Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁର୍ବେଦର ଉତ୍କର୍ଷତା ପାଇଁ ଚରକ ଜୟନ୍ତୀରେ ଶପଥ ନେଲେ ଛାତ୍ରଛାତ୍ରୀ
ଆଜିର ଖବର

ଆୟୁର୍ବେଦର ଉତ୍କର୍ଷତା ପାଇଁ ଚରକ ଜୟନ୍ତୀରେ ଶପଥ ନେଲେ ଛାତ୍ରଛାତ୍ରୀ

August 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁର୍ବେଦର ଉତ୍କର୍ଷତା ପାଇଁ ଚରକ ଜୟନ୍ତୀରେ ଶପଥ ନେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆୟୁର୍ବେଦ ର ମୁଖ୍ୟ ଏବଂ ବୃହତ୍ତମ ଚିକିତ୍ସା ଗ୍ରନ୍ଥ ଚରକ ସଂହିତା ର ପ୍ରଣେତା ତଥା ମହାନ ଭାଷ୍ୟକାର ମହର୍ଷି ଚରକ ଜୟନ୍ତୀ ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଦୁଇଦିନ ଧରି ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ରଙ୍ଗୋଲି, କୁଇଜ, ଆଲୋଚନା ଚକ୍ର, ସମ୍ଭାଷଣ, ସାଧାରଣ ସଭା ଆଦି ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ଆୟୁର୍ବେଦିକ ମେଡ଼ିକାଲ ଛାତ୍ର ସଂଘର ସଭାପତି ଡା ପବିତ୍ର ଚଅର, ସମ୍ପାଦକସୁବ୍ରତ କୁମାର ସାମଲ ଏହି ଦିବସର ତାତ୍ପଯ୍ୟ ଦୃଷ୍ଟି ରୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରକାର ଆୟୁର୍ବେଦ କୁ ଉତ୍ସାହିତ କରିବା ଭଳି ଯୋଜନା କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ନିରୁସ୍ଛାହିତ ହୋଇଛନ୍ତି ବୋଲି ଏକ ବିବୃତି ରେ ରାଜ୍ୟ ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ସଚିବ, ଆୟୁଷ ନିର୍ଦେଶକ ଙ୍କୁ ଜଣାଇଛନ୍ତି। ବିଭିନ୍ନ ରାଜ୍ୟରେ ଏହି ଦିବସରେ ଆୟୁର୍ବେଦିକ କୁ ଉତ୍ସାହିତ କରିବା ପାଇଁ ସରକାରୀ ଯୋଜନା, ଚିକିତ୍ସା ଉପକରଣ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନ କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ତାହା ହୋଇପାରି ନାହିଁ।

ନୂତନ ସରକାର ଙ୍କ ଠାରୁ ଆୟୁର୍ବେଦିକ ସମ୍ଭାବନା ଛାତ୍ରଛାତ୍ରୀ ନେ ଆଶା କରୁଥିବା ବେଳେ ତାର ଅନିଶ୍ଚିତତା ଦେଖାଦେଇଛି ବୋଲି ସେମାନେ ପ୍ରକାଶ କରି ଚିନ୍ତା ପ୍ରକଟ କରିଛନ୍ତି।ରାଜ୍ୟ ରେ ଶାଶ୍ୱତ ଆୟୁର୍ବେଦିକ ଚିକିତ୍ସା ଓ ଶିକ୍ଷା ର ଅଧପତନ ଦେଖାଦେଇଛି ବୋଲି ସେମାନେ ଅଭିଯୋଗ କରି ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ର ର ଉତ୍କର୍ଷତା ବୃଦ୍ଧି ପାଇଁ ସେମାନେ ଆଜି ଶପଥଗ୍ରହଣ କରିବା ସହ ଆସନ୍ତା ଦିନରେ ସଂଗଠିତ ଭାବେ ଏହାର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି ଆହ୍ୱାନ ଦେଇଛନ୍ତି।

ଏହାକୁ ମଧ୍ୟ ଅଲ୍ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟସ ଆସୋସିଏସନ୍ ର ସଭାପତି ଡ଼ା ଶୁଭେନ୍ଦୁ କୁମାର ସାହୁ ,ଉପସଭାପତି ଡ଼ା ନଚିକେତା ଗୁପ୍ତା,ଗଣମାଧ୍ୟମ ସଂଯୋଜକ ଡ଼ା ସୌରଭ୍ ମହାରଣା ବିରୋଧ କରିବା ସହ ଏକ ସ୍ମାରକ ପତ୍ର ଆୟୁଷ ନିର୍ଦ୍ଦେଶକ ଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦେବା ସହ ଆସନ୍ତା ଦିନରେ ଆୟୁଷ ର ସମୃଦ୍ଧି ନିମନ୍ତେ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Latest News

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.