Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଣ୍ଡିଆ ହାଉସ୍ ହେଉଛି ଭାରତର ଅଲିମ୍ପିକ୍ ଆକାଂକ୍ଷାର ପ୍ରତୀକ- ନୀତା ଅମ୍ବାନୀ
ଆଜିର ଖବର

ଇଣ୍ଡିଆ ହାଉସ୍ ହେଉଛି ଭାରତର ଅଲିମ୍ପିକ୍ ଆକାଂକ୍ଷାର ପ୍ରତୀକ- ନୀତା ଅମ୍ବାନୀ

July 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ / ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସର ବିଶାଳ ଉଦଘାଟନର ଗୋଟିଏ ଦିନ ପରେ ପ୍ୟାରିସରେ ଭାରତର ପ୍ରଥମ କଣ୍ଟ୍ରି ହାଉସ ଅର୍ଥାତ୍ ଇଣ୍ଡିଆ ହାଉସ୍ ଉଦଘାଟନ ହୋଇଛି। ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀ ପାରମ୍ପାରିକ ଭାରତୀୟ ଶୈଳୀରେ ଦୀପ ଜାଳି ଇଣ୍ଡିଆ ହାଉସର ଉଦଘାଟନ କରିଥିଲେ।

 ଏହି ଉଦ୍ଘାଟନୀ ସମାରୋହରେ ଭାରତ ତଥା ବିଦେଶର ବିଶିଷ୍ଟ ଅତିଥି, ଆଇଓସି ଅଧିକାରୀ ତଥା ଭାରତର ସେଲିବ୍ରିଟିମାନେ ଯୋଗ ଦେଇଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ରହିଥିଲେ ଆଇଓସି ସମିତି ସଦସ୍ୟ ସେର ମିଆଙ୍ଗ ଏନଜି, ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ପି ଟି ଉଷା, ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଜାଭେଦ୍ ଅଶରଫ, ବିସିସିଆଇର ସଚିବ ଜୟ ଶାହା ଏବଂ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନାଭ ବିନ୍ଦ୍ରା।

 ଏହି ଅବସରରେ ଆଇଓସି ସଦସ୍ୟା ନୀତା ଅମ୍ବାନୀ ଅଲିମ୍ପିକ୍ସକୁ ଭାରତକୁ ଆଣିବା ପାଇଁ ଓକିଲାତି କରିଥିଲେ, “ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ନିର୍ମିତ ଇଣ୍ଡିଆ ହାଉସକୁ ସ୍ୱାଗତ। ଆଜି ଆମେ ୨୦୨୪ ପ୍ୟାରିସ ଅଲିମ୍ପିକରେ ଏକ ନୂତନ ସ୍ୱପ୍ନ ଦେଖୁଛୁ, ଯାହା ୧୪୦ କୋଟି ଭାରତୀୟଙ୍କ ମଧ୍ୟ ସ୍ବପ୍ନ। ଭାରତକୁ ଅଲିମ୍ପିକ୍ସକୁ ଆଣିବା ଏବଂ ଅଲିମ୍ପିକ୍ସକୁ ଭାରତକୁ ନେବାର ଏକ ନୂଆ ସ୍ବପ୍ନ। ବର୍ତ୍ତମାନ ସମୟ ଆସିଛି ଏଥେନ୍ସରେ ପ୍ରଥମଥର ପ୍ରଜ୍ବଳିତ ହୋଇଥିବା ଅଲିମ୍ପିକ ଜ୍ୟୋତି ଆମର ପ୍ରାଚୀନ ଦେଶରେ ଭାରତରେ ପ୍ରଜ୍ବଳିତ ହେବାର। ଏବେ ସେହିଦିନ ଆଉ ବେଶୀ ଦୂର ନାହିଁ ଯେବେ ଭାରତରେ ଅଲିମ୍ପିକ ଆୟୋଜିତ ହେବ। ପ୍ୟାରିସରେ ଇଣ୍ଡିଆ ହାଉସର ଉଦଘାଟନ ଅବସରରେ ଏହା ଆମର ସାମୂହିକ ସଂକଳ୍ପ।

 ଇଣ୍ଡିଆ ହାଉସର ମହତ୍ତ୍ୱ ଉପରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି, “ଇଣ୍ଡିଆ ହାଉସକୁ ଭାରତର ଅଲିମ୍ପିକ୍ ଆକାଂକ୍ଷାର ପ୍ରତୀକ ଭାବରେ ଦେଖାଯାଏ। ଆମେ ଆଶା କରୁଛୁ ଏହା ଆମ ଆଥଲେଟମାନଙ୍କ ପାଇଁ ଘରଠାରୁ ଦୂରରେ ଏକ ଘର ହେବ, ଯେଉଁଠାରେ ଆମେ ସେମାନଙ୍କୁ ସମ୍ମାନ ଦେଇଥାଉ ଏବଂ ସେମାନଙ୍କ ସଫଳତାକୁ ପାଳନ କରିଥାଉ। ଇଣ୍ଡିଆ ହାଉସ୍ ଶେଷ ଲକ୍ଷ୍ୟ ନୁହେଁ, ଏହା ଭାରତ ପାଇଁ ଏକ ନୂତନ ଆରମ୍ଭ। ଆମେ ପ୍ୟାରିସର ହୃଦୟରେ ଇଣ୍ଡିଆ ହାଉସରେ ସାରା ବିଶ୍ୱକୁ ସ୍ୱାଗତ କରୁଛୁ।”

 ବଲିଉଡ ଗାୟକ ଶାନ ତାଙ୍କ ସୁମଧୁର ସଙ୍ଗୀତ ସହିତ ଇଣ୍ଡିଆ ହାଉସର ଉଦ୍ଘାଟନୀ ସମାରୋହକୁ ସ୍ୱତନ୍ତ୍ର କରିଥିଲେ। ଦର୍ଶକମାନେ ତାଙ୍କ ବଲିଉଡ ଗୀତରେ ମନଭରି ଝୁମି ଉଠିଥିଲେ। ଢୋଲ ବଜାଇ ପରିଦର୍ଶକମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ମୁମ୍ବାଇର ଦୃଷ୍ଟିବାଧିତ ପିଲାମାନେ ପାରମ୍ପରିକ ଭାରତୀୟ ଖେଳ ମାଲଖମ୍ବର ଚମତ୍କାର ପ୍ରଦର୍ଶନ କରିଥିଲେ। ଇଣ୍ଡିଆ ହାଉସ୍ ପାର୍କ ଅଫ୍ ନେସନ୍ସର ପାର୍କ ଦେ ଲା ଭିଲେଟରେ ଅବସ୍ଥିତ ଏବଂ ୨୭ ଜୁଲାଇରୁ ୧୧ ଅଗଷ୍ଟ ପର‌୍ୟ୍ୟନ୍ତ ଅଲିମ୍ପିକ୍ ଖେଳ ସମୟରେ ସ୍ଥାନୀୟ ସମୟ ଅନୁସାରେ ସକାଳ ୧୧ ଟାରୁ ୧୧ ଟା ପର‌୍ୟ୍ୟନ୍ତ ପରିଦର୍ଶକଙ୍କ ପାଇଁ ଖୋଲା ରହିବ।

India House Nita M Ambani Paris Olympic Reliance Foundation
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026
Latest News

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.