Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାସ୍ତା ମଝିରେ ଓଲଟିଲା ଚୋରା କେନ୍ଦୁପତ୍ର ବୋଝେଇ ପିକଅପ
ଆଜିର ଖବର

ରାସ୍ତା ମଝିରେ ଓଲଟିଲା ଚୋରା କେନ୍ଦୁପତ୍ର ବୋଝେଇ ପିକଅପ

July 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ରାତି ଅଧରେ ପିକଅପ ଭ୍ୟାନ୍ ଗାଡ଼ିରେ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ଖବର ପାଇ ବନ ବିଭାଗ ପିଛା କରିଥିଲା। ଯାହା ପରେ ଦ୍ରୁତ ଗତିରେ ପଳାଉ ଥିବା ଚୋରା କେନ୍ଦୁପତ୍ର ବୋଝେଇ ପିକଅପ ଭାରସାମ୍ୟ ହରାଇ ନାକଟିଦେଉଳ ଠାରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ସୂଚନା ଅନୁସାରେ ଏକ ପିକଅପ ଭ୍ୟାନ ଗାଡ଼ିରେ ଚୋରା କେନ୍ଦୁପତ୍ର ରେଢ଼ାଖୋଲ ପଟରୁ ନାକଟିଦେଉଳ ପଟକୁ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ରେଢ଼ାଖୋଲ ବନ ବିଭାଗର କର୍ମଚାରୀ ମାନେ ଗୁରୁବାର ବିଳମ୍ବିତ ରାତ୍ରିରେ ପିଛା କରିଥିଲେ।

ତେବେ ଏହି ଚୋରା ଗାଡିଟି ରେଢ଼ାଖୋଲ- ଦେବଗଡ଼ ରାସ୍ତାରେ ଆସୁଥିବା ବେଳେ ଖବର ପାଇ ନାକଟିଦେଉଳ ବନ ବିଭାଗ ମଧ୍ୟ ତତ୍ପର ହୋଇ ଉଠିଥିଲା। ସମସ୍ତଙ୍କୁ ଚକମା ଦେଇ ଏହି ଚୋରା କେନ୍ଦୁପତ୍ର ବୋଝେଇ ଗାଡି ଦ୍ରୁତ ଗତିରେ ପଳାଉ ଥିବା ବେଳେ ନାକଟିଦେଉଳ ଘାସି ସାହି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଗାଡିକୁ ପିଛା କରୁଥିବା ବନ ବିଭାଗ କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଏହି ଦୁଇ ଜଣ ଚୋରା ବେପାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

ଏହି ଦୁର୍ଘଟଣାରେ ଚାଳକ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଦୁଇ ଜଣ ହେଲେ ପଶ୍ଚିମବଙ୍ଗ ହୁଗୁଳିର ଅଗ୍ନି ମଜୁମଦାର(୨୯) ଏବଂ ସୁମନ ଘୋଷ (୨୨)। ଆହତ ମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଇ ଦିଆଯାଇଥିବା ଜଣାପଡିଛି। ନାକଟିଦେଉଳ ବନ ବିଭାଗ ଦୁର୍ଘଟଣାଗ୍ରସ୍ତ ଚୋରା କେନ୍ଦୁପତ୍ର ବୋଝେଇ ଗାଡି ସହିତ ସମସ୍ତ କେନ୍ଦୁପତ୍ର ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ୩୭୮ ରନ୍ ଟାର୍ଗେଟ ଦେଲା ଭାରତ: ବୈଭବଙ୍କ ପରେ ଅନୁକୂଳଙ୍କ ବିସ୍ଫୋରକ ପାଳି

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

June 21, 2026

NEET ପୁନଃପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଆତ୍ମହତ୍ୟା କଲେ ୨୦ ବର୍ଷୀୟା ସାନା 

June 21, 2026

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ୧୧ ବଲରେ ଅର୍ଦ୍ଧଶତକ ମାରି ସୃଷ୍ଟି କଲେ ବିଶ୍ୱ ରେକର୍ଡ

June 21, 2026
Latest News

ଫାଇନାଲରେ ଶ୍ରୀଲଙ୍କାକୁ ୩୭୮ ରନ୍ ଟାର୍ଗେଟ ଦେଲା ଭାରତ: ବୈଭବଙ୍କ ପରେ ଅନୁକୂଳଙ୍କ ବିସ୍ଫୋରକ ପାଳି

June 21, 2026

ଟ୍ରମ୍ପଙ୍କ ଧମକକୁ ଖାତିର ନାହିଁ!: ରୁଷ ତୈଳ ଉପରେ କଟକଣା ସତ୍ତ୍ୱେ ରେକର୍ଡ ଆମଦାନୀ କଲା ଭାରତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

International Day of Yoga:କୋଲକାତାରେ ବହୁ ଅଭ୍ୟାସକାରୀଙ୍କ ଗହଣରେ ଯୋଗ କଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.