Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ଶିଶୁଙ୍କ ପୋଷାକ ବଣ୍ଟନ ନିଷ୍ପତ୍ତିରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା ଓ ପ୍ରତିବାଦ
ଆଜିର ଖବର

ରଣପୁର: ଶିଶୁଙ୍କ ପୋଷାକ ବଣ୍ଟନ ନିଷ୍ପତ୍ତିରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା ଓ ପ୍ରତିବାଦ

August 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ବ୍ଳକ ପରିସର ସମନ୍ବିତ ଶିଶୁ ମଙ୍ଗଳ ଅଧିକାରୀଣୀ (CDPO) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣପୁର ବ୍ଳକ ଅଙ୍ଗନବାଡି କର୍ମୀଙ୍କ ତରଫରୁ ଏକ ଧାରଣା ଓ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି।

ପ୍ରକାଶ ଏହି କି, ସରକାର ଅଙ୍ଗନବାଡି ବା ପ୍ରାକ ବିଦ୍ୟାଳୟରର ଶିଶୁ ମାନଙ୍କୁ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ଜରୀଆରେ ପୋଷାକ ବିତରଣ କାର୍ଯ୍ୟ ଶୃଙ୍ଖଳାର ସହ କରୁଥିଲାବେଳେ ଗତବର୍ଷ ଏକ ମହିଳା ଗୋଷ୍ଠୀ ଜରୀଆରେ ବେପାରୁଆ ଧାରାରେ ମାପ ବିହୀନ, ଚିରା ଫଟା ଓ ବଜାରରୁ ମିଳୁଥିବା ନିମ୍ନ ମାନର ରେଡିମେଡି ପୋଷାକ ଯୋଗୁଁ ପୋଷାକ ବିତରଣ ବିଶୃଙ୍ଖଳା ହେବା ସହ ନାନାଦି ସମସ୍ୟା ସୃଷ୍ଟି ହେବାରୁ ଏହା ବିଫଳ ହୋଇ ଥିଲା।

ଫଳରେ ଉକ୍ତ ନିଷ୍ପତ୍ତି ପ୍ରତ୍ୟାହାର ହେବା ସହ ପୂର୍ବଭଳି ଅଙ୍ଗନବାଡି କର୍ମୀମାନେ ଶୃଙ୍ଖଳାର ସହ ପୋଷାକ ବିତରଣ କରି ଆସୁ ଥିଲେ। ଏହା ସତ୍ତ୍ୱେ ପ୍ରଶାସନ ଅଙ୍ଗନବାଡି କର୍ମୀଙ୍କ ଅଜ୍ଞାତରେ ଚଳିତ ବର୍ଷ ମଧ୍ୟ ଠଣା ପଲ୍ଲୀର ନୀଳାଞ୍ଚଳ ସ୍ୱୟଂ ସହାୟିକା ଗ୍ରୁପକୁ ପୁନର୍ବାର ପୋଷାକ ବିତରଣ କରିବାକୁ ନିର୍ଦ୍ଦେଶ ଦେଇ ରଣପୁର ଅଞ୍ଚଳରେ ହୀନ ଉଦ୍ଦ୍ୟମ କରିଥିବାରୁ ଏହାକୁ ତୁରନ୍ତ ବାତିଲ୍ କାରିବାକୁ କାରିବାକୁ ଗତ ୫ ଅଗଷ୍ଟ ରେ ଶିଶୁ ଅଧିକାରୀଣୀଙ୍କୁ ସଙ୍ଘ ତରଫରୁ ଲିଖତ ଅଭିଯୋଗ କରିଥିଲେ। ଏଥି ପ୍ରତି ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଏହାର ପ୍ରତିବାଦ କରି ଅଙ୍ଗନବାଡି କର୍ମୀ ମାନେ ଗଣ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ବୋଲି ସଂଗଠନ ତରଫରୁ କୁହାଯାଇଛି।

ପୂର୍ବପରି ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଅଶାନ୍ତ ନ ହେବା ପାଇଁ SHG ଜରିଆରେ ପୋଷାକ ବିତରଣ ନିଷ୍ପତ୍ତି କୁ ପ୍ରତ୍ଯାହାର କରିବା କୁ ଦାବୀ କରାଯାଇଛି। ଅଙ୍ଗନବାଡି କର୍ମୀ ଶିଶୁ ମାନଙ୍କର ମା ଭଳି ସବୁ କାର୍ଯ୍ଯ କରୁଥିବା ରୁ ଓ ପ୍ରତି କାର୍ଯ୍ଯ ପାଇଁ ସେ ଦାୟୀ ଥିବାରୁ ଉନ୍ନତ ମାନର ସୁସମ ପୋଷାକ ବିତରଣ ଓ ଶୃଙ୍ଖଳା ପରିଚଳନା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ଦାୟିତ୍ଵ ଦେବାକୁ ସଂଗଠନ ତରଫରୁ ଦାବୀ କରାଯାଇଅଛି। ଏହି କ୍ଷେତ୍ରରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ ପାଇଁ ଏକ ଦାବୀ ପତ୍ର ପ୍ରତିନିଧି ମଣ୍ଡଳୀ ଜରୀୟାରେ ଦେଉଥିଲା ବେଳେ ରଣପୁର ସି ଡି ପି ଓ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନୟାଗଡ଼ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ପ୍ରଶାସନ ଟାଳଟୁଳ ନୀତି ନେଲେ ଭବିଷ୍ୟତରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆ ଯାଇଛି।

ରଣପୁର ବ୍ଳକ ଅଙ୍ଗନବାଡ଼ି ସଙ୍ଘ ତରଫରୁ ସଙ୍ଗଠିତ ନ୍ୟାୟୋଚିତ ଆନ୍ଦୋଳନକୁ ସିଟୁର ରାଜ୍ୟ ସମ୍ପାଦକ ସୁରେଶ ସ୍ଵାଇଁ ସମର୍ଥନ କରିଥିଲାବେଳେ ଅଙ୍ଗନବାଡି କର୍ମୀ ରମ୍ଭାବତି ପ୍ରଧାନ, ପୁଷ୍ପାଞ୍ଜଳି ସାହୁ, ରାଜଲକ୍ଷ୍ମୀ ସାମନ୍ତରାୟ, ମୀନତି ଦେଇ, ସୁଜାତା ସେନାପତି, ମାନସୀ ଭଞ୍ଜ, ତିଳୋତ୍ତମା ପ୍ରତିହାରୀ, ଗୀତାଞ୍ଜଳି ରାଉତ, ମମତା ମଞ୍ଜରି ଦେଇ ଓ ବିଣାପାଣୀ ନାୟକ ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ।

ରଣପୁର ସ୍ୱୟଂ ସହାୟିକା ଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.