Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରାବଣ ପୂର୍ଣ୍ଣିମାରେ ମା’ଭଗବତୀଙ୍କ ପୀଠରେ ନିଆରା ଢଙ୍ଗରେ ପାଳିତ ହେଲା ଗୋପୂଜନ, ଗହ୍ମାପର୍ବ
ଆଜିର ଖବର

ଶ୍ରାବଣ ପୂର୍ଣ୍ଣିମାରେ ମା’ଭଗବତୀଙ୍କ ପୀଠରେ ନିଆରା ଢଙ୍ଗରେ ପାଳିତ ହେଲା ଗୋପୂଜନ, ଗହ୍ମାପର୍ବ

August 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ବାଣପୁରର ମା’ଭଗବତୀଙ୍କ ମନ୍ଦିରରେ ବାରମାସର ତେର ଯାତ ସ୍ୱତନ୍ତ୍ର ନିଆରା ଢଙ୍ଗରେ ପାଳିତ ହୁଏ।  ଶ୍ରାବଣ ମାସର ପୂର୍ଣ୍ଣିମା ବିଷ୍ଣୁ ମନ୍ଦିରରେ ସର୍ବତ୍ର ରକ୍ଷାବନ୍ଧନ, ବଳଭଦ୍ର ଜନ୍ମ ଭାବରେ ପାଳନ କରାଯାଉଥିବା ବେଳେ, ମା’ ଯୋଗମାୟା ଭଗବତୀଙ୍କ ପୀଠରେ ଗୋପୂଜନ ଓ ଗହ୍ମା ଡିଆଁ ପର୍ବ ଭାବରେ ସ୍ୱତନ୍ତ୍ର ନୀତି କାନ୍ତିରେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ଚଳି ଆସିଛି।

ପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ, ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ପରେ ପହୁଡ଼ ପରେ ଅପରାହ୍ନରେ ନିଶଙ୍କୁ ଡ଼ି ଧୂପ ଆଳତିସରିରାତ୍ର ୪ପ୍ରହରରେ ବଡ଼ ଶିଙ୍ଗାରଧୂପପରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ ଓ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ସହିତ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ବିଜେ କାହାଳି ବାଜିବା ପରେ ଗହ୍ମା ପଡ଼ିଆକୁ ବିଜେ କରିଥିଲେ।

ଘଣ୍ଟା ଘଣ୍ଟ କାହାଳି ଢ଼ୋଲ ମହୁରୀ ଆଲଟ ଚାମର ଛତ୍ର ତରାସ, ଆଦି ଥାଟ ପଟୁଆର ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ବିଜେ କଲା ବେଳେ ହୁଳହୁଳି ଓ ଜୟ ଜୟକାର ଧ୍ବନୀରେ ପଡ଼ିଆ ଉଚ୍ଛୁଳି ପଡ଼ିଥିଲା। ବିଷରପାଟଣା ଛକ ଉପରେ ପଲେଇ ସେବକ ଏକ ବାଲିର ବେଦୀକରି ତା ଉପରେ ପାଟବସ୍ତ୍ର ପକାଇ ଆସନପ୍ରସ୍ତୁତ କରିଥିଲେ। କାଠି ନାହାକ ଓ ପରିଛା ସାଆନ୍ତ ମା’ ଙ୍କୁ ଓ ଜୀଉମାନଙ୍କୁ ଉକ୍ତବେଦୀ ଉପରେ ବିଜେ କରାଇ ଷୋଡ଼ଷ ଉପଚ଼ାରରେ ପୂଜାକରି ଗୋମାତା ଓ ଠାକୁର ଠାକୁରାଣୀଙ୍କୁ ପରମ୍ପରା କ୍ରମେ କେବଳ ଶାକର ଓ ନଡ଼ିଆ ପାତି ୪ପତ୍ରରେ ଠା କରି ନୈବେଦ୍ୟ ଆକାରରେ ଧୂପ ବଢ଼ାଇ ଆଳତି ସମର୍ପଣ କରିଥିଲେ।

ପଲେଇ ସେବକ ଆଗରୁ ଗୋମାତାଙ୍କ ପ୍ରତୀକ ଭାବରେ ବାଛୁରୀଟି ଏ ଆଣି ତାଙ୍କୁ ଚନ୍ଦନ ସିନ୍ଦୁର ଫୁଲ ମାଳଦେଇ ପୂଜା କରି ଶାକର ନଡ଼ିଆ ଖୁଆଇ ସାରି ଉକ୍ତ ବେଦି ଉପରେ ଡ଼ିଆଁଇବା ପରେ ମା’ଙ୍କ ଗହ୍ମା ଡିଆଁ ପର୍ବ ଶେଷ ହୋଇଥିଲା।

ଏହି ପବିତ୍ର ମୂହୁର୍ତ୍ତରେ ମା’ଙ୍କୁ ଦର୍ଶନ କରିବାକୁ ଆସିଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଜୟ ଜୟକାର ଧ୍ବନୀରେ ପରିବେଶ ବେଶ ଆଧ୍ୟାତ୍ମିକ ମୟ ହୋଇ ଉଠିଥିଲା। ପରେ ଠାକୁର ଠାକୁରାଣୀ ମାନେ ମନ୍ଦିର ଫେରିବା ବାଟରେ ପରିଚ୍ଛାଙ୍କ ଦ୍ଵାର ମାନଙ୍କରେ ପନ୍ତିଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରି ରାତ୍ର ପହୁଡ଼ ହୋଇଥିଲେ।

କୃଷିର ପର୍ବ ଶ୍ରାବଣ ପୂର୍ଣ୍ଣିମାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଭାବରେ ଓଡ଼ିଶାର ପ୍ରତ୍ୟେକ ବିଷ୍ଣୁ ମନ୍ଦିରରେ ଧୁମ୍ ଧାମରେ ପାଳିତ ହେଉଥିବା ବେଳେ ପରମ ବୈଷ୍ଣବୀ ଦେବୀ ଯୋଗମାୟା ମା’ ଭାଗବତୀଙ୍କ ପୀଠରେ ମଧ୍ୟ କୃଷି କାର୍ଯ୍ୟର ପ୍ରମୁଖ ଗୋମାତାଙ୍କ ପୂଜନ ପରି ପରମ୍ପରା କୈଣସୀ ଶକ୍ତିପୀଠରେ ପାଳିତ ହେଉଥିବାର ଦେଖିବାକୁ ମିଳେନାହିଁ ବୋଲି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

ଗୋପୂଜନ ବାଣପୁର ମା'ଭଗବତୀ ଶ୍ରାବଣ ପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.