Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଠମଲ୍ଲିକରେ ୧୦ ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଆଠମଲ୍ଲିକରେ ୧୦ ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

August 26, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଆଠମଲ୍ଲିକ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଭବନ ଏବଂ ଛାତ୍ରୀନିବାସର ଉଦଘାଟନ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଡ଼କପଥଭିତ୍ତିକ ୯୪.୮୩ କୋଟି ଟଙ୍କା ଅର୍ଥାତ୍ ପାଖାପାଖି ୧୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଆଠମଲ୍ଲିକ ବିଧାନସଭାକୁ ପାଖାପାଖି ୧୦୦ କୋଟି ଟଙ୍କାର ଜନ୍ମାଷ୍ଟମୀ ଉପହାର ମିଳିଛି। ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ସବୁ ପ୍ରକଳ୍ପଗୁଡ଼ିକ ଦ୍ୱାରା ଛାତ୍ରଛାତ୍ରୀ ଓ ଜନସାଧାରଣମାନେ ବିଶେଷ ଉପକୃତ ହେବେ ବୋଲି ସେ କହିଛନ୍ତି।

ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷାକୁ ରୁଟେଡ୍ ସହ ବିଶ୍ୱର ଆବଶ୍ୟକତା ପୂରଣ କରିବା ଏବଂ ନୂଆପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଉପରେ ପ୍ରାଥମିକତା ଦେଉଅଛି। ଏହି ପରିପ୍ରେକ୍ଷୀରେ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁଯାୟୀ ପାଠପଢା ଆରମ୍ଭ ହେଉଥିବା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାବ୍ୟତିତ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ଯୋଜନାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବ। ଓଡ଼ିଶାରେ ପ୍ରାୟ ୮୦୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି । ଆଠମଲ୍ଲିକ ସବଡିଭିଜନରେ ଥିବା ମୌଳିକ ପରମ୍ପରାକୁ ଆଗକୁ ନେବାରେ ଏହି ବିଦ୍ୟାଳୟ ବଡ ଯୋଗଦାନ ରଖିବ । ଜିଲ୍ଲାର ସବୁ ବିଭାଗକୁ ଏକାଠି କରି ଆଠମଲ୍ଲିକର ସବୁ ଗାଁରେ ଚାଷଜମିରେ ଜଳସେଚନ ସହ ଚାଷ କାର୍ଯ୍ୟକୁ ବଢାଇବା ପାଇଁ ଯୋଜନା କରିବାକୁ ଜିଲ୍ଲାପାଳକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଅପାର ସମ୍ଭାବନାରେ ପରିପୂର୍ଣ୍ଣ ତଥା ଚଷାଚାଷୀର ଅଞ୍ଚଳ ଆଠମଲ୍ଲିକ । ଏହି ଅଞ୍ଚଳରେ ଚାଷ କାର୍ଯ୍ୟକୁ ବଢାଇବା ସହ ମାଆ ଭଉଣୀ ମାନଙ୍କ ଦକ୍ଷତା ବଢାଇବା ପାଇଁ ପଡିବ । ଆଠମଲ୍ଲିକ ସବଡିଭିଜିନକୁ ଆଦର୍ଶ ସବଡିଭିଜନ ଭାବେ ତିଆରି କରିବା ପାଇଁ ଆମକୁ ସାମୂହିକ ଦାୟିତ୍ୱ ନେବା ପାଇଁ ହେବ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସଂଚାର ବ୍ୟବସ୍ଥା ସହ ମହିଳା ସଶକ୍ତିକରଣ ଏବଂ ରୋଜଗାର ଆମ ପ୍ରାଥମିକତାରେ ରହିବା ଉଚିତ୍ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏକ କଲ୍ୟାଣକାରୀ ସରକାର ଓ ରାଜ୍ୟରେ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ଏକ ଲୋକପ୍ରିୟ ଶାସନ ଗଠନ ହୋଇପାରିଛି ।  ଇତିମଧ୍ୟରେ ରାଜ୍ୟରେ ବିଜେପି ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ସୁଭଦ୍ରା ଯୋଜନା’ରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ତଥା ମୋଟ ୫ ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୫୦, ୦୦୦ ଟଙ୍କା ପ୍ରଦାନ କରାଯିବ ।  