Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଧକ୍କା ଯୋଗୁଁ ଦୁଇ ଦିନ ମଧ୍ୟରେ ୪୫ ଗୋରୁ ମୃତ
ଆଜିର ଖବର

ବାଲୁଗାଁ: ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଧକ୍କା ଯୋଗୁଁ ଦୁଇ ଦିନ ମଧ୍ୟରେ ୪୫ ଗୋରୁ ମୃତ

July 27, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବୁଧବାର ଭୋରରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନାଭଲ ଛକ ଠାରୁ ସୁନଖେଳା ଛକ ଦୀର୍ଘ ସତର କିଲୋମିଟର ଦୂରତା ମଧ୍ୟରେ ଦୁର୍ଘଟଣା ଯୋଗୁଁ ୪୫ ଗୋରୁଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥର ବେଲପଡା, ବାଲୁଗାଁ ଓଭର ବ୍ରିଜ, ବିଷ୍ଣୁଡିହ, କୋତରି, ସୋଲାରୀ, ନାଚୁଣି, ସୁନଖେଳା ଆଦି ସ୍ଥାନରେ ନୀରିହ ପ୍ରାଣୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ସହିତ କିଛି ଜୀଵିତ ପ୍ରାଣୀ ଅତ୍ୟନ୍ତ ଦୟନୀୟ ଓ ମୁର୍ମୁଷୁ ଅବସ୍ଥାରେ ପଡିଛନ୍ତି।

ସେମାନଙ୍କୁ ଉଦ୍ଧାର କରି କିଛି ଜୀବ ପ୍ରେମୀ ଓ ସ୍ଥାନୀୟ ଜନସାଧାରଣ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଛନ୍ତି। କିନ୍ତୁ ସେଠାରେ ଦୁର୍ଘଟଣାଗ୍ରସ୍ତ ପ୍ରାଣୀଙ୍କୁ ସୁ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି। ଯାହାଫଳରେ ସାଧାରଣ ଲୋକ ଖର୍ଚ୍ଚରେ ଗାଡି ଭଡାକରି ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ଗୋଶାଳାକୁ ପଠାଯାଉଥିବା ଜଣାପଡିଛି।

ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ପ୍ରାଣୀମାନଙ୍କୁ ଜାତୀୟ ରାଜପଥ ଉପରୁ ଚିକିତ୍ସା କେନ୍ଦ୍ର କିମ୍ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ତ୍ୱରିତ ପ୍ରାଣୀ ଚିକିତ୍ସାଳୟକୁ ନେବା ପାଇଁ କୌଣସି ପ୍ରକାରରେ ଆଗ୍ରହ ପ୍ରକାଶ କିମ୍ବା ସହାୟତା କରିବା ଦେଖାନାହିଁ। ସେହିଭଳି ଦୁର୍ଘଟଣାରେ ମୃତ ପ୍ରାଣୀ ଶରୀରକୁ ରାସ୍ତା ଉପରୁ ହଟାଇବା ପାଇଁ କୌଣସି ପ୍ରକାର ସହଯୋଗ ମିଳୁନାହିଁ। ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସକ, ଜିଲ୍ଲାପାଳ, ପ୍ରାଣୀକଲ୍ୟାଣ ନିର୍ଦ୍ଦେଶକ ତୁରନ୍ତ ଦୁର୍ଘଟଣା ଗ୍ରସ୍ତ ପ୍ରାଣୀମାନଙ୍କୁ ଉଦ୍ଧାର କରି ନେବାପାଇଁ ଆମ୍ବୁଲାନ୍ସ ତୁରନ୍ତ ଯୋଗାଇବାକୁ ଦାବୀ ହେଉଛି।

ଚିଲିକା ଅଞ୍ଚଳରେ ବିଭିନ୍ନ ଗ୍ରାମ ଅଞ୍ଚଳରେ ଥିବା ବୁଲା ଗାଈ ଗୋରୁଙ୍କୁ ଫସଲ ଖାଉଥିବା ଅଭିଯୋଗ କରି ରାତ୍ରିରେ କିଛି ମୁଷ୍ଟିମେୟ ଲୋକ ଷୋହଳ ନମ୍ବର ଜାତୀୟ ରାଜପଥ ଉପରକୁ ଏହି ଗାଈଗୋରୁଙ୍କୁ ତଡୁଥିବା ଦେଖାଯାଉଛି। ତେବେ ବେଲ ପଡ଼ା, ଧୁଆଁଳ, କୋତରୀ, ସୁନାଖେଳା, ବଡ଼କୁଳ ଆଦି ଛକ ନିକଟସ୍ଥ ରାସ୍ତା କଡରେ ଏହି ଗାଇଗୋରୁ ଆଶ୍ରୟ ନେଇଥିବା ବେଳେ ମଧ୍ୟ ରାତ୍ରିରେ ବେପାରୁଆ ଭାବେ ଷୋହଳ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଚଳାଉଥିବା ଡ୍ରାଇଭରମାନେ ସେମାନଙ୍କୁ ଜାଣି ଶୁଣି ଦୁର୍ଘଟଣା କରାଉଛନ୍ତି।

