Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୬୫ ତମ ଆୟକର ଦିବସ ପାଳିତ
ଆଜିର ଖବର

୧୬୫ ତମ ଆୟକର ଦିବସ ପାଳିତ

July 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆୟକର ବିଭାଗ, ଓଡିଶା ବୁଧବାର ୧୬୫ ତମ ଆୟକର ଦିବସ ପାଳନ କରିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ରବି ଅଗ୍ରୱାଲଙ୍କ ବାର୍ତ୍ତା ପ୍ରସାରଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜୟଦେବ ଭବନ, ସଚିବାଳୟ ମାର୍ଗ, ଭୁବନେଶ୍ୱର ଠାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରମୁଖ ଆୟକର ଆୟୁକ୍ତ , ଓଡିଶା, ଭୁବନେଶ୍ୱର ବୀର ବିର୍ସା ଏକ୍କା, ଆଇ.ଆର.ଏସ. ଏହାର ଅଧ୍ୟକ୍ଷତା କରିଥିଲେ।

ଡା ସରିତା ମିଶ୍ର କୋଲ୍‌ହେ, ପ୍ରମୁଖ ଆୟକର ଆୟୁକ୍ତ, ସମ୍ବଲପୁର ସ୍ୱାଗତ ଭାଷଣ ଦେବା ସହିତ ଅତିଥିମାନଙ୍କୁ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗର କର୍ମଚାରୀ, କରଦାତା ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ଯୋଗ ଦେଇଥିଲେ।

ଆୟକର ଦିବସ ପ୍ରତିବର୍ଷ ୨୪ ଜୁଲାଇରେ ପାଳନ କରାଯାଏ। ୧୮୬୦ ମସିହା ଏହି ଦିନରେ ସାର୍ ଜେମ୍ସ ୱିଲସନ ପ୍ରଥମ ଥର ପାଇଁ ଭାରତରେ ଇନକମ୍ ଟ୍ୟାକ୍ସ ପ୍ରବର୍ତ୍ତନ କରିଥିଲେ।

କାର୍ଯ୍ୟକ୍ରମରେ, ରାଷ୍ଟ୍ର ନିର୍ମାଣ ଏବଂ ଅଭିବୃଦ୍ଧି ଦିଗରେ ଟିକସଦାତା ମାନଙ୍କ ମୂଲ୍ୟବାନ ଅବଦାନକୁ ସମ୍ମାନ ଜଣାଇ ବିଭିନ୍ନ ବର୍ଗର ପାଞ୍ଚଜଣ କରଦତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଆୟକର ଦିବସ ୨୦୨୪ ର ପୂର୍ବ ସପ୍ତାହରେ ଓଡ଼ିଶା ଆୟକର ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ। ଆଉଟ୍ ରିଚ୍ କାର୍ଯ୍ୟକ୍ରମ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଦ୍ୱିତୀୟ ପୋଷ୍ଟାଲ କଲୋନୀ, ଭୁବନେଶ୍ୱର ପରିସରରେ ଅନୁଷ୍ଠିତ ହେବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆୟକର ଦିବସ ପରିପ୍ରେକ୍ଷୀରେ ବିଭାଗୀୟ କର୍ମଚାରୀ ଙ୍କ ପିଲା ମାନଙ୍କୁ ପାଇଁ ଶିଶୁ ମନକୁ ଉତ୍ସାହିତ କରିବା ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ମେରେ ସପ୍ନୋକା କା ଭାରତ (ମୋର ସ୍ୱପ୍ନର ଭାରତ)’। ଉକ୍ତ ପ୍ରତିଯୋଗିତା ବିଜେତାମାନଙ୍କୁ କାର୍ଯ୍ୟକ୍ରମ ଅବସରରେ ପୁରସ୍କୃତ କରାଯାଇଥିଲା।

ଦେଶର ପ୍ରଗତି ଏବଂ ବିକାଶରେ ଆୟକର ବିଭାଗର ଅତୁଳନୀୟ ଅବଦାନକୁ ଅଭିନନ୍ଦନ ଜଣାଇ ପ୍ରତ୍ୟକ୍ଷ ଆୟକର ସଂଗ୍ରହରେ ଓଡିଶାର ଏକ ମହତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନ ମୁଖ ଆୟକର ଆୟୁକ୍ତ ପ୍ରକାଶ କରିଥିଲେ। ବିଗତ ତିନିବର୍ଷ ମଧ୍ୟରେ ଟିକସ ଆଧାର ସହିତ ମୋଟ ରାଜସ୍ୱ ସଂଗ୍ରହ ଯଥେଷ୍ଟ ବୃଦ୍ଧି ପାଇଛି। ପ୍ରଧାନ ମୁଖ ଆୟକର ଆୟୁକ୍ତ ଏହାର କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କ ନିଷ୍ଠାପର ସେବାପାଇଁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ପାଇଁ ଉତ୍କର୍ଷ ପ୍ରମାଣପତ୍ର ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026
Latest News

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.