Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲ୍ଲାରେ ଭୂସ୍ଖଳନ ହେତୁ ପ୍ରାୟ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା ଜାନ ଏହି ଘଟଣା ସମ୍ପର୍କରେ ଦେଇ କହିଛନ୍ତି ଯେ, ପ୍ରବଳ ବର୍ଷା ହେତୁ ନୁରଗାରାମ ଜିଲ୍ଲାର ନକରାହ ଗ୍ରାମରେ ଅପାହାଡ ଧସିଯାଇଛି। ଏହା ଯୋଗୁଁ ଜନସାଧାରଣଙ୍କ ବ୍ୟାପକ ଧନହାନି ହୋଇଛି। ପ୍ରାୟ ୧୫ ରୁ ୨୦ ଘର ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

କେରଳରେ ପ୍ରବଳ ବର୍ଷାରୁ ଭୂସ୍ଖଳନ ଘଟି 5 ମୃତ

ଥିରୁଅନନ୍ତପୁରମ : କେରଳରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟି 5 ଜଣଙ୍କର ମୃ୍ତ୍ୟୁ ଘଟିଛି । କେରଳର ଇଡୁକୀ ଜିଲ୍ଲାରେ ଶୁକ୍ରବାର ସକାଳୁ ଏହି ଘଟଣା ଘଟିଛି । ମୁନ୍ନାରରୁ 25 କିମି ଦୂର ରାଜମଲାଇ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଭୂସ୍ଖଳନରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ଉକ୍ତ ଅଞ୍ଚଳରେ ଏନଡ଼ିଆରଏଫ ର ଦୁଇଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିବା ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 10 ଜଣଙ୍କୁ କାଦୁଅ ମଧ୍ୟରୁ ଉଦ୍ଧାର କରାଯାଇଛି । ଏହା ସହିତ ଉଦ୍ଧାର କାର୍ଯ୍ୟ ଲାଗି ବାୟୁସେନାର ହେଲିକପ୍ଟର ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଆସାମର ବାରାକ୍‌ ଉପତ୍ୟାକାରେ ଧସିଲା ମାଟି ଅତଡା : 20 ଜଣଙ୍କ ପ୍ରାଣହାନି

ଦିସ୍‌ପୁର : ଆସାମରେ ଏକ ଅଭାବନୀୟ ଘଟଣାରେ 20 ଜଣ ପ୍ରାଣ ହରାଇଛନ୍ତି । ଆସାମର ତିନି ଜିଲ୍ଲାର ବାରାକ୍‌ ଉପତ୍ୟାକାରେ ଭୂସ୍ଖଳନ ଘଟି 20 ଜଣଙ୍କ ପ୍ରାଣହାନି ଘଟିଛି । ବନ୍ୟା କାରଣରୁ ଆସାମରେ ମଙ୍ଗଳବାର ଏହି ଭୂସ୍ଖଳନ ଘଟିଛି । ବିଗତ କିଛି ଦିନ ଧରି ବର୍ଷା କାରଣରୁ ଏହି ଭୁସ୍ଖଳନ ଘଟିଛି । କରିମଗଞ୍ଜ ଜିଲ୍ଲାରେ 6 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ , ଚହର ଏବଂ ହାଇଲାକଣ୍ଡି ଜିଲ୍ଲାରେ 7 ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟାନ୍ୟ କାରଣରୁ 9 ଜଣ ଲୋକଙ୍କ ପ୍ରାଣ ହାନି ଘଟିଥିବା ବେଳେ 7ଟି ଜିଲ୍ଲାର 356 ଗ୍ରାମର ଲକ୍ଷାଧିକ ଲୋକ ବନ୍ୟାଦ୍ବାରା ପ୍ରଭାବିତ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଏହି ବନ୍ୟାରେ 2678 ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ 44 ହଜାର ଗୃହ ପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । (ଏଜେନ୍ସି)