ଆମେରିକାର ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଏହି ମାମଲା ଉପରେ ହେଲା ଆଲୋଚନା

Published: Aug 27, 2024, 9:02 am IST

ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ କଥା ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଫୋନ୍ କଲ୍ ମାଧ୍ୟମରେ ହୋଇଥିଲା ଏବଂ ଏହି ସମୟରେ ସେମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟରେ କହିଛନ୍ତି, “ଆଜି ମୁଁ ଜୋ ବିଡେନଙ୍କ ସହ ଫୋନରେ କଥା ହେଲି। ୟୁକ୍ରେନର ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ଵସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପ୍ରତ୍ୟାବର୍ତ୍ତନ ପାଇଁ ମୁଁ ଭାରତର ସମ୍ପୂର୍ଣ୍ଣ ସମର୍ଥନକୁ ଦୋହରାଇଛି।”

ବାର୍ତ୍ତାଳାପ ସମୟରେ ପିଏମ ମୋଦୀ ଜୋ ବିଡେନଙ୍କୁ ତାଙ୍କର ୟୁକ୍ରେନ ଗସ୍ତ ବିଷୟରେ ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁଯାୟୀ ସେ ଜୋ ବିଡେନଙ୍କ ସହ ବାଂଲାଦେଶର ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଛନ୍ତି ଏବଂ ଯଥାଶୀଘ୍ର ସେଠାରେ ସ୍ୱାଭାବିକତା ଫେରାଇ ଆଣିବା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର (ବିଶେଷକରି ହିନ୍ଦୁ) ର ସୁରକ୍ଷା ନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

ନରେନ୍ଦ୍ର ମୋଦୀ ଏବଂ ଜୋ ବିଡେନଙ୍କ ମଧ୍ୟରେ ବାର୍ତ୍ତାଳାପ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାରତ-ଆମେରିକା ସହଭାଗିତା ପ୍ରତି ଆମେରିକାର ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏହି ସମୟରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ-ଆମେରିକା ସହଭାଗୀତାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଲୋକଙ୍କ ସହ ସମଗ୍ର ମାନବିକତାକୁ ଉପକୃତ କରିବା। ଉଭୟ ସହମତ ହୋଇଥିଲେ ଯେ କ୍ୱାଡ୍ ସମେତ ବହୁପକ୍ଷୀୟ ସହଯୋଗକୁ ଆହୁରି ମଜବୁତ କରିବାକୁ ସେମାନେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହା ବ୍ୟତୀତ ସେମାନେ ନିରନ୍ତର ସମ୍ପର୍କରେ ରହିବାକୁ ମଧ୍ୟ ରାଜି ହୋଇଛନ୍ତି।

Related posts