ଏହି କର୍ମଚାରୀମାନଙ୍କୁ ବଡ ଉପହାର ଦେଲେ ମୁକେଶ ଅମ୍ବାନୀ: ବାଣ୍ଟିଲେ ୩୫୧ କୋଟି ଟଙ୍କା ମୂଲ୍ୟର ସେୟାର

Published: Aug 29, 2024, 11:24 am IST

ନୂଆଦିଲ୍ଲୀ: ଆଇପିଓର କଳ୍ପନାଜଳ୍ପନା ମଧ୍ୟରେ ମୁକେଶ ଅମ୍ବାନୀଙ୍କ ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ଏହାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛି। ରିଲାଏନ୍ସ ରିଟେଲ ଏହାର ୧୫ ବରିଷ୍ଠ କର୍ମଚାରୀଙ୍କୁ ୩୫୧ କୋଟି ଟଙ୍କା ମୂଲ୍ୟର ସେୟାର ଦେଇଛି। ଗତ ଆର୍ଥିକ ବର୍ଷରେ ଏହି ସେୟାରଗୁଡିକ ପ୍ରଦାନ କରାଯାଇଛି ଏବଂ ଏମପ୍ଲଇ ଷ୍ଟକ୍ ଅପ୍ସନ୍ ଯୋଜନା ଅଧୀନରେ ବଣ୍ଟନ କରାଯାଇଛି।

ରିଲାଏନ୍ସ ରିଟେଲ କମ୍ପାନୀଗୁଡିକର ରେଜିଷ୍ଟ୍ରାରଙ୍କୁ ଦାଖଲ କରିବା ସମୟରେ ESOP ଅଧୀନରେ ଥିବା ବରିଷ୍ଠ କର୍ମଚାରୀମାନଙ୍କୁ ଦିଆଯାଇଥିବା ସେୟାରଗୁଡିକ ବିଷୟରେ ସୂଚନା ଦେଇ। କମ୍ପାନୀ କହିଛି ଯେ, ପ୍ରତ୍ୟେକର ମୂଲ୍ୟ ୧୦ ଟଙ୍କା ଥିବା ସେୟାରଗୁଡିକ ପ୍ରତି ସେୟାର ପ୍ରତି ୭୯୬.୫ ଟଙ୍କା ହାରରେ ବିଭକ୍ତ କରାଯାଇଛି। କମ୍ପାନୀର ମୋଟ ୪.୪୧୭ ମିଲିୟନ ସେୟାର ଲାଭକାରୀ କର୍ମଚାରୀଙ୍କୁ ଦିଆଯାଇଛି। କମ୍ପାନୀ କହିଛି ଯେ, ଯେତେବେଳେ ବି ଏହାର ଆଇପିଓ ଆସିବ, ବୋର୍ଡ ESOP ଅଧୀନରେ ବଣ୍ଟାଯାଇଥିବା ସେୟାରଗୁଡ଼ିକୁ ତାଲିକାଭୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

Related posts