Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ବାସଗୃହ ଏବଂ କୁମାର ପାଠାଗାରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ବାସଗୃହ ଏବଂ କୁମାର ପାଠାଗାରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆଇନ ମନ୍ତ୍ରୀ

August 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ନିଆଁଖୁଣ୍ଟା ଭାବରେ ପରିଚିତ କୁମାରାଙ୍ଗ ଗ୍ରାମରେ ଥିବା ଗୋଦାବରୀଶ ମହାପାତ୍ରଙ୍କ ବାସଗୃହ ଏବଂ କୁମାର ପାଠାଗାରର ପୁନଃରୁଦ୍ଧାର ପାଇଁ ରବିବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସରପଞ୍ଚ ସରୋଜିନୀ ପ୍ରଧାନ, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଡି ପଦ୍ମନାଭ ଡୋରା ଉପସ୍ଥିତ ଥିଲେ। ସ୍ବର୍ଗତ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ପରେ ଏକ ସଭାରେ ନିଆଁଖୁଣ୍ଟାଙ୍କ ଜୀବନୀ ସହ କାଳଜୟୀ କବିତା ଉଠକଙ୍କାଳ, ଛିଡ଼ୁ ଶୃଙ୍ଖଳ କବିତାର ଅବତାରଣା କରିଥିଲେ ଶ୍ରୀଯୁକ୍ତ ହରିଚନ୍ଦନ।

ପ୍ରକାଶ ଥାଉକି ପୂର୍ବ ସରକାର ଓଡିଶାର ବରପୁତ୍ରମାନଙ୍କ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମ ଭାବେ ଘୋଷଣା କରିବା ସହ ଏହାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ବାଣପୁର ମାଟିର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମରେ ସାମିଲ ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗତବର୍ଷ ଫେବୃଆରୀ ମାସରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ସହ ଜିଲ୍ଲା ସଂକୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କୁମାରାଙ୍ଗ ଗସ୍ତରେ ଆସି ୨୦ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ପ୍ରକାଶ କରିଥିଲେ। ବାସଗୃହ ଏବଂ ପାଠାଗାରର କେଉଁଭଳି ରୂପରେଖ ବଦଳିବ ତାହାର ବିସ୍ତୃତ ବିବରଣୀ ବିଡ଼ିଓ ଓ ତହସିଲଦାର ଦେବା ପରେ ଆଜି ତାହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ଗୋଦାବରୀଶ ମହାପାତ୍ରଙ୍କ ବାସଗୃହକୁ ଯାଇ ତାଙ୍କ ପରିବାରବର୍ଗ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସ୍ବର୍ଗତ କବି ଶ୍ରୀ ମହାପାତ୍ରଙ୍କ ଘର ମରାମତି, କୁମାର ପାଠାଗାରକୁ ନବୀକରଣ, ଗ୍ରାମରେ ନିଆଁଖୁଣ୍ଟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଗ୍ରାମରେ ବରପୁତ୍ରଙ୍କ ସୂଚନା ଫଳକ ସ୍ଥାପନ, ନିଆଁଖୁଣ୍ଟାଙ୍କ ବିଭିନ୍ନ କାଳଜୟୀ କବିତା ଗୁଡ଼ିକକୁ ନେଇ ଏକ ଚିତ୍ରଣ ସ୍ତମ୍ଭ ସ୍ଥାପନ ଏବଂ ନିଆଁଖୁଣ୍ଟାଙ୍କ ଜନ୍ମ ଏବଂ ଶ୍ରାଦ୍ଧ ବାର୍ଷିକୀକୁ ଆଡମ୍ବର ସହକାରେ ପାଳନ ଆଦି କରାଯିବ ବୋଲି ତଥ୍ୟ ପ୍ରକାଶ ପାଇଛି। ଯେଉଁଥିପାଇଁ ସଂସ୍କୃତି ବିଭାଗ ତରଫରୁ ୨୦ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି ବୋଲି ବିଡ଼ିଓ ଶୀତଲ ଅଗ୍ରୱାଲ କହିଛନ୍ତି।

ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କୁମାରାଙ୍ଗ ଗ୍ରାମବାସୀଙ୍କ ସମେତ ଅଂଚଳର ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ ଯୋଗ ଦେଇଥିଲେ।

ଓଡ଼ିଶାର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର ପୃଥ୍ୱୀରାଜ ହରିଚନ୍ଦନ ଭିତ୍ତିପ୍ରସ୍ତର ସ୍ଥାପନ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ରୁଷ-ୟୁକ୍ରେନ ଯୁଦ୍ଧ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ରଖିଲେ ଏହି ବଡ଼ ସର୍ତ୍ତ

July 20, 2025
Latest News

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ରୁଷ-ୟୁକ୍ରେନ ଯୁଦ୍ଧ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ରଖିଲେ ଏହି ବଡ଼ ସର୍ତ୍ତ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.