Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନକଲି ତରଳ ୟୁରିଆ ରାକେଟ ପର୍ଦ୍ଦାଫାଶ କଲ ଖୋର୍ଦ୍ଧା ପୋଲିସ: ଜଗତପୁରରେ ଫ୍ୟାକ୍ଟ୍ରି, ଖୋର୍ଦ୍ଧାରେ ଡିପୋ
ଆଜିର ଖବର

ନକଲି ତରଳ ୟୁରିଆ ରାକେଟ ପର୍ଦ୍ଦାଫାଶ କଲ ଖୋର୍ଦ୍ଧା ପୋଲିସ: ଜଗତପୁରରେ ଫ୍ୟାକ୍ଟ୍ରି, ଖୋର୍ଦ୍ଧାରେ ଡିପୋ

August 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଦର୍ଶ ଥାନ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ତୋଟାପଡା ଛକଠାରେ ବେଧଡକ ଚାଲିଛି ନକଲି ତରଳ ୟୁରିଆ ବେପାର। ବିଏସ-୪ ଓ ୬ ଗାଡିରେ ପରିବେଶ ପ୍ରଦୁଷଣ ନିୟନ୍ତ୍ରଣ ନିମନ୍ତେ ଏହାକୁ ବ୍ୟବହାର କରାଯାଏ। ଆଉ ଏହି ନକଲି ତରଳ ୟୁରିଆ କଟକରୁ ଆସୁଥିବାବେଳେ ତୋଟାପଡାରେ ଦୀର୍ଘଦିନ ହେବ ଚାଲିଛି ଏହି ବେପାର। ଫଳରେ ଚୋରା ବେପାରୀ ମାଲେ ମାଲ ହେଉଛନ୍ତି। ଏନେଇ କମ୍ପାନୀ କର୍ତ୍ତୁପକ୍ଷଙ୍କ ଅଭିଯୋଗ ଉପରେ ଆଦର୍ଶଥାନା ପୁଲିସ ତୋଟାପଡା ଛକରେ ଚଢଉ କରି ବିପୁଳ ପରିମାଣର ନକଲି ତରଳ ୟୁରିଆ ଜବତ କରିଥିବାବେଳେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ସୂଚନା ଯୋଗ୍ୟ, ନକଲି ସାମଗ୍ରୀ ଧରପଗଡରେ କଟକ ପ୍ରତ୍ୟେକ ସମୟରେ ଚର୍ଚ୍ଚାରେ ରହୁଥିବାବେଳେ ଏବେ ପୁଣି ନକଲି ତରଳ ୟୁରିଆ ଜଗତପୁରରୁ ଖୋର୍ଦ୍ଧା ଛଡାଯାଉଛି। କେତେକ କମ୍ପାନୀର ନାମକୁ ବ୍ୟବହାର କରି ଏହି ୟୁରିଆ ବକେଟରେ ଛପା ଯାଇଥିବା ଦେଖାଯାଇଛି।

ବିଏସ-୪ ଓ ବିଏସ-୬ ଗାଡିରେ ପରିବେଶ ପ୍ରଦୁଷଣ ମୁକ୍ତ ପାଇଁ ତରଳ ୟୁରିଆ ବ୍ୟବହାର କରାଯାଏ। ଏହା ବିଶେଷତଃ ଟାଟା ମୋଟୋର, ଅଶୋକ ଲେଲାଣ୍ଡ, ଆଇଚର ଭାରତ ବେଞ୍ଜ ପ୍ରଭୃତି ଗାଡି ଗୁଡିକରେ ବ୍ୟବହାର କରାଯାଉଛି। ଏହି ତରଳ ୟୁରିଆର ବହୁଳ ବ୍ୟବହାର ଯୋଗୁ କିଛି ବେପାରୀ ଏହାକୁ କଳାବଜାରୀ କରିବାକୁ ଆଗେଇ ଆସିଛନ୍ତି। ତୋଟାପଡା ଛକରେ ବିଗତ ଦୁଇବର୍ଷ ଏହି ବେପାର ୨୦ରୁ ଉଦ୍ଧ୍ୱର୍ ଚାହା ଦୋକାନ କରୁଛନ୍ତି। ଯେଉଁଥିରେ ୧୬ନଂ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଗୁଡିକ କମ ମୂଲ୍ୟ ରେ ମିଳୁଥିବାରୁ ଡ୍ରାଇଭରମାନେ ଏହାକୁ ବ୍ୟବହାର କରୁଛନ୍ତି।

