Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ୍ ମାସରେ ଓଡିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୨.୭୨ ଲକ୍ଷ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ
ଆଜିର ଖବର

ଜୁନ୍ ମାସରେ ଓଡିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୨.୭୨ ଲକ୍ଷ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

August 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଜିଓ ରାଜ୍ୟରେ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୪ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ମୋବାଇଲ୍ ଗ୍ରାହକ ଯୋଡିଛି। ଏହା ସହିତ, ୨୦୨୪ ଜୁନ ୩୦ ସୁଦ୍ଧା ଓଡିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୫୭ କୋଟି ଅତିକ୍ରମ କରିଛି। ଟ୍ରାଇ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୪ ଜୁନ୍ ମାସରେ ରାଜ୍ୟରେ ଟେଲିକମ ଶିଳ୍ପରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୨.୯୭ ଲକ୍ଷ ବୃଦ୍ଧି ସହିତ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୩.୪୨ କୋଟିରେ ପହଂଚିଛି। ଏହି ସମୟରେ ଉଭୟ ବିଏସଏନଏଲ ଏବଂ ଭୋଡାଫୋନ ଆଇଡ଼ିଆ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୱାୟାରଲାଇନ୍ ସେଗମେଣ୍ଟରେ ମଧ୍ୟ ଜିଓ ଓଡିଶାରେ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ କରି ୩ ଲକ୍ଷ ୱାୟାରଲାଇନ୍ ଗ୍ରାହକ ମାଇଲ୍ଖୁଣ୍ଟ ଅତିକ୍ରମ କରିବାରେ ରାଜ୍ୟର ପ୍ରଥମ ତଥା ଏକମାତ୍ର ସେବା ପ୍ରଦାନକାରୀ ହୋଇଛି। ଓଡିଶାରେ ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ଏହାର ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସେବା ମାଧ୍ୟମରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱ ସ୍ତରୀୟ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସହିତ ରାଜ୍ୟର ୩ ଲକ୍ଷରୁ ଅଧିକ ଘର ଓ ପରିସରକୁ ସଂଯୋଗ କରିଛି।

ଜାତୀୟ ସ୍ତରରେ, ଜିଓ ଜୁନ୍ ମାସରେ ସର୍ବାଧିକ ୧୯ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଡିବା ସହିତ ସର୍ବଭାରତୀୟ ସ୍ତରରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଜୁନ ଶେଷ ସୁଦ୍ଧା ୪୭.୬୫ କୋଟିରୁ ଅଧିକ ହୋଇଛି। ଏହା ଦେଶର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ସ୍ଥିତିକୁ ଆହୁରି ସୁଦୃଢ କରିଛି।

ଓଡିଶା ଟେଲିକମ ବଜାରରେ ୪୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୫୨ ପ୍ରତିଶତ ରାଜସ୍ୱ ବଜାର ଅଂଶ ସହିତ ରିଲାଏନ୍ସ ଜିଓ ରାଜ୍ୟର ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ହୋଇପାରିଛି। ରାଜ୍ୟରେ ଜିଓ ଗ୍ରାହକଙ୍କ ସଂଖ୍ୟାରେ ଦ୍ରୁତ ଏବଂ କ୍ରମାଗତ ବୃଦ୍ଧି ପଛରେ ରହିଛି ଏହାର ବ୍ୟାପକ ଏବଂ ସର୍ବବୃହତ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି।

ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି । ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି ।

ଜିଓ ଏୟାରଫାଇବର ଜିଓ ଫାଇବର
Share. Facebook Twitter LinkedIn Email WhatsApp Copy Link

Related Posts

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026

ଶ୍ରୀ ସତ୍ୟ ସାଇ ସେବା ସଂଗଠନର ୫୦ତମ ରାଜ୍ୟ ସମ୍ମିଳନୀ ଓ ଦିବ୍ୟ ପାଦୁକା ଯାତ୍ରାର ସମାବର୍ତ୍ତନ ଉତ୍ସବ

January 19, 2026
Latest News

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026

ଶ୍ରୀ ସତ୍ୟ ସାଇ ସେବା ସଂଗଠନର ୫୦ତମ ରାଜ୍ୟ ସମ୍ମିଳନୀ ଓ ଦିବ୍ୟ ପାଦୁକା ଯାତ୍ରାର ସମାବର୍ତ୍ତନ ଉତ୍ସବ

January 19, 2026

ଆସାମରେ ୬୯୫୦ କୋଟିର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.