Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୨୯ରୁ ଜୀ-ସାର୍ଥକର ସମସ୍ତ ଧାରାବାହିକ କାହାଣୀରେ ଆସୁଛି ରୋମାଞ୍ଚକର ମୋଡ଼
ଆଜିର ଖବର

ଜୁଲାଇ ୨୯ରୁ ଜୀ-ସାର୍ଥକର ସମସ୍ତ ଧାରାବାହିକ କାହାଣୀରେ ଆସୁଛି ରୋମାଞ୍ଚକର ମୋଡ଼

July 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ତା’ର ମନୋରଞ୍ଜନ ଭିତ୍ତିକ ରିଆଲିଟି ସୋ ଓ ଧାରାବାହିକ ଦ୍ୱାରା ସର୍ବଦା ଦର୍ଶକଙ୍କ ମନ ଜିତିଆସିଛି। ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡିଆ ଘରର କାହାଣୀ, ପର୍ବପର୍ବାଣୀ ଓ ପରମ୍ପରାକୁ ତା’ର ପ୍ରୋଗ୍ରାମ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ସର୍ବଦା ଚେଷ୍ଟା କରି ଆସିଛି। ଆସନ୍ତା ଜୁଲାଇ ୨୯ରୁ ପ୍ରସାରିତ ସମସ୍ତ ମେଗା ଧାରାବାହିକର କାହାଣୀରେ ଆସୁଛି ନୂଆ ମୋଡ଼ ଯାହା ସମ୍ପୂର୍ଣ୍ଣ ରୂପେ କାହାଣୀକୁ ଏକ ଭିନ୍ନ ଏକ ଦିଗ ଦେବା ସହ ଆହୁରି ରୋମାଞ୍ଚକ ମୋଡ଼କୁ ନେଇଯିବ। ସମସ୍ତ ମେଗା ଧାରାବାହିକର ମୁଖ୍ୟ ଚରିତ୍ରଙ୍କ ଜୀବନରେ ଏମିତି କିଛି ନୂଆ ମୋଡ଼ ଆସୁଛି ଯାହା କାହାଣୀର ଡ଼ୋରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଉଛି।

ଆସନ୍ତା ଜୁଲାଇ ୨୯ରୁ ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ରୁ ୯:୩୦ ପର୍ଯ୍ୟନ୍ତ ଯେଉଁ ୬ଟି ଲୋକପ୍ରିୟ ମେଗା ଧାରାବାହିକ ଚାଲିଛି ଯଥା ‘ସନ୍ଧ୍ୟା ରାଗିଣୀ’, ‘ମଧୁର ସଂସାର’, ‘ସୁନା ଝିଅ’, ‘ତୁମ ବିନା’, ‘ତୁ ଖରା ମୁଁ ଛାଇ’ ଓ ‘ଭାଗ୍ୟ ରେଖା’ ପରି ମେଗା ଧାରାବାହିକର ସମସ୍ତ କାହାଣୀରେ ଘଟିବ କିଛି ବଡ଼ ଘଟଣା, ଆସିବେ କିଛି ନୂଆ ଚରିତ୍ର ଓ ସମ୍ପର୍କରେ ଆସିବ ରୋମାଞ୍ଚକର ମୋଡ, ଯାହାକୁ ନେଇ କାହାଣୀ ଦ୍ରୁତ ଭାବରେ ଗତିଶୀଳ ହେବା ସହ ଦର୍ଶକଙ୍କୁ ବାନ୍ଧି ରଖିବ।

ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟୁଛି । ଏବେ କାହାଣୀରେ ରାଗିଣୀ ଓ ସଂଗୀତଙ୍କ ମନ ସହ ମନର ମିଳନ ହେବାକୁ ଯାଉଛି ଓ ଆଉ ଅନ୍ୟପଟେ ସନ୍ଧ୍ୟାର ହକି ଖେଳିବାର ସ୍ବପ୍ନ ସତ ହେବାକୁ ଯାଉଛି। ‘ମଧୁର ସଂସାର’ରେ ଦେଖିପାରିବେ ମଧୁ କିପରି ଏତେ ସାରା ପ୍ରତିକୂଳ ପରିସ୍ଥିତିରେ ତାର ଶାଶୁ ଓ ପରିବାର ଅନ୍ୟ ସଦସ୍ୟଙ୍କ ହାତ ଧରି ସଂସାର ରଥକୁ ଆଗକୁ ନେଉଛି।