ଶୁକ୍ରବାର ଟାଟା କମ୍ପାନୀ ର ଅସଲି ତରଳ ୟୁରିଆ ବକେଟ (୨୦ଲିଟର) ପ୍ରତି ୧୪ଶହ, ଅଶୋକ ଲେଲାଣ୍ଡ କମ୍ପାନୀର ବକେଟ ପ୍ରତି ୧୩୯୦ଟଙ୍କା ଓ ଆଇଚର କମ୍ପାନୀର ବକେଟ ପ୍ରତି ୧୨୯୦ଟଙ୍କା ଏମଆରପି ରହିଛି। ଯଦିଓ ଏହି ଏମଆରପି ରେ ପରିବର୍ତ ମାଓ କିମ୍ବା ଦୁଇାସ ବ୍ୟବଧାନରେ କରାଯାଉଛି। ତଥାପି ରେଟ ପାଖାପାଖି ରହୁଛି। ଖୋର୍ଦ୍ଧା ତୋଟାପଡା ଛକରେ ଏହି ଅସଲି ତରଳ ୟୁରିଆ ଡିଲର ପଏଁଟ ୨/୩ଟି ରହିଛି। ଏଠାରେ ଗ୍ରାହକମାନେ ଜିଏସଟି ବିଲ ସହ କିଣୁଛନ୍ତି। କିନ୍ତୁ ଏହାଠୁ କମ ମୂଲ୍ୟରେ ଅର୍ଥାତ ନକଲି ତରଳ ୟୁରିଆ ଏନେଇ କମ୍ପାନୀ କର୍ତୁପକ୍ଷ ଅଭିଯୋଗ କରିବାରେ ପୁଲିସ ଏହାକୁ ଗୁରୁତର ସହ ଗ୍ରହଣ କରିଛି। ଦଫା ୩୧୮(୪), ୩୪୭(୧), ୩୪୯ ବିଏନଏସ ଏବଂ କପିରାଇଟ ଆକ୍ଟ ୬୩ ଓ ୬୫ରେ ୨୯୦/୨୪ରେ ଏକ ମାମଲା ଆଦର୍ଶଥାନା ପୁଲିସ କରିଛି।

ଏସଡିପିଓ ଦିଲିପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ୩ଟି ଟିମ ଗଠନ କରାଯାଇ ତୋଟାପଡା ଛକରେ ଚଢଉ କରାଯାଇଛି। ଏଥିରେ କମ୍ପାନୀର ସ୍ୱତନ୍ତ୍ର ଟିମ ମଧ୍ୟ ଯାଂଚ ପାଇଁ ସାମିଲ ହୋଇଥିଲେ। ଥାନା ଅଧିକାରୀ ସଞ୍ଜୟ ନାୟକଙ୍କ ନେତୃତ୍ୱରେ ଚଢଉ ହୋଇଥିବାବେଳେ ତୋଟାପଡାର ବିଭିନ୍ନ ଚା’ ଦୋକାନରୁ ଏକ ଡାଲା ଅଟୋରେ ୬୫ ବକେଟ ନକଲି ତରଳ ୟୁରିଆ ପୁଲିସ ଜବତ କରିଛି। ଯାହା ୧୨ଶହ ଲିଟରରୁ ଉର୍ଦ୍ଧ୍ଵ ହେବ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି। ଯାହା ୮୦ହଜାର ରୁ ଉଦ୍ଧ୍ୱର୍ ମୂଲ୍ୟର ହେବ ବୋଲି କୁହାଯାଇଛି।

ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ କଟକ ଜଗତପୁର ଯାଇ ଏହି ଫ୍ୟାକ୍ଟ୍ରି ଠାବ କରି ସେଠାରୁ ବିପୁଳ ପରିମାଣର ନକଲି ତରଳ ୟୁରିଆ ଜବତ କରିବା ସହ ଲୋଗୋ, ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରିଛି। ଏହି ରାକେଟ ର ଚେର କୁଆଡେ କୁଆଡେ ଯାଇଛି ତାହା କୁ ମଧ୍ୟ ପୋଲିସ ତଦନ୍ତ କରୁଛି।

ଆଦର୍ଶ ଥାନ ଖୋର୍ଦ୍ଧା ଜଗତପୁର ନକଲି ତରଳ ୟୁରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.