ଏହି ନିଷ୍ପତି ଦ୍ୱାରା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମା’ ଭଉଣୀମାନେ ଉପକୃତ ହେବେ । ମାଆ ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଦିଗରେ ଏହି  ଯୋଜନା ଓଡ଼ିଶାରେ ସବୁଠୁ ବଡ ଯୋଜନା ହେବ ।  ଆଠମଲ୍ଲିକର ମାତୃଶକ୍ତିଙ୍କୁ ଲକ୍ଷପତି ଦିଦି ବନାଯିବ । ବିଜେପି ସରକାରରେ ଚାଷୀମାନଙ୍କ ଠାରୁ ଧାନ କ୍ୱିଣ୍ଟାଲ ପିଛା ଏମଏସପି ୩୧୦୦ ଟଙ୍କାରେ କିଣାଯିବ । ୧୯୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାକୁ ୧୦୦ ବର୍ଷ ମଧ୍ୟରେ ଅମୃତ କାଳେ ଗରିବ, ଚାଷୀ, ମହିଳା, ଯୁବକ, ଆଦିବାସୀଙ୍କ ଜୀବନରେ ଆହୁରି ଉନ୍ନତି ଆଣିବା ପାଇଁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବନମାଳିପୁରର ନୂତନ ଭବନ ଓ ୩.୨ କୋଟି ଟଙ୍କା ବ୍ୟୟରେ ଛାତ୍ରୀ ନିବାସର ଲୋକାର୍ପଣ ହୋଇଛି । ପ୍ରାୟ ୩.୨ କୋଟି ଟଙ୍କା ବ୍ୟୟରେ ରାଣିଆକଟା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଛି । ପ୍ରାୟ ୬.୯୧ କୋଟି ଟଙ୍କା ବ୍ୟୟରେ ଆଠମଲ୍ଲିକ ଏସଡିଏଚରେ ୫୦ ଶଯ୍ୟା ବିଶିଷ୍ଟ ଆଇପିଡ଼ି ଏବଂ ଓପିଡି କମ୍ପଲେକ୍ସର ଉଦଘାଟନ ହୋଇଥିବା ବେଳେ ପ୍ରାୟ ୯.୮୧ କୋଟି ଟଙ୍କା ବ୍ୟୟରେ ଅନୁଗୋଳ ଜିଲ୍ଲା ଧଡରପାଳ ନଳା ଉପରେ ବ୍ରିଜ୍ ଓ ପ୍ରାୟ ୧.୧୪ କୋଟି ଟଙ୍କା ବ୍ୟୟରେ ଓରେଡାରୁ କଦଳିଗଡ଼ ପର୍ଯ୍ୟନ୍ତ ରାସ୍ତାକାମର ଉଦଘାଟନ ହୋଇଛି । ଏହାବ୍ୟତିତ ୧୩.୫୩ କୋଟି ଟଙ୍କା ବ୍ୟୟରେ କଇନ୍ତରାଗଡ଼ – ଦୋରୁହା ରୋଡରେ ଥିବା ଓଲାଠ ନଳା ଉପରେ ହାଇଲେଭେଲ୍ ବ୍ରିଜ୍, ୧୦.୫୯ କୋଟି ଟଙ୍କା ବ୍ୟୟରେ କୁଟେଶ୍ୱର ନଳା ଉପରେ ହାଇଲେଭେଲ ବ୍ରିଜର ଶଳାନ୍ୟାସ ହୋଇଛି ।  ସେହିପରି ବଇଣ୍ଡା କିଆକଟା ରାସ୍ତାରେ କନ୍ଧପଡା ନଳା ଉପରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ହାଇଲେଭେଲ ବ୍ରିଜ୍ ଓ  ୨୬.୭ କୋଟି  ଟଙ୍କା ବ୍ୟୟରେ ଠାକୁରଗଡ଼ ରାଣିଆକଟା ରୋଡର ସମ୍ପ୍ରସାରଣ କରିବା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ଏହି ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଠମଲ୍ଲିକ, ଛେଣ୍ଡିପଦା ଓ ଅନୁଗୋଳ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆଠମଲ୍ଲିକ ଧର୍ମେନ୍ଦ୍ର ପ୍ରଧାନ ବିକାଶମୂଳକ ପ୍ରକଳ୍ପ ଲୋକାର୍ପଣ ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025

ସ୍କୁଲ ଉପରେ ଖସିପଡିଲା ବାଂଲାଦେଶ ବାୟୁସେନାର ବିମାନ, ଦୁର୍ଘଟଣାରେ ୧୯ ମୃତ, ୧୬୦ ଆହତ

July 21, 2025

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025
Latest News

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025

ପୁଣି ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: କହିଲେ, ଆମ ସେନା ସହିତ ଯୁଦ୍ଧ କର, ଦେଖିବା ତୁମେ କେତେ ଶକ୍ତିଶାଳୀ

July 21, 2025

ସ୍କୁଲ ଉପରେ ଖସିପଡିଲା ବାଂଲାଦେଶ ବାୟୁସେନାର ବିମାନ, ଦୁର୍ଘଟଣାରେ ୧୯ ମୃତ, ୧୬୦ ଆହତ

July 21, 2025

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.