ଆସାମର ବାରାକ୍‌ ଉପତ୍ୟାକାରେ ଧସିଲା ମାଟି ଅତଡା : 20 ଜଣଙ୍କ ପ୍ରାଣହାନି

Published: Jun 2, 2020, 4:31 pm IST

ଦିସ୍‌ପୁର : ଆସାମରେ ଏକ ଅଭାବନୀୟ ଘଟଣାରେ 20 ଜଣ ପ୍ରାଣ ହରାଇଛନ୍ତି । ଆସାମର ତିନି ଜିଲ୍ଲାର ବାରାକ୍‌ ଉପତ୍ୟାକାରେ ଭୂସ୍ଖଳନ ଘଟି 20 ଜଣଙ୍କ ପ୍ରାଣହାନି ଘଟିଛି । ବନ୍ୟା କାରଣରୁ ଆସାମରେ ମଙ୍ଗଳବାର ଏହି ଭୂସ୍ଖଳନ ଘଟିଛି । ବିଗତ କିଛି ଦିନ ଧରି ବର୍ଷା କାରଣରୁ ଏହି ଭୁସ୍ଖଳନ ଘଟିଛି । କରିମଗଞ୍ଜ ଜିଲ୍ଲାରେ 6 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ , ଚହର ଏବଂ ହାଇଲାକଣ୍ଡି ଜିଲ୍ଲାରେ 7 ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟାନ୍ୟ କାରଣରୁ 9 ଜଣ ଲୋକଙ୍କ ପ୍ରାଣ ହାନି ଘଟିଥିବା ବେଳେ 7ଟି ଜିଲ୍ଲାର 356 ଗ୍ରାମର ଲକ୍ଷାଧିକ ଲୋକ ବନ୍ୟାଦ୍ବାରା ପ୍ରଭାବିତ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଏହି ବନ୍ୟାରେ 2678 ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ 44 ହଜାର ଗୃହ ପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । (ଏଜେନ୍ସି)

Related posts