Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରେ ପଶି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଆକ୍ରମଣ କଲେ ଦୁଇ ଦୁବୃର୍ତ୍ତ: ଲୁଟି ନେଲେ ସୁନା ଅଳଙ୍କାର
ଆଜିର ଖବର

ଘରେ ପଶି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଆକ୍ରମଣ କଲେ ଦୁଇ ଦୁବୃର୍ତ୍ତ: ଲୁଟି ନେଲେ ସୁନା ଅଳଙ୍କାର

July 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର/କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ୧୬ ନମ୍ବର ସ୍ଥିତ କେନାଲ ରାସ୍ତାରେ ଘର କରି ରହୁଥିବା ଅବସର ପ୍ରାପ୍ତ ଅଧ୍ୟାପକ ଦେବୀ ପ୍ରସାଦ ମିଶ୍ରଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଘରେ ପଶି ହାଣି ସୁନା ଅଳଙ୍କାର ଓ ଟଙ୍କା ପଇସା ଲୁଟି ନେଇ ଖସି ଯାଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ସୋମବାର ରାତି ୯ ଟା ସମୟରେ ଅଧ୍ୟାପକ ମିଶ୍ର, ତାଙ୍କ ବୋହୂ ଓ ୩ ବର୍ଷର ନାତି ଘରେ ଥିବା ବେଳେ ଦୁଇ ଜଣ ଦୃବୃର୍ତ୍ତ ମୁଣ୍ଡରେ ହେଲମେଟ ପିନ୍ଧି ଓ ହାତରେ କଟୁରୀ ଧରି ହଠାତ ଘର ଭିତରେ ପଶି ଯାଇ ଅଧ୍ୟାପକଙ୍କ ଦୁଇ ହାତକୁ ଚୋଟ ମାରିଥିଲେ। ତାଙ୍କୁ ରକ୍ତାକ୍ତ କରି ଏକ ରୁମ ଭିତରେ ପୁରାଇ କବାଟ ବନ୍ଦ କରିଦେଇଥିଲେ। ପରେ ବୋହୂ ପିନ୍ଧିଥିବା ଚେନ, କାନଫୁଲ, ହାତରେ ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାର ଏବଂ ଘରେ ଥିବା ୩୦ ହଜାର ଟଙ୍କା ନେଇଯାଇଥିବା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ମିଶ୍ର କହିଛନ୍ତି।

କିନ୍ତୁ ସେ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଘରେ ଆଗୁଆ କବାଟ ଦେବା ପରେ ତାଙ୍କ ବୋହୂ ସେମାନଙ୍କୁ ନେହୁରା ହୋଇ ମୁଁ ତୁମ ଗୋଡ ଧରୁଛି ମୋତେ ଛାଡ଼ି ଦିଅ ବୋଲି କହୁଥିବାର ସେ ଶୁଣିଛନ୍ତି। ଏଥିରୁ ଦୁର୍ବୃତ୍ତ ଦୁଇଜଣ ନର ପିଶାଚ ପାଲଟି ଯାଇଥିବା ଅନୁମାନ କରାଯାଉଛି।

ଖବର ପାଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ ଆରମ୍ଭ କରିଛି। କଟୁରୀ ଚୋଟରେ ଅଧ୍ୟାପକଙ୍କ ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଷ୍ଟିଚ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ କି ଗତ ୬ ତାରିଖ ଦିନ ବିଳମ୍ବିତ ରାତିରେ କେହି ଦୁର୍ବୃର୍ତ୍ତ ତାଙ୍କ ମୋଟର ସାଇକେଲ ଚୋରି କରି ନେଇ ଯାଉଥିବା ସମୟରେ ଭୁବନେଶ୍ୱର ଯାଇଥିବା ଅଧ୍ୟାପକ ପହଞ୍ଚି ଯିବାରୁ ସେ ଛାଡ଼ି ପଳାଇଥିଲେ। ଏ ସମ୍ପର୍କରେ ଅଧ୍ୟାପକ ମିଶ୍ର କୁଜଙ୍ଗ ପୋଲିସକୁ ଜଣାଇବା ସହ ସିସିଟିଭି ଫୁଟେଜ ଦେଇଥିଲେ ଏବଂ ଯଦି ଘଟଣା ଉପରେ ପଦକ୍ଷେପ ନ ନେବେ ଆଗକୁ ତାଙ୍କ ପରିବାର ପାଇଁ ବଡ଼ ଧରଣର ଅଘଟଣ ଘଟିବ ବୋଲି ସେ ଜଣାଇଥିଲେ।

ଅବସର ପ୍ରାପ୍ତ ଅଧ୍ୟାପକ କୁଜଙ୍ଗ ଜଗତସିଂହପୁର ଲୁଟି ନେଲେ ସୁନା ଅଳଙ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025
Latest News

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.