ସେପଟେ ‘ସୁନା ଝିଅ’ରେ ପ୍ରିୟା, ବିଷ୍ଣୁଙ୍କ ଓ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ କାହାଣୀରେ ଦେଖିବେ କେମିତି ସମୟ ଭଉଁରୀରୁ ବିଷ୍ଣୁ କିପରି ପ୍ରିୟାକୁ ଆଣୁଛି ନିଜ ପରିବାର ପାଖକୁ ଯାହା କାହାଣୀରେ ଆଣିଛି ଏକ ଅନନ୍ୟ ପରିବର୍ତ୍ତନ। ମେଗା ଧାରାବାହିକ ‘ତୁମ ବିନା’ରେ ଦେଖିବେ ବିଧାତା କେମିତି ଅକ୍ଷୟ ଆଉ ଲକ୍ଷ୍ମୀଙ୍କୁ ପାଖକୁ ଆଣି ତାଙ୍କ ପ୍ରେମ କାହାଣୀ ଆଗକୁ ବଢ଼ାଉଛି ଓ ଆପଣଙ୍କ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଏବେ ଧରାପଡିବ ସବୁ ସତ ମିଛ ଆଉ କାହାଣୀରେ ଯୋଡି ହୋଇଥିବା ନୂଆ ଚେହେରା କେମିତି କାହାଣୀକୁ ରୋଚକ ମୋଡ଼କୁ ନେଉଛନ୍ତି। “ଭାଗ୍ୟରେଖା” ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀ।

ଏହି ସିରିଏଲରେ ଦେଖିବେ ଜୀବନର ଦୋଛକିରେ ଭାଗ୍ୟ ଓ ରେଖାଙ୍କ ଭାଗ୍ୟରେଖା କେମିତି ସେମାନଙ୍କ ପ୍ରେମ କାହାଣୀ କୁ ଆଗକୁ ବଢ଼ାଉଛି ଓ ଆଗକୁ ଆସିଥିବା ଆକସ୍ମିକ ବିପଦକୁ ଦୁଇଜଣ କିପରି ସାମନା କରୁଛନ୍ତି।

ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରିଥାଏ। ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ଆସନ୍ତା ଦିନରେ ଆମର ସମସ୍ତ ୬ଟି ଲୋକପ୍ରିୟ ମେଗା ଧାରାବାହିକର କାହାଣୀରେ କିଛି ନୂଆ ମୋଡ, କିଛି ନୂଆ ଚେହେରା ସହ କାହାଣୀର ଅଗ୍ରଗତି ପରିଲିକ୍ଷିତ କରିପାରିବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

ଜୀ ସାର୍ଥକ ଧାରାବାହିକ ମନୋରଞ୍ଜନ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଜ୍ୟପାଳ

January 8, 2026

ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

January 8, 2026

ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି

January 8, 2026

ରାଶିଫଳ: ଆଜି ଡିସେମ୍ବର ୮ ତାରିଖ ଗୁରୁବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

January 8, 2026
Latest News

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଜ୍ୟପାଳ

January 8, 2026

ଅଭିନବ ମଳବର୍ଜ୍ୟ ପରିଚାଳନା ମଡେଲ ନେଇ ରାଜ୍ୟମାନଙ୍କ ସହ ଜଳଶକ୍ତି ମନ୍ତ୍ରୀଙ୍କ ସମୀକ୍ଷା

January 8, 2026

ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

January 8, 2026

ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି

January 8, 2026

ରାଶିଫଳ: ଆଜି ଡିସେମ୍ବର ୮ ତାରିଖ ଗୁରୁବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.