Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ବାଚସ୍ପତି ଓ ପ୍ରତିନିଧିଦଳ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ବାଚସ୍ପତି ଓ ପ୍ରତିନିଧିଦଳ

August 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାପାନ ପ୍ରତିନିଧି ସଭାର ବାଚସ୍ପତି ନୁକାଗା ଫୁକୁଶିରୋ, ଜାପାନ ସଂସଦର ସଦସ୍ୟଙ୍କ ସହ ପ୍ରତିନିଧି ଦଳ, ଜାପାନୀ କମ୍ପାନୀର ବ୍ୟାବସାୟିକ ପ୍ରତିନିଧିମାନଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି। ଏହି ସାକ୍ଷାତକାରରେ ଭାରତ-ଜାପାନ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଏବଂ ବୈଶ୍ୱିକ ସହଯୋଗକୁ ଗୁରୁତ୍ୱ ଦିଆଯାଇଛି । ଦୁଇ ଦେଶର ଜନସାଧାରଣଙ୍କ ପାରସ୍ପରିକ ସ୍ୱାର୍ଥ ଥିବା କ୍ଷେତ୍ର ଏବଂ ମତବିନିମୟ, ଏଥିସହ ସଂସଦୀୟ ମତବିନିମୟର ଗୁରୁତ୍ୱକୁ ଏଥିରେ ଉଲ୍ଲେଖ କରାଯାଇଛି।

୨୦୨୨-୨୭ ମଧ୍ୟରେ ଭାରତ ଓ ଜାପାନ ମଧ୍ୟରେ ୫ ଟ୍ରିଲିଅନ ଜାପାନୀଜ୍ ୟେନ୍ କାରବାରର ଲକ୍ଷ୍ୟ ହାସ ଦିଗରେ ହୋଇଥିବା ଅଗ୍ରଗତିରେ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ । ୨୦୨୭ ପରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଓ ଆର୍ଥିକ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିବା ପାଇଁ ରାସ୍ତା

ବାହାର କରିବାକୁ ମଧ୍ୟ ଆଲୋଚନା ହୋଇଥିଲା । ସେମି କଣ୍ଡକ୍ଟର, ଇଭି, ଗ୍ରୀନ୍ ଏବଂ କ୍ଲିକ ଏନର୍ଜି ଭଳି ଆଧୁନିକ କ୍ଷେତ୍ର ଏବଂ ପାରମ୍ପରିକ ନିର୍ମାଣ କ୍ଷେତ୍ର (ମଞ୍ଜୁକୁରି)ରେ କିପରି ସହଯୋଗ ବୃଦ୍ଧି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପକୁ ସଫଳତାର ସହ ଠିକ୍ ସମୟରେ ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

ଭାରତ ଓ ଜାପାନର ପରବର୍ତ୍ତୀ ପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ସକାଶେ ମଧ୍ୟ ଶ୍ରୀ ନୁକାଗା ପ୍ରସ୍ତାବ ଦେଇଥିଲେ । ଜାପାନୀ ଭାଷା, ସଂସ୍କୃତି, କାର୍ଯ୍ୟପ୍ରଣାଳୀ ସହ ବିଭିନ୍ନ ପ୍ରକାର ବ୍ୟବସାୟ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟରେ ବେସରକାରୀ କ୍ଷେତ୍ରର ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ଦିନରେ ଏହି ରିସୋର୍ସ ପର୍ସନ ମାନେ ଦୁଇ ଦେଶ ସମ୍ପର୍କରେ ସେତୁ ସଦୃଶ କାମ କରିବେ ।

ଭାରତକୁ ଜାପାନରୁ ଅଧିକରୁ ଅଧିକ ନିବେଶ ଏବଂ ପ୍ରଯୁକ୍ତି ବିଦ୍ୟା ଆସିବା ଦିଗରେ ବ୍ୟବସାୟିକ ଅନୁକୂଳ ପରିବେଶ ସୃଷ୍ଟି ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ସହଯୋଗ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

india japan narendra modi ଜାପାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Latest News

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.