
ଭୁବନେଶ୍ବର: ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚର ଶେଷଦିନ ଥିଲା। ଗତକାଲି ପ୍ରାର୍ଥପତ୍ର ଦାଖଲ ଶେଷ ତାରିଖରେ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ସେମାନେ ହେଲେ ବିଜେପିରୁ ମମତା ମହାନ୍ତ ଏବଂ ସ୍ବାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ତେବେ ଆଜି ପ୍ରାର୍ଥପତ୍ର ଯାଞ୍ଚ ପରେ ଉଭୟଙ୍କ ନାମାଙ୍କନ କାୟମ ରହିଛି।
ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ୨୭ ତାରିଖ। ଏହି ଶେଷ ତାରିଖ ସୁଦ୍ଧା ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାକ କରିବେ ନା ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯଦି କୌଣସି କାରଣରୁ ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ଭୋଟିଂ ହେବା ନିଶ୍ଚିତ। ବର୍ତ୍ତମାନ ଏହାକୁ ନେଇ ଓଡିଶା ରାଜନୀତି ବେଶ ସରଗରମ ହୋଇଉଠିଛି।