ରାତିରେ ଶୋଇଥିବା ବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା: କାରଣ ଅସ୍ପଷ୍ଟ

Published: Jul 28, 2024, 10:53 am IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ଶୋଇଥିବା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ କରୁଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପାଣ୍ଡୁରିଶିଲା ଗ୍ରାମର ଆବ୍ରାହମ କୁଜୁର (୩୫) ଓ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର (୨୫) ରାତିରେ ଖିଆପିଆ ସାରି ଶୋଇ ଥିଲେ। ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଶୋଇ ପଡ଼ିଥିଲେ। ଆବ୍ରାହମ ଘରର ବାହାର ବାରଣ୍ଡାରେ ଶୋଇ ଥିବା ବେଳେ ଝିଅ ଓ ପତ୍ନୀ ଭିତର ବାରଣ୍ଡାରେ ଶୋଇ ଥିଲେ। କିନ୍ତୁ ବଡ ଭାଇ ଓ ଭାଉଜ ଓ ବୁଢ଼ୀ ମା’ ଘରର ଅନ୍ୟ କୋଠରୀରେ ଶୋଇଥିଲେ।

ତଦନ୍ତରୁ ଯାହା ଜଣାପଡୁଛି ହତ୍ୟାକାରି ପ୍ରଥମେ ଆବ୍ରାହାମଙ୍କୁ କୌଣସି ମାରଣାସ୍ତ୍ରରେ ମୁଣ୍ଡ ଓ ବେକରେ ଆକ୍ରମଣ କରି ହତ୍ୟା କରିଥିଲା। ଏହା ପରେ ପତ୍ନୀ ଜାଣିପାରିବାରୁ ଜୀବନକୁ ବଞ୍ଚାଇବା ପାଇଁ ଖସିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଘର ଭିତରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅନୁମାନ କରାଯାଉଛି।

ମୃତକ କୁଆଁରୀର ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି।

ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି।

Related posts