Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଦାଖରେ ୫ ଟି ନୂତନ ଜିଲ୍ଲା ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଲା ଗୃହ ମନ୍ତ୍ରଣାଳୟ
ଆଜିର ଖବର

ଲଦାଖରେ ୫ ଟି ନୂତନ ଜିଲ୍ଲା ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଲା ଗୃହ ମନ୍ତ୍ରଣାଳୟ

August 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ 'କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ'

ନୂଆଦିଲ୍ଲୀ: ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ୫ଟି ନୂତନ ଜିଲ୍ଲା ସୃଷ୍ଟି କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି।

ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଏହି ଐତିହାସିକ ନିଷ୍ପତ୍ତି ବିଷୟରେ ସୂଚନା ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ନିଷ୍ପତ୍ତି ୫ ଟି ନୂତନ ଜିଲ୍ଲା-ଯଂସ୍କାର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗରେ ପ୍ରଶାସନକୁ ମଜବୁତ କରିବ ଯାହା ଦ୍ୱାରା ସ୍ଥାନୀୟ ଲୋକମାନେ ସେମାନଙ୍କ ଘର ଦ୍ୱାରଦେଶରେ ସରକାରୀ ଯୋଜନାର ଲାଭ ପାଇପାରିବେ। ଏହି ପାଞ୍ଚଟି ଜିଲ୍ଲା ଗଠନ ହେବା ପରେ ଲଦାଖରେ ଏବେ ଲେହ ଏବଂ କାରଗିଲ ସମେତ ମୋଟ ସାତଟି ଜିଲ୍ଲା ରହିବ।

କ୍ଷେତ୍ରଫଳ ଦୃଷ୍ଟିରୁ ଲଦାଖ ଏକ ବହୁତ ବଡ଼ କେନ୍ଦ୍ରଶାସିତ ଅଞ୍ଚଳ। ବର୍ତ୍ତମାନ ଲଦାଖରେ ଦୁଇଟି ଜିଲ୍ଲା ରହିଛି-ଲେହ ଏବଂ କାରଗିଲ। ଏହା ଭାରତର ସବୁଠାରୁ କମ୍ ଜନବହୁଳ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଅତ୍ୟନ୍ତ କଠିନ ଏବଂ ଦୁର୍ଗମ ହୋଇଥିବାରୁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛି। ଏହି ଜିଲ୍ଲାଗୁଡ଼ିକର ଗଠନ ପରେ ଏବେ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରଶାସନର ସମସ୍ତ ଜନହିତକାରୀ ଯୋଜନା ଲୋକମାନଙ୍କ ପାଇଁ ସହଜରେ ଉପଲବ୍ଧ ହେବ ଏବଂ ଅଧିକରୁ ଅଧିକ ଲୋକ ଏହାର ଲାଭ ଉଠାଇ ପାରିବେ। ଗୃହ ମନ୍ତ୍ରଣାଳୟର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲଦାଖର ସାମଗ୍ରିକ ବିକାଶ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ।

ପାଞ୍ଚଟି ନୂତନ ଜିଲ୍ଲା ଗଠନ ପାଇଁ ‘‘ନୀତିଗତ ଅନୁମୋଦନ’’ ଦେବା ସହିତ ଗୃହ ମନ୍ତ୍ରଣାଳୟ ଲଦାଖ ପ୍ରଶାସନକୁ ନୂତନ ଜିଲ୍ଲା ଗଠନ ସମ୍ବନ୍ଧୀୟ ବିଭିନ୍ନ ଦିଗ, ଯଥା ଜିଲ୍ଲା ମୁଖ୍ୟାଳୟ, ସୀମା, ଢାଞ୍ଚା, ପଦବୀ ସୃଷ୍ଟି, ଜିଲ୍ଲା ଗଠନ ସମ୍ବନ୍ଧୀୟ ଅନ୍ୟାନ୍ୟ କୌଣସି ଦିଗ ଇତ୍ୟାଦି ଆକଳନ କରିବା ପାଇଁ ଏକ କମିଟି ଗଠନ କରିବାକୁ କହିଛି ଏବଂ ତିନି ମାସ ମଧ୍ୟରେ ଏ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ କହିଛି । ଉକ୍ତ କମିଟିର ରିପୋର୍ଟ ପାଇବା ପରେ, କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏହି ରିପୋର୍ଟ ଆଧାରରେ ନୂତନ ଜିଲ୍ଲା ସୃଷ୍ଟି ସମ୍ବନ୍ଧୀୟ ଚୁଡ଼ାନ୍ତ ପ୍ରସ୍ତାବକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ମନ୍ତ୍ରଣାଳୟକୁ ପଠାଇବ।

କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଲଦାଖର ଲୋକଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

ଗୃହ ମନ୍ତ୍ରଣାଳୟ ରେନ୍ଦ୍ର ମୋଦୀ ଲଦାଖ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ କିଷାନ ଯୋଜନା: ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କର 22ତମ କିସ୍ତି

January 10, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026
Latest News

ରାଉଲକେଲାରେ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସମେତ ୬ ଜଣ ଗୁରୁତର

January 10, 2026

ପିଏମ କିଷାନ ଯୋଜନା: ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କର 22ତମ କିସ୍ତି

January 10, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.