Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱାୟନାଡରେ ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ସଂସଦର ଉଭୟ ଗୃହରେ ବିତର୍କ
ଆଜିର ଖବର

ୱାୟନାଡରେ ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ସଂସଦର ଉଭୟ ଗୃହରେ ବିତର୍କ

July 31, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଧେୟକ
ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ସଦନରେ କେରଳର ୱାୟନାଡ ଠାରେ ଘଟିଥିବା ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଉଭୟ ଗୃହରେ ୱାୟନାଡର ଦୁଃଖଦ ଘଟଣା ଉପରେ ବକ୍ତବ୍ୟ ରଖି ଅମିତ ଶାହ ସମସ୍ତ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ସେ କହିଥିଲେ ଯେ ଏହି ବିପର୍ଯ୍ୟୟ ସମୟରେ ନରେନ୍ଦ୍ର ମୋଦୀ ସରକାର କେରଳବାସୀ ଓ କେରଳ ସରକାରଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ଶ୍ରୀ ଶାହ କହିଥିଲେ ଯେ ମୋଦୀ ସରକାର ୱାୟନାଡରେ ଉଦ୍ଧାର, ରିଲିଫ ଏବଂ ଥଇଥାନ ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ ବିପର୍ଯ୍ୟୟ ପ୍ରତି ଭାରତର ଏକ ଉଦ୍ଧାର – କେନ୍ଦ୍ରିତ ଆଭିମୁଖ୍ୟ ଥିଲା, କିନ୍ତୁ ୨୦୧୪ ପରେ ମୋଦୀ ସରକାର ଶୂନ୍ୟ କ୍ଷୟକ୍ଷତି ଆଭିମୁଖ୍ୟ ନେଇ ଆଗେଇ ଚାଲିଛନ୍ତି। କେନ୍ଦ୍ର ପକ୍ଷରୁ ପଠା ଯାଇଥିବା ସୂଚନା ଅନୁଯାୟୀ ଲୋକଙ୍କୁ ଠିକ୍ ସମୟରେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ । ଶ୍ରୀ ଶାହ କହିଥିଲେ ଯେ ଏହି ବିପର୍ଯ୍ୟୟ ସମୟରେ ଭାରତ ସରକାର ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାରର ଉଦ୍ୟମ କରିବାକୁ ଛାଡ଼ି ନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜେ କାର୍ଯ୍ୟର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ୱାୟନାଡରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ କ୍ରମାଗତ ଭାବେ ସଦ୍ୟତମ ସୂଚନା ନେଉଛନ୍ତି ।

ଏହା ପୂର୍ବରୁ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ବିପର୍ଯ୍ୟୟର ସାତ ଦିନ ପୂର୍ବରୁ ଜୁଲାଇ ୨୩ରେ କେନ୍ଦ୍ର ସରକାର କେରଳ ସରକାରଙ୍କୁ ଆଗୁଆ ଚେତାବନୀ ଦେଇଥିଲେ ଏବଂ ଏହା ପରେ ୨୦୨୪ ଜୁଲାଇ ୨୪ ଓ ୨୫ରେ ଆଗୁଆ ଚେତାବନୀ ମଧ୍ୟ ଦିଆଯାଇଥିଲା । ଜୁଲାଇ ୨୬ରେ କେରଳ ସରକାରଙ୍କୁ କୁହା ଯାଇଥିଲା ଯେ ୨୦ ସେଣ୍ଟିମିଟରରୁ ଅଧିକ ପ୍ରବଳ ବର୍ଷା ହେବ ଏବଂ ଭୂସ୍ଖଳନ ଯୋଗୁଁ ଧନ ଜୀବନ ହାନି ହେବାର ସମ୍ଭାବନା ରହିଛି । ସେ କହିଥିଲେ ଯେ ଯଦି ଅଭିଯୋଗ କରୁଥିବା ବ୍ୟକ୍ତିମାନେ ପ୍ରାରମ୍ଭିକ ଚେତାବନୀ ସମ୍ପର୍କରେ ଜାଣିଥାନ୍ତେ, ତେବେ ବର୍ତ୍ତମାନ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଅନେକ ରାଜ୍ୟ ସରକାର ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ବ୍ୟବହାର କରି ଶୂନ୍ୟ କିମ୍ବା ପ୍ରାୟ ଶୂନ୍ୟ ଜୀବନ ହାନି ବିପର୍ଯ୍ୟୟ ପରିଚାଳନା ରିପୋର୍ଟ କରିଛନ୍ତି । ଉଦାହରଣ ଭାବରେ ସେ ଓଡ଼ିଶା ଓ ଗୁଜରାଟର ଘଟଣାକୁ ଉପସ୍ଥାପିତ କରିଥିଲେ । ୭ ଦିନ ପୂର୍ବରୁ ଓଡ଼ିଶା ସରକାରଙ୍କୁ ବାତ୍ୟା ସତର୍କ ସୂଚନା ପଠା ଯାଇଥିବା ବେଳେ ମାତ୍ର ଜଣେ ମୃତାହତ ହୋଇଥିବା ସୂଚନା ମିଳିଛି । ସେ କହିଥିଲେ ଯେ ତିନି ଦିନ ପୂର୍ବରୁ ଗୁଜରାଟକୁ ସତର୍କ ସୂଚନା ପଠା ଯାଇଥିଲା ଏବଂ ସେଠାରେ ଗୋଟିଏ ବି ପ୍ରାଣୀ କ୍ଷତିଗ୍ରସ୍ତ ହୋଇନାହାନ୍ତି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ ମସିହାରୁ ଭାରତ ସରକାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଉପରେ ୨,୩୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ସମସ୍ତ ହିତଧାରକଙ୍କ ସହିତ ସତର୍କ ସୂଚନା ଆବଣ୍ଟନ କରାଯାଉଛି । ସେ କହିଥିଲେ ଯେ ଏକ ସପ୍ତାହ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ପଠା ଯାଇଥାଏ ଏବଂ ୱେବସାଇଟରେ ସମସ୍ତଙ୍କ ପାଇଁ ସୂଚନା ଉପଲବ୍ଧ ଅଛି ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବିଶ୍ୱର ସବୁଠାରୁ ଆଧୁନିକ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ସ୍ଥାପନ ପାଇଁ କାର୍ଯ୍ୟ କରାଯାଇଛି । ସେ କହିଥିଲେ ଯେ ୭ ଦିନ ପୂର୍ବରୁ ବିପର୍ଯ୍ୟୟର ପୂର୍ବାନୁମାନ କରିବାର କ୍ଷମତା ଥିବା ଶୀର୍ଷ ୪ – ୫ଟି ଦେଶ ମଧ୍ୟରେ ଭାରତ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଅଧିକାଂଶ ଦେଶରେ ମାତ୍ର ତିନି ଦିନ ପୂର୍ବରୁ ଏଭଳି ପୂର୍ବାନୁମାନ କରିବାର କ୍ଷମତା ରହିଛି ।

