Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଭୁବନେଶ୍ବର ମହାନଗର ନିଗମର କର୍ପୋରେଟର
ଆଜିର ଖବର

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଭୁବନେଶ୍ବର ମହାନଗର ନିଗମର କର୍ପୋରେଟର

August 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଭୁବନେଶ୍ବର ମହାନଗର କର୍ପୋରେଟର

ଭୁବନେଶ୍ବର: ଭୁବନେଶ୍ୱର ମହାନିଗର ନିଗମର କର୍ପୋରେଟର୍ ତଥା ବିଜେଡି ନେତ୍ରୀ ଶ୍ରୀମତୀ ବନ୍ଦିତା ପାଲ ନିଜ ଜସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଏଥିସହିତ ରାୟଗଡା ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଶ୍ରୀ ୟାଲା ଭେଙ୍କେଟେଶ୍ୱର ରାଓ ମଧ୍ୟ ନିଜ ଜସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଶ୍ରୀ ରାଓଙ୍କ ନେତୃତ୍ୱରେ ଆଦିବାସୀ ସମାଜ ସଭାପତି ଓ ଲ୍ୟାମ୍ପ ସଭାପତି ଚକ୍ରଧର ବିଡିକା, ଡମ୍ବ ସମାଜ ସଭାପତି ତଥା ଟ୍ରକ୍ ୟୁନିଅନ୍ ସଭାପତି ଧନିରାମ ନାଏକ, ଡମ୍ବ ସମାଜ ପୂର୍ବତନ ସଭାପତି ନରେନ୍ଦ୍ର ନାଏକ, ବାର୍ ଆସୋସିଏସନ୍ ପୂର୍ବତନ ସଭାପତି ବିରଜା ପ୍ରସାଦ ପାତ୍ର, ବରିଷ୍ଠ ବିଜେଡି ନେତା କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଯୁବ ନେତା ଡି. ପୃଥ୍ୱୀରାଜ, ଏମ୍‌. ନିର୍ମଳ ରାଓ, ବି. ରଘୁରାମ, ଗୋପାଳ ଖୁରା, ମୀନାରାଓ ହିମିରିକା, କମଳ ସାଉଂଟା, କେ. ଶ୍ରିନିବାସ ରାଓ, ବରିଷ୍ଠ ଆଇନଜିବୀ ପ୍ରତିଭାଦା ଶ୍ରିନିବାସ, ବିଜୟଲକ୍ଷ୍ମୀ କୋଲକା, ରାଲି ରବି କେଶଭ୍ ପ୍ରମୁଖଙ୍କ ସମେତ ଜିଲ୍ଲାର ଅନେକ ବିଜେଡି ନେତା ଓ ନିର୍ବାଚିତ ଜନପ୍ରତିନିଧି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି ଶ୍ରୀମତି ପାଲ୍ ନେତୃତ୍ୱରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଅର୍ଜୁନ ବେହେରା, ବିଜୁ ଯୁବ ଛାତ୍ର ଜନତାଦଳ ଉପସଭାପତି ପ୍ରଭୁଦତ ସାମଲ, ବିଜୁ ଯୁବ ଛାତ୍ର ଜନତାଦଳ ରାଜ୍ୟ ସାଧାରଣ ସମ୍ପାଦକ ରାକେଶ ମହାନ୍ତି, ଅବସରପ୍ରାପ୍ତ ପ୍ରଫେସର ରାଜକିଶୋର ମହାନ୍ତି, ୱାର୍ଡ ନଂ ୪୧ର ପୂର୍ବତନ କର୍ପୋରେଟର୍ ଗୁରୁ ଚରଣ ସାହୁ, ଏସ କେ ମୁକ୍ତାର, କେ. ରାମ ରେଡ୍ଡୀ, ସୁରଜ କୁମାର ନାଟକ, ନିହାର ରଞ୍ଜନ ରାୟ ମହାପାତ୍ର, ସତ୍ୟବାଦୀ ମହାରଣା, ଅକ୍ଷୟ କୁମାର ମହାନ୍ତି, ଉମାକାନ୍ତ ବେହେରା, ରଞ୍ଜିତ୍ ଦାସ, ଗ୍ୟାନରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଂଜନ ମିଶ୍ର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

ବିଜେପି ମିଶ୍ରଣ ପର୍ବ ଭୁବନେଶ୍ବର ମହାନଗର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026
Latest News

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.