍ତ୍ରୀ ଲକ୍ଷ୍ମୀ। ଅରାଜି ହୋଇ ନିଜେ ଏକ ଅଲଗା ଦଳ ଗଠନ କରିଥିଲେ। କିନ୍ତୁ ରାଜନୀତିରେ ଏତେ ବେଶି ସଫଳ ହୋଇପାରିନଥିଲେ। ୨୦୧୪ରେ ଲକ୍ଷ୍ମୀ ଜଗମୋହନ ରେଡ୍ଡିଙ୍କ ଦଳ ‘ଓ୍ବାଇଏସଆର୍‌ କଂଗ୍ରେସ’ରେ ସାମିଲ୍‌ ହୋଇଛନ୍ତି।

ବାଦଲ ପରିବାର

୨୦୧୦ରେ ପଞ୍ଜାବର ଲୋକପ୍ରିୟ ତଥା ଶକ୍ତିଶାଳୀ ରାଜେନୖତିକ ପରିବାର ବାଦଲ ପରିବାର ମଧ୍ୟରେ ଭଟ୍ଟା ପଡିଥିଲା। ୨୦୧୦ରେ ପ୍ରକାଶ ସିଂ ବାଦଲ୍‌ଙ୍କ ପୁତୁରା ମନପ୍ରୀତ୍‌ ବାଦଲ୍‌ ଶିରୋମଣି ଅକାଳି ଦଳରୁ ଅଲଗା ହୋଇ ପିପିପି ଦଳ ଗଠନ କରିଥିଲେ। ୨୦୦୭ରେ ଅକାଳୀ ଦଳ ସରକାର ଗଢିଥିବାବେଳେ ପ୍ରକାଶ ସିଂ ବାଦଲ୍‌  ତାଙ୍କ ପୁତ୍ର ସୁଖବୀର୍‌ ବାଦଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିବାବେଳେ ମନପ୍ରୀତ୍‌ଙ୍କୁ ଅର୍ଥମନ୍ତ୍ରୀ କରିଥିଲେ। କିନ୍ତୁ ସୁଖବୀର୍‌ଙ୍କୁ ପ୍ରକାଶ ସିଂ ବାଦଲ୍‌ ନିଜ ଉତ୍ତରାଧିକାରୀ ଘୋଷଣାକୁ ନେଇ ନାରାଜ ହୋଇ ମନପ୍ରୀତ୍‌ ୨୦୧୨ରେ ପିପିପି ଦଳ ଗଠନ କରିଥିଲେ। ତେବେ ବିଶେଷ କିଛି ସଫଳତା ନ ପାଇ ୨୦୧୪ରେ କଂଗ୍ରେସରେ ସାମିଲ୍‌ ହୋଇଥିଲେ ମନପ୍ରୀତ୍‌।  ମନପ୍ରୀତ୍‌ ୨୦୧୭ରେ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ରୂପେ ଅବସ୍ଥାପିତ ରହିଥିବାବେଳେ ସୁଖବୀର୍‌ ବାଦଲଙ୍କ ହାତରେ ଅକାଳୀ ଦରର କମାଣ ରହିଛି।

କରୁଣାନିଧି ଓ ତାଙ୍କ ପୁତ୍ର

୧୯୬୯ରୁ ୨୦୧୧ ମଧ୍ୟରେ ଏମ୍‌. କରୁଣନିଧି ପଞ୍ଚମ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାମିଲ୍‌ନାଡୁର ରାଜନୈତିକ କ୍ଷମତା ଏକପ୍ରକାରର ଏମ୍‌କେ ଷ୍ଟାଲିନ୍‌ଙ୍କ ହାତରେ ରହିଥିଲା। କିନ୍ତୁ ଏହା ତାଙ୍କ ଭାଇ ଅଲାଗିରିଙ୍କୁ ପସନ୍ଦ ନଥିଲା। ଅଲାଗିରି ବିଶ୍ବାସଘାତକତା ଦେଖି କରୁଣାନିଧି ତାଙ୍କୁ ଦଳରୁ ବାହା କରିଦେଇଥିଲେ। ଏବଂ ଦଳର ପୂରା କମାଣ ଷ୍ଟାଲିନ୍‌ଙ୍କ ହାତରେ ଦେଇଥିଲେ।

ମୁଲାୟମ୍‌ ସିଂ ପରିବାର

୨୦୧୬ରେ ତିନି ତିନି ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିବା ମୁଲାୟମ ସିଂ ଯାଦବଙ୍କ ପରିବାରରେ ମଧ୍ୟ କ୍ଷମତା ଲଢେଇ ଦେଖିବାକୁ ମିଳିଥିଲା। ୨୦୧୬ରେ ମୁଲାୟମ ସିଂ ଯାଦବ ଓ ଅଖିଳେଶଙ୍କ କିଛି ନିଷ୍ପତ୍ତିକୁ ନେଇ ଚାଲିଥିବା ବିବାଦ ବେଶ୍‌ ଉଲ୍ଲେଖଯୋଗ୍ୟ। ମୁଲାୟମ ସିଂ ଯାଦବ ନିଜ ଭାଇ ଶିବପାଲ୍‌ ଯାଦବଙ୍କୁ ଯେତେବେଳେ  ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ କରିଥିଲା, ଏହାକୁ ଗ୍ରହଣ କରିନଥିଲେ ମୁଲାୟମଙ୍କ ପୁତ୍ର ଅଖିଳେଶ। ସେହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଅଖିଳେଶ ଦଳର ଏକ ବୈଠକ ଡାକି ଦଳର ନୂତନ ଅଧ୍ୟକ୍ଷ ରୂପେ ନିଜେ ଉଭା ହୋଇଥିଲେ। ଏହି ଘଟଣା ଏତେ ବିବାଦମୟ ହୋଇଥିଲା ଯେ, ଏହା ପରିଶେଷରେ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଥିଲା। ଏଠାରେ ଅଖିଳେଶ ବାଜି ମାରି ନେଇଥିଲେ ଓ ଦଳୀୟ ଚିହ୍ନ ମଧ୍ୟ ପ୍ରାପ୍ତ ହୋଇଥିଲା। ଅପରପକ୍ଷେ ୨୦୧୯ରେ ଶିବପାଲ୍‌ ଯାଦବ ଦଳରୁ ଅଲଗା ହୋଇ ଏକ ନୂତନ ଦଳ ଗଠନ କରି ନିର୍ବାଚନ ଲଢିଥିଲେ।

ଭାରତୀୟ ରାଜନୀତିର କ୍ଷମତାର ଲଢେଇ ଭିତରେ ସମ୍ପର୍କ ପୂରା ଫିକା। ରାଜନୀତିରେ ଆଗରେ ସମ୍ପର୍କ ମୂଲ୍ୟହୀନ। ଏଠି କେହି କାହାର ନୁହନ୍ତି। ଧୋକ୍କା, ବିଶ୍ବାସଘାତକତା ଓ ପ୍ରବଞ୍ଚନାରେ ରାଜନୀତିର ଗୋଟିରେ ପରିବାର ବନାମ କ୍ଷମତା ଭିତରେ ସମ୍ପର୍କ ଏଠି ବିପର୍ଯ୍ୟସ୍ତ।