ବର୍ଷା, ଝଡ଼, ବାତ୍ୟା, ଗ୍ରୀଷ୍ମ ପ୍ରବାହ, ଶୀତ ଲହରୀ, ସୁନାମି, ଭୂମିକମ୍ପ, ଭୂସ୍ଖଳନ ଏବଂ ଏପରିକି ବଜ୍ରପାତର ରିପୋର୍ଟ କରିବା ପାଇଁ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ଯଦି ବିରୋଧୀମାନେ ପ୍ରକୃତରେ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ବିଷୟରେ ସଚେତନ ନୁହନ୍ତି, ତେବେ ଏହା ଏକ ଉତ୍ତମ ପରିସ୍ଥିତି ନୁହେଁ, କିନ୍ତୁ ଯଦି ଏ ବିଷୟ ସେମାନଙ୍କୁ ଜଣା ଅଛି ଏବଂ ସେମାନେ ଏହା କେବଳ ରାଜନୀତି ପାଇଁ କରୁଛନ୍ତି, ତା’ହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଅନେକ ରାଜ୍ୟ ଏହାକୁ ବ୍ୟବହାର କରିଛନ୍ତି ଏବଂ ଅନୁକୂଳ ଫଳାଫଳ ପାଇଛନ୍ତି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ତାଙ୍କ ଅନୁମୋଦନ କ୍ରମେ ବିପର୍ଯ୍ୟୟ ଆଶଙ୍କାରେ ଭାରତ ସରକାର ୨୦୨୪ ଜୁଲାଇ ୨୩ ତାରିଖରେ ୯ଟି ଏନଡିଆରଏଫ ଦଳଙ୍କୁ ହେଲିକପ୍ଟର ଯୋଗେ କେରଳକୁ ପଠାଇଥିଲେ । କେରଳ ସରକାର ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାରେ କାହିଁକି ବିଫଳ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି କେରଳ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥାନ୍ତେ, ତେବେ ଅନେକ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କହିବା ସହିତ ସେ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ ।

ଶ୍ରୀ ଅମିତ ଶାହ କହିଥିଲେ ଯେ ରାଜ୍ୟଗୁଡ଼ିକ ନିଜ ଇଚ୍ଛାରେ ଏସଡିଆରଏଫରୁ ୧୦ ପ୍ରତିଶତ ପାଣ୍ଠି ପ୍ରଦାନ କରି ପାରିବେ ଏବଂ କେନ୍ଦ୍ରର ବିନା ଅନୁମୋଦନରେ ନିର୍ଦ୍ଧାରିତ ମାର୍ଗଦର୍ଶିକା ପାଳନ କରି ୧୦୦ ପ୍ରତିଶତ ଅର୍ଥ ବ୍ୟବହାର କରି ପାରିବେ । ୨୦୧୪ରୁ ୨୦୨୪ ମଧ୍ୟରେ ପଶ୍ଚିମବଙ୍ଗ ପାଇଁ ୬୨୪୪ କୋଟି ଟଙ୍କା ମଞ୍ଜୁର ହୋଇଛି । ସେଥି ମଧ୍ୟରୁ ୪,୬୧୯ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ୨୦୨୪ ଜୁଲାଇ ୨୩ ତାରିଖରେ ପଠା ଯାଇଥିବା ଏନଡିଆରଏଫର ୯ଟି ବାଟାଲିୟନ ବ୍ୟତୀତ ଗତକାଲି ଆଉ ୩ଟି ବାଟାଲିୟନ ପଠାଯାଇଛି । କେରଳ ସରକାର ଓ ଲୋକଙ୍କ ସହ ଠିଆ ହେବାର ଏହା ସମୟ ବୋଲି ସେ କହିଥିଲେ । ଏହି ସଙ୍କଟ ସମୟରେ ନରେନ୍ଦ୍ର ମୋଦୀ ସରକାର କେରଳବାସୀ ଓ ସରକାରଙ୍କ ସହ ଦୃଢ଼ତାର ସହ ଠିଆ ହେବେ ବୋଲି ଶ୍ରୀ ଶାହ ଦୋହରାଇଥିଲେ ।

*****

SSP

 

 

 

amit shah kerala landslide loksabha parliament rajyasabha wayanada
Share. Facebook Twitter LinkedIn Email WhatsApp Copy Link

Related Posts

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.