Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରେ ପଶି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଆକ୍ରମଣ କଲେ ଦୁଇ ଦୁବୃର୍ତ୍ତ: ଲୁଟି ନେଲେ ସୁନା ଅଳଙ୍କାର
ଆଜିର ଖବର

ଘରେ ପଶି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଆକ୍ରମଣ କଲେ ଦୁଇ ଦୁବୃର୍ତ୍ତ: ଲୁଟି ନେଲେ ସୁନା ଅଳଙ୍କାର

July 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର/କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ୧୬ ନମ୍ବର ସ୍ଥିତ କେନାଲ ରାସ୍ତାରେ ଘର କରି ରହୁଥିବା ଅବସର ପ୍ରାପ୍ତ ଅଧ୍ୟାପକ ଦେବୀ ପ୍ରସାଦ ମିଶ୍ରଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଘରେ ପଶି ହାଣି ସୁନା ଅଳଙ୍କାର ଓ ଟଙ୍କା ପଇସା ଲୁଟି ନେଇ ଖସି ଯାଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ସୋମବାର ରାତି ୯ ଟା ସମୟରେ ଅଧ୍ୟାପକ ମିଶ୍ର, ତାଙ୍କ ବୋହୂ ଓ ୩ ବର୍ଷର ନାତି ଘରେ ଥିବା ବେଳେ ଦୁଇ ଜଣ ଦୃବୃର୍ତ୍ତ ମୁଣ୍ଡରେ ହେଲମେଟ ପିନ୍ଧି ଓ ହାତରେ କଟୁରୀ ଧରି ହଠାତ ଘର ଭିତରେ ପଶି ଯାଇ ଅଧ୍ୟାପକଙ୍କ ଦୁଇ ହାତକୁ ଚୋଟ ମାରିଥିଲେ। ତାଙ୍କୁ ରକ୍ତାକ୍ତ କରି ଏକ ରୁମ ଭିତରେ ପୁରାଇ କବାଟ ବନ୍ଦ କରିଦେଇଥିଲେ। ପରେ ବୋହୂ ପିନ୍ଧିଥିବା ଚେନ, କାନଫୁଲ, ହାତରେ ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାର ଏବଂ ଘରେ ଥିବା ୩୦ ହଜାର ଟଙ୍କା ନେଇଯାଇଥିବା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ମିଶ୍ର କହିଛନ୍ତି।

କିନ୍ତୁ ସେ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଘରେ ଆଗୁଆ କବାଟ ଦେବା ପରେ ତାଙ୍କ ବୋହୂ ସେମାନଙ୍କୁ ନେହୁରା ହୋଇ ମୁଁ ତୁମ ଗୋଡ ଧରୁଛି ମୋତେ ଛାଡ଼ି ଦିଅ ବୋଲି କହୁଥିବାର ସେ ଶୁଣିଛନ୍ତି। ଏଥିରୁ ଦୁର୍ବୃତ୍ତ ଦୁଇଜଣ ନର ପିଶାଚ ପାଲଟି ଯାଇଥିବା ଅନୁମାନ କରାଯାଉଛି।

ଖବର ପାଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ ଆରମ୍ଭ କରିଛି। କଟୁରୀ ଚୋଟରେ ଅଧ୍ୟାପକଙ୍କ ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଷ୍ଟିଚ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ କି ଗତ ୬ ତାରିଖ ଦିନ ବିଳମ୍ବିତ ରାତିରେ କେହି ଦୁର୍ବୃର୍ତ୍ତ ତାଙ୍କ ମୋଟର ସାଇକେଲ ଚୋରି କରି ନେଇ ଯାଉଥିବା ସମୟରେ ଭୁବନେଶ୍ୱର ଯାଇଥିବା ଅଧ୍ୟାପକ ପହଞ୍ଚି ଯିବାରୁ ସେ ଛାଡ଼ି ପଳାଇଥିଲେ। ଏ ସମ୍ପର୍କରେ ଅଧ୍ୟାପକ ମିଶ୍ର କୁଜଙ୍ଗ ପୋଲିସକୁ ଜଣାଇବା ସହ ସିସିଟିଭି ଫୁଟେଜ ଦେଇଥିଲେ ଏବଂ ଯଦି ଘଟଣା ଉପରେ ପଦକ୍ଷେପ ନ ନେବେ ଆଗକୁ ତାଙ୍କ ପରିବାର ପାଇଁ ବଡ଼ ଧରଣର ଅଘଟଣ ଘଟିବ ବୋଲି ସେ ଜଣାଇଥିଲେ।

କୁଜଙ୍ଗ ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

May 14, 2026

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026
Latest News

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

May 14, 2026

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.