ଚିଲିକା ଅଞ୍ଚଳରେ ଗୋ ଶାଳା ଅଭାବ ଯୋଗୁଁ ବହୁ ସଂଖ୍ୟକ ରୋଗାକ୍ରାନ୍ତ ଗାଈ ଗୋରୁ ଖାଦ୍ୟ ଅଭାଵ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ବାଲୁଗାଁ ବଜାର ଓଭର ବ୍ରିଜ ଉପରେ ଆଶ୍ରୟ ନେଇଥାନ୍ତି। ମଧ୍ୟ ରାତ୍ରିରେ ଜାତୀୟ ରାଜପଥ ଉପରେ ପୋଲିସର ପାଟ୍ରୋଲିଂ ହେଉନଥିବା ବେଳେ ଏହି ସବୁ ଘଟଣା ଘଟୁଥିବା ଜଣାପଡିଛି।

ଷୋହଳ ନମ୍ବର ଜାତୀୟ ରାଜପଥର କିଛି ସ୍ଥାନ ବାଣପୁର ଥାନା ଉପରେ ଓ କିଛି ଅଂଶ ବାଲୁଗାଁ ଥାନା ଅଂଚଳରେ ଥିବାରୁ ମଧ୍ୟ ରାତ୍ରିରେ ଅସାମାଜିକ ମଦୁଆ ଗାଡି ଡ୍ରାଇଭର ଦୁର୍ଘଟଣା ଘଟାଇ ଅତି ସହଜରେ ଚାଲିଯାଉଛନ୍ତି। ବାଲୁଗାଁ ବାଣପୁର ଓଭର ବ୍ରିଜ ପାଖରେ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ପୋଲିସ ଚୌକି ଥିବା ବେଳେ ରାତ୍ରିରେ ବନ୍ଦ ରହୁଛି।

ରାତ୍ରୀ ସମୟରେ ଏହି ଚୌକି ଖୋଲା ରହିଲେ ଜାତୀୟ ରାଜପଥ ଉପରେ ଘଟୁଥିବା ଘଟଣା ଉପରେ ସତର୍କ ନଜର ସହିତ ବିଭିନ୍ନ ଦୁର୍ଘଟଣାକୁ ରୋକାଯାଇପାରନ୍ତା। ପ୍ରତ୍ୟହ ସକାଳୁ ଷୋଳ ନମ୍ବର ଜାତୀୟ ରାଜପଥ ନିରୀହ ପ୍ରାଣୀ ମାନଙ୍କ ରକ୍ତରେ ରଞ୍ଜିତ ହୋଇପଡୁଛି। ଏହି ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସକ ଦେବୀ ଦତ୍ତ ମାଝୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଚୁପ ରହୁଥିବା ଜଣାପଡିଛି।

ବାଲୁଗାଁ ସରକାରୀ ପ୍ରାଣୀ ଚିକିତ୍ସାଳୟରେ ବ୍ଲକ ଭେଟନାରୀ ଡାକ୍ତର ପୋଷ୍ଟ ଖାଲି ପଡ଼ିଛି।ଆଉ ତିନି ଜଣ ପ୍ରାଣୀ ଚିକିତ୍ସା ଡାକ୍ତର ପୋଷ୍ଟ ଖାଲି ରହିଛି। କେବଳ ଜଣେ ମାତ୍ର ଏଲ ଆଇ ଙ୍କ ଭରସାରେ ବାଲୁଗାଁ ଅଂଚଳରେ ପ୍ରାଣୀ ଚିକିତ୍ସା ଚାଲିଛି।

ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ପ୍ରାଣୀ ମାନଙ୍କ ଚିକିତ୍ସା ପାଇଁ ଜରୁରୀ କୋୖଣସି ଔଷଧ କି ଇଂଜେକସନ ଔଷଧ ଟିକେ ମିଳୁନାହିଁ। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା ଦେବୀ ଦତ୍ତ ମାଝୀଙ୍କୁ ଅବଗତ ପରେ ସେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ଗାଡି ଧକ୍କା ଗୋରୁ ମୃତ ଜାତୀୟ ରାଜପଥ ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025
Latest News

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.