Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ସିଂହ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ବିଶ୍ୱ ସିଂହ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ବିଶ୍ୱ ସିଂହ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଂହ ସଂରକ୍ଷଣ ଏବଂ ସୁରକ୍ଷା କାର୍ଯ୍ୟରେ ଜଡିତ ସମସ୍ତଙ୍କୁ ସାବାସୀ ଦେଇଛନ୍ତି। ଶ୍ରୀ ମୋଦୀ ଫେବୃଆରୀ ୨୦୨୪ରେ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଉପରେ ଆଲୋକପାତ କରିଛନ୍ତି, ଯାହା ବଡ ବିଲେଇମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି। ଏହି ଅବସରରେ ସମଗ୍ର ବିଶ୍ୱରୁ ମିଳିଥିବା ଉତ୍ସାହଜନକ ପ୍ରତିକ୍ରିୟାରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ବନ୍ୟଜନ୍ତୁ ପ୍ରେମୀଙ୍କୁ ଗିର ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ଏବଂ ଗୁଜରାଟର ଲୋକମାନଙ୍କର ଅତିଥ୍ୟ ଗ୍ରହଣ କରିବା ସହ ସିଂହର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଜାଣିବାକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି।

ଏକ୍ସରେ ଏକ ଟ୍ୱିଟ୍ ଥ୍ରେଡ୍ ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି;

“ବିଶ୍ୱ ସିଂହ ଦିବସରେ ମୁଁ ସିଂହ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ପ୍ରଶଂସା କରୁଛି ଏବଂ ଏହି ବଡ ବିଲେଇମାନଙ୍କୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି। ଆମେ ସମସ୍ତେ ଜାଣିଛୁ ଯେ, ଭାରତର ଗୁଜାରଟର ଗିରଠାରେ ସିଂହମାନଙ୍କର ଏକ ବୃହତ୍ ଜନସଂଖ୍ୟା ବାସ କରନ୍ତି। ବର୍ଷ ବର୍ଷ ଧରି ସେମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି, ଯାହା ଏକ ଭଲ ଖବର।”

“ଚଳିତ ବର୍ଷ ଫେବୃଆରୀରେ, ବଡ ବିଲେଇମାନେ ରହୁଥିବା ବିଶ୍ୱର ସମସ୍ତ ଦେଶକୁ ଏକତ୍ର କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠାକୁ ଅନୁମୋଦନ ପ୍ରଦାନ କରିଛି। ସ୍ଥାୟୀ ବିକାଶକୁ ବୃଦ୍ଧି କରିବା ପାଇଁ ଏହା ଏକ ସାମଗ୍ରିକ ଆଭିମୁଖ୍ୟ ଗଠନ କରିବାକୁ ଚେଷ୍ଟା କରେ ଏବଂ ଏହି ପରିପ୍ରେକ୍ଷୀରେ ସମ୍ପ୍ରଦାୟର ଉଦ୍ୟମକୁ ମଧ୍ୟ ସମର୍ଥନ କରେ। ଏହି ପ୍ରୟାସକୁ ବିଶ୍ୱବ୍ୟାପୀ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି।”

“ମୁଁ ମଧ୍ୟ ସମସ୍ତ ବନ୍ୟଜନ୍ତୁ ପ୍ରେମୀଙ୍କୁ ଗିର୍‌ରେ ଏସିଆର ରାଜକୀୟ ସିଂହ ଆବିଷ୍କାର କରିବାକୁ ନିମନ୍ତ୍ରଣ କରୁଛି। ଏହି ଅବସରରେ ସମସ୍ତେୁ ସିଂହର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ଏବଂ ଏଥିସହ ଗୁଜରାଟର ଲୋକମାନଙ୍କର ଆତିଥ୍ୟକୁ ମଧ୍ୟ ଅନୁଭବ କରିପାରିବେ।”

ନରେନ୍ଦ୍ର ମୋଦୀ ବିଶ୍ୱ ସିଂହ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Latest News

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ଯୁବକଙ୍କ ଆଲେଚନା ଚକ୍ର

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.