ଶେଷରେ ମଙ୍ଗରାଜଙ୍କୁ ଗିରଫ କଲା ଭିଜିଲାନ୍ସ, ଗଲେ ଜେଲ

Published: Aug 24, 2024, 10:15 pm IST

ଭୁବନେଶ୍ବର: ଶେଷରେ ଗିରଫ ହେଲେ ବିଜୟ କୁମାର ମଙ୍ଗରାଜ। ଗତକାଲି ତାଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ଏହି ଚଢାଉ ବେଳେ ତାଙ୍କଠାରୁ ଆୟବର୍ହିଭୂତ ସଂପତ୍ତି ଠାବ କରାଯାଇଛି। ଫଳରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏ ନେଇ ଭିଜିଲାନ୍ସ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଶ୍ରୀ ବିଜୟ କୁମାର ମଙ୍ଗରାଜ, ଅର୍ଥ ପରାମର୍ଶଦାତା ଓ ଚିଫ ଆକାଉଣ୍ଟସ୍ ଅଫିସର, ଓଏସଆରଟିସି, ଭୁବନେଶ୍ୱରଙ୍କୁ ଆୟବର୍ହିଭୂତ ସମ୍ପତ୍ତି (ଆୟର ୧୬୨%) ଠୁଳ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇ ଜେଲ୍ କୁ ପଠାଯାଇଛି। ଆୟବର୍ହିଭୂତ ସମ୍ପତ୍ତିରେ ଭୁବନେଶ୍ୱରରେ ୨ଟି ଓ କେରଳରେ ଏକ ୨ ମହଲା କୋଠା, ୨ଟି ଦାମି ପ୍ଲଟ୍, ଜମା ₹୧.୪୭ କୋଟି ଆଦି ମିଳିଛି।

